ନେପାଳରେ ଆର୍ଥିକ ସଙ୍କଟ

କାଠମାଣ୍ଡୁ,୧୧।୪ (ପି.ଟି.): ଶ୍ରୀଲଙ୍କା, ପାକିସ୍ତାନ ପରେ ଏବେ ଭାରତର ଅନ୍ୟତମ ପଡ଼ୋଶୀ ନେପାଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ସେଠାରେ ନଗଦ ମୁଦ୍ରା ସଙ୍କଟ ଏବଂ ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇବା ପରେ ବିଦେଶରୁ ଯାନ ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ସାମଗ୍ରୀ ଆମଦାନୀ ବନ୍ଦ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଘୋଷଣା କରିଛି। ତେବେ ଶ୍ରୀଲଙ୍କା ଭଳି ଆର୍ଥିକ ସଙ୍କଟ ଏଠାରେ ସୃଷ୍ଟି ହୋଇ ନ ଥିବା ନେପାଳ ସରକାର ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି।
ଗତ ସପ୍ତାହରେ ଦେଶର ବ୍ୟବସାୟିକ ବ୍ୟାଙ୍କଗୁଡ଼ିକର ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ ପରେ ନେପାଳ ରାଷ୍ଟ୍ର ବ୍ୟାଙ୍କ (ଏନ୍‌ଆର୍‌ବି) ଲକ୍‌ଜୁରୀ ସାମଗ୍ରୀ ଆମଦାନୀ ବନ୍ଦ କରିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲା। ମୁଖ୍ୟତଃ ଆମଦାନୀ ବଢ଼ୁଥିବାରୁ ଦେଶରେ ଆର୍ଥିକ ସଙ୍କଟର ଆଭାସ ମିଳିଲାଣି। ତେଣୁ ଅତି ଜରୁରୀ ନ ଥିବା ସାମଗ୍ରୀ ଆମଦାନୀ ବନ୍ଦ କରିବା ନିମନ୍ତେ ଆଲୋଚନା ହୋଇଥିବା ଏନ୍‌ଆର୍‌ବି ମୁଖପାତ୍ର ଗୁନାଖର ଭଟ୍ଟ କହିଛନ୍ତି। ୨୦୨୧ ଜୁଲାଇରୁ ନେପାଳର ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇଆସୁଛି। ଆମଦାନୀ ବୃଦ୍ଧି, ବାହାର ଦେଶରୁ ଅର୍ଥ ଆଗମନ କମିବା ସହ ପର୍ଯ୍ୟଟନ ଓ ରପ୍ତାନି କ୍ଷେତ୍ରରୁ ଆୟ ଯଥେଷ୍ଟ ହ୍ରାସ ପାଇଥିବାରୁ ଫରେକ୍ସ ରିଜର୍ଭ କମିଛି। ୨୦୨୨ ଫେବୃୟାରୀ ସୁଦ୍ଧା ନେପାଳର ମୋଟ ଫରେକ୍ସ ରିଜର୍ଭ ୧୭ ପ୍ରତିଶତ ହ୍ରାସ ପାଇ ୯.୭୫ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ୨୦୨୧ ଜୁଲାଇ ମଧ୍ୟଭାଗରେ ବିଦେଶୀ ବିନିମୟ ଭଣ୍ଡାର ପରିମାଣ ୧୧.୭୫ ବିଲିୟନ ଡଲାର ଥିଲା ବୋଲି କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। ଯେତିକି ଫରେକ୍ସ ରିଜର୍ଭ ରହିଛି, ୭ ମାସ ପର୍ଯ୍ୟନ୍ତ ଦ୍ରବ୍ୟ ଓ ସେବା ଆମଦାନୀ ପାଇଁ ତାହା ଯଥେଷ୍ଟ ନୁହେଁ। ତେବେ ନେପାଳ ଶ୍ରୀଲଙ୍କା ଦିଗରେ ଯାଉ ନାହିଁ ବୋଲି ଏହାର ଅର୍ଥମନ୍ତ୍ରୀ ଜନାର୍ଦ୍ଦନ ଶର୍ମା କହିଛନ୍ତି। ଶ୍ରୀଲଙ୍କା ଭଳି ନେପାଳ ଅର୍ଥନୀତି ଭୁଶୁଡ଼ି ପଡ଼ିବ ବୋଲି ହେଉଥିବା ପ୍ରଚାରକୁ ଗୁଜବ ବୋଲି ଶୁକ୍ରବାର ଏନ୍‌ଆର୍‌ବି ଦ୍ୱାରା ଆୟୋଜିତ ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶର୍ମା କହିଥିଲେ। ଉତ୍ପାଦନ ଓ ରାଜସ୍ବ ବ୍ୟବସ୍ଥାକୁ ଦେଖିଲେ କାଠମାଣ୍ଡୁର ଅର୍ଥନୀତି ତୁଳନାତ୍ମକ ଭାବେ ଭଲ ରହିଛି। ଦେଶ ଉପରେ ବିଦେଶୀ ଋଣର ବଡ଼ ବୋଝ ନାହିଁ ବୋଲି ସେ କହିଥିଲେ। ତେବେ ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇଥିବା କଥାକୁ ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri