Posted inଖେଳ

ପ୍ରଥମଥର ଏସିଆ କପ୍‌ ଖେଳିବ ନେପାଳ: ଘୋଷଣା କଲା ଦଳ

କାଠମାଣ୍ଡୁ,୧୫।୮: ପାକିସ୍ତାନ ଏବଂ ବାଂଲାଦେଶ ପରେ ନେପାଳ ମଧ୍ୟ ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ପ୍ରଥମ ଥର ପାଇଁ ନେପାଳ ଏସିଆ କପରେ ଖେଳୁଥିବା ଦେଖିବାକୁ ମିଳିବ। ରୋହିତ ପାଉଡେଲ ଦଳର ଅଧିନାୟକତ୍ୱ ପରିଚାଳନା କରୁଥିବା ଦେଖିବାକୁ ମିଳିବ। ବଳାତ୍କାର ଅଭିଯୋଗ ପରେ ଜାମିନରେ ଆସିଥିବା ନେପାଳର ପୂର୍ବତନ ଅଧିନାୟକ ଲେଗ-ସ୍ପିନର ସନ୍ଦୀପ ଲାମିଚାନେଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି।
ନେପାଳର ଦଳ ଆସନ୍ତା ଅଗଷ୍ଟ ୩୦ରେ ପାକିସ୍ତାନ ବିପକ୍ଷ ଏସିଆ କପରେ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ସେମାନେ ୪ ସେପ୍ଟେମ୍ବରରେ ଭାରତ ବିପକ୍ଷରେ ନିଜ ଦଳର ଦ୍ୱିତୀୟ ମ୍ୟାଚ ଖେଳିବାକୁ ପଡିବ। ପ୍ରଥମ ଥର ପାଇଁ ଏହି ଏସିଆ କପ ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯାଉଛି, ଯେଉଁଥିରେ ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ମ୍ୟାଚ ଖେଳାଯିବ। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ।
ନେପାଳ ଦଳ
ରୋହିତ ପାଉଡେଲ (ଅଧିନାୟକ), କୁଶଲ ଭୁର୍ଟେଲ, ଆସିଫ ଶେଖ (ଉଇକେଟ୍‌ କିପର), ଲଲିତ ରାଜବାନ୍ସି, ଭୀମ ଶାର୍କି, କୁଶଲ ମଲା, ପ୍ରଦୀପ ସିଂ ଆରେ, ସନ୍ଦୀପ ଲାମିଚାନେ, କରଣ କେସି, ଗୁଲଶନ ଝା, ଆରିଫ ଶେଖ, ସୋମପାଲ କାମି, ପ୍ରତୀସ ଜିସି, କିଶୋର ମାହାତୋ, ସନ୍ଦିପ ଜୋରା, ଅର୍ଜୁନ ସୌଦ ଏବଂ ଶ୍ୟାମ ଧାକଲ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri