ମହାକାଶକୁ ଉପଗ୍ରହ ପ୍ରେରଣ କରିବ ନେପାଳ

କାଠମାଣ୍ଡୁ, ୩୧।୧:: ଏବେ ନେପାଳ ମହାକାଶ ଦୌଡ଼ରେ ସାମିଲ୍‌ ହେବାକୁ ଯାଉଛି। ୩୭ ବର୍ଷ ପରେ ଅନ୍ତର୍ଜାତୀୟ ଟେଲିକମ୍ୟୁନିକେଶନ ସଂଘ (ଆଇଟିୟୁ) ପକ୍ଷରୁ ମହାକାଶରେ ପୃଥିବୀ ଉପରେ ଉପଗ୍ରହ ପାଇଁ ନେପାଳକୁ ଏକ କକ୍ଷ ପଥ ପ୍ରଦାନ କରାଯାଇଛି। ଏହି କକ୍ଷ ପଥରେ ନେପାଳର ଉପଗ୍ରହ ଅବସ୍ଥାପିିତ ହୋଇପାରିବ। କକ୍ଷ ପ୍ରଦାନ ସମ୍ପର୍କିତ ଅନୁମତି ମିଳିବା ପରେ ନେପାଳ ଟେଲିକମ୍ୟୁନିକେଶନ କର୍ତ୍ତୃପକ୍ଷ (ଏନ୍‌ଟିଏ) ପ୍ରସ୍ତୁତି ଆରମ୍ଭ ହୋଇଛି। ୧୯୮୪ରେ ଏନେଇ ନେପାଳ ଆଇଟିୟୁ ନିକଟରେ ଆବେଦନ କରିଥିଲା। ଆଇଟିୟୁ ପକ୍ଷରୁ ଅର୍ବିଟାଲ ସ୍ଲଟ୍‌ ପ୍ରଦାନ କରାଯାଇଥିଲା। ତେବେ ପୃଥିବୀର ଉପରେ କକ୍ଷରେ ଅଧିକ ଉପଗ୍ରହ ରହିଥିବାରୁ ତଥା ପ୍ରଯ୍ୟାପ୍ତ ଟ୍ରାଫିକ୍‌ ଅଭାବରୁ ନେପାଳକୁ ଉପଗ୍ରହଣ ପ୍ରେରଣ ଲାଗି ଅନୁମତି ମିଳୁ ନ ଥିଲା। ଇତିମଧ୍ୟରେ ନେପାଳରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଛି। ତେଣୁ ଉପଗ୍ରହ ଲାଗି କକ୍ଷ ପଥ ଯୋଗାଇ ଦେବାକୁ ଆଇଟିୟୁ ନିକଟରେ ୨୦୨୦ ସେପ୍ଟେମ୍ବରରେ ନେପାଳ ଆବେଦନ କରିଥିଲା। ନେପାଳର ଆବେଦନକୁ ଆଇଟିୟୁ ସ୍ବୀକୃତି ପ୍ରଦାନ କରିଛି। ଉପଗ୍ରହ ନିର୍ମାଣ କରିବା ଲାଗି ଚାଇନା, ଭାରତ, ବ୍ରିଟେନ୍‌, ଫ୍ରାନ୍ସ, ସିଙ୍ଗାପୁର, ୟୁଏଇ ଏବଂ ଜର୍ମାନୀ ଆଦି ଦେଶର ୯ଟି କମ୍ପାନୀଠାରୁ ନେପାଳ ଠିକା ଆହ୍ବାନ କରିଛି ବୋଲି ଏନ୍‌ଟିଏ ପକ୍ଷରୁ ମିନ୍‌ ପ୍ରସାଦ ଆରୟାଲ ସୂଚନା ଦେଇଛନ୍ତି। ମହାକାଶକୁ ଉପଗ୍ରହ ପ୍ରେରଣ ଦ୍ୱାରା ନେପାଳର ସଞ୍ଚାର ବ୍ୟବସ୍ଥା, ପ୍ରସାରଣ ତଥା ବିମାନ ଉଡ଼ାଣ ବ୍ୟବସ୍ଥାରେ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri