ମହାକାଶକୁ ଉପଗ୍ରହ ପ୍ରେରଣ କରିବ ନେପାଳ

କାଠମାଣ୍ଡୁ, ୩୧।୧:: ଏବେ ନେପାଳ ମହାକାଶ ଦୌଡ଼ରେ ସାମିଲ୍‌ ହେବାକୁ ଯାଉଛି। ୩୭ ବର୍ଷ ପରେ ଅନ୍ତର୍ଜାତୀୟ ଟେଲିକମ୍ୟୁନିକେଶନ ସଂଘ (ଆଇଟିୟୁ) ପକ୍ଷରୁ ମହାକାଶରେ ପୃଥିବୀ ଉପରେ ଉପଗ୍ରହ ପାଇଁ ନେପାଳକୁ ଏକ କକ୍ଷ ପଥ ପ୍ରଦାନ କରାଯାଇଛି। ଏହି କକ୍ଷ ପଥରେ ନେପାଳର ଉପଗ୍ରହ ଅବସ୍ଥାପିିତ ହୋଇପାରିବ। କକ୍ଷ ପ୍ରଦାନ ସମ୍ପର୍କିତ ଅନୁମତି ମିଳିବା ପରେ ନେପାଳ ଟେଲିକମ୍ୟୁନିକେଶନ କର୍ତ୍ତୃପକ୍ଷ (ଏନ୍‌ଟିଏ) ପ୍ରସ୍ତୁତି ଆରମ୍ଭ ହୋଇଛି। ୧୯୮୪ରେ ଏନେଇ ନେପାଳ ଆଇଟିୟୁ ନିକଟରେ ଆବେଦନ କରିଥିଲା। ଆଇଟିୟୁ ପକ୍ଷରୁ ଅର୍ବିଟାଲ ସ୍ଲଟ୍‌ ପ୍ରଦାନ କରାଯାଇଥିଲା। ତେବେ ପୃଥିବୀର ଉପରେ କକ୍ଷରେ ଅଧିକ ଉପଗ୍ରହ ରହିଥିବାରୁ ତଥା ପ୍ରଯ୍ୟାପ୍ତ ଟ୍ରାଫିକ୍‌ ଅଭାବରୁ ନେପାଳକୁ ଉପଗ୍ରହଣ ପ୍ରେରଣ ଲାଗି ଅନୁମତି ମିଳୁ ନ ଥିଲା। ଇତିମଧ୍ୟରେ ନେପାଳରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଛି। ତେଣୁ ଉପଗ୍ରହ ଲାଗି କକ୍ଷ ପଥ ଯୋଗାଇ ଦେବାକୁ ଆଇଟିୟୁ ନିକଟରେ ୨୦୨୦ ସେପ୍ଟେମ୍ବରରେ ନେପାଳ ଆବେଦନ କରିଥିଲା। ନେପାଳର ଆବେଦନକୁ ଆଇଟିୟୁ ସ୍ବୀକୃତି ପ୍ରଦାନ କରିଛି। ଉପଗ୍ରହ ନିର୍ମାଣ କରିବା ଲାଗି ଚାଇନା, ଭାରତ, ବ୍ରିଟେନ୍‌, ଫ୍ରାନ୍ସ, ସିଙ୍ଗାପୁର, ୟୁଏଇ ଏବଂ ଜର୍ମାନୀ ଆଦି ଦେଶର ୯ଟି କମ୍ପାନୀଠାରୁ ନେପାଳ ଠିକା ଆହ୍ବାନ କରିଛି ବୋଲି ଏନ୍‌ଟିଏ ପକ୍ଷରୁ ମିନ୍‌ ପ୍ରସାଦ ଆରୟାଲ ସୂଚନା ଦେଇଛନ୍ତି। ମହାକାଶକୁ ଉପଗ୍ରହ ପ୍ରେରଣ ଦ୍ୱାରା ନେପାଳର ସଞ୍ଚାର ବ୍ୟବସ୍ଥା, ପ୍ରସାରଣ ତଥା ବିମାନ ଉଡ଼ାଣ ବ୍ୟବସ୍ଥାରେ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ପ୍ରବାହରେ ଶହେ କୋଟିରୁ ଅଧିକ ଜଳଜୀବଙ୍କ ମୃତ୍ୟୁ ଆଶଙ୍କା…

ଓଟଓ୍ବା,୧୦।୭: କାନାଡ଼ାରେ ଦେଖାଦେଇଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶହେ କୋଟିରୁ ଅଧିକ ଜଳଜୀବଙ୍କ ମୃତ୍ୟୁ ଘଟିଥିବା ପରିବେଶବିଜ୍ଞାନୀ ଆଶଙ୍କା କରିଛନ୍ତି। ପଶ୍ଚିମ କାନାଡ଼ା ଏବଂ ଉତ୍ତର-ପଶ୍ଚିମ...

ରୁଷିଆ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା

ଓଟାୱା,୧ ।୩: କାନାଡା ରୁଷିଆ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି । କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଘୋଷଣା କରିଛନ୍ତି । ସମାଚାର...

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି...

ୟୁକ୍ରେନ୍‌ ସଙ୍କଟ: କ୍ୱିଭ୍‌ରୁ ଉଠିଲା କର୍ଫ୍ୟୁ

କ୍ୱିଭ୍‌,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସରକାର ରାଜଧାନୀ କ୍ୱିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ...

ଘର ଛାଡି ପଳାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୩୦।୧: କାନାଡାରେ କରୋନା ଟିକା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଟିକା ନେବା ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିବା...

ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବିକଲା ଚାଇନା

ବେଜିଂ,୧୬ା୨: ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ ଏବଂ ତାଙ୍କର ଇରାନ ପ୍ରତିପକ୍ଷ ଇବ୍ରାହିମ ରାଇସି ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ,...

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ...

ଋଷି ସୁନକଙ୍କ ଅବୈଧ ପ୍ରବାସି ବିଲକୁ ବିରୋଧ

ଲଣ୍ଡନ,୯ ।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ଘୋଷଣା କରିଥିଲେ କି ତାଙ୍କ ସରକାର ଖୁବଶୀଘ୍ର ଅବୈଧ ପ୍ରବାସି ବିଲ ଆଣିବେ, ଯାହାଦ୍ୱାରା ବ୍ରିଟେନରେ...

Advertisement
Archives

Model This Week