ପ୍ରବଳ ଥଣ୍ଡାରେ କେ-୨ ଶୃଙ୍ଗ ଆରୋହଣ କରି ଇତିହାସ ରଚିଲେ ନେପାଳୀ ପର୍ବତାରୋହୀ

କାଠମାଣ୍ଡୁ,୧୭।୧: ଶୀତଦିନର ପ୍ରବଳ ଥଣ୍ଡାରେ ହିମାଳୟର କେ-୨ ଗିରିଶୃଙ୍ଗ ଆରୋହଣ କରି ୧୦ ଜଣ ନେପାଳୀ ପର୍ବତାରୋହୀ ଇତିହାସ ରଚିଛନ୍ତି। ଶୀତଦିନେ ଖରାପ ପାଗ ଯୋଗୁ ୮,୬୧୧ ମିଟର (୨୮,୨୫୧ ଫୁଟ) ଉଚ୍ଚ ଶିଖରରେ ପହଞ୍ଚିବା କଷ୍ଟକର ହୋଇଥାଏ। କାରାକୋରମ୍‌ ପର୍ବତର ବିପଦ ଶଙ୍କୁଳ ଗିରିଶୃଙ୍ଗରେ ପର୍ବତାରୋହୀମାନେ ଶନିବାର ସ୍ଥାନୀୟ ସମୟ ଅପରାହ୍ନ ୫ରେ ପହଞ୍ଚିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପର୍ବତାରୋହୀ ଦଳରେ ମିଙ୍ଗମା ଗେୟଲଜି ଶେର୍ପା, ନିର୍ମାଲ ପୁର୍ଜା, ପୁନ ମେଘର, ଗେଲଜି ଶେର୍ପା, ମିଙ୍ଗମା ଡାଭିଡ୍‌ ଶେର୍ପା, ମିଙ୍ଗମା ତେନଜି ଶେର୍ପା, ଦାଓ୍ବା ତେମ୍ବା ଶେର୍ପା, ପ୍ରେମ୍‌ ଚିରି ଶେର୍ପା, କିଲୁ ପେମ୍ବା ଶେର୍ପା, ଦାଓ୍ବା ତେନଜିଂ ଶେର୍ପା ଏବଂ ସୋନା ଶେର୍ପା ରହିଛନ୍ତି। ୨୦୨୦ ଡିସେମ୍ବର ୨୯ରେ ୫ ମହିଳାଙ୍କ ସମେତ ୪୮ ପର୍ବତାରୋହୀ ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବାବେଳେ ଖରାପ ପାଗ ଯୋଗୁ କେତେକ ପର୍ବତାରୋହୀ ଫେରି ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri