ଆମେରିକାକୁ ବଡ ଝଟକା ଦେଲା ଭାରତର ଏହି ପଡ଼ୋଶୀ ଦେଶ; FACEBOOK, YOUTUBE ସମେତ ୨୬ ସୋସିଆଲ ମିଡିଆ ଆପ୍ ବ୍ୟାନ

ନୂଆଦିଲ୍ଲୀ,୫।୯: ନେପାଳ ସରକାର ଗୁରୁବାର ଏକ ବଡ଼ ପଦକ୍ଷେପ ନେଇ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନେପାଳର ଜନତା ଏବେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ। ସରକାର ଏହି କମ୍ପାନୀମାନଙ୍କୁ ନେପାଳରେ ନିଜକୁ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକରଣ ନ କରିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ, ଅନେକେ ଏହି ନିଷ୍ପତ୍ତିକୁ ମୁକ୍ତ ବାକ ସ୍ୱାଧୀନତା ଉପରେ ଅଙ୍କୁଶ ବୋଲି ସମାଲୋଚନା କରିଛନ୍ତି।

ନେପାଳର ସୂଚନା ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି ଯେ ସର୍ବାଧିକ ବ୍ୟବହୃତ ୨୪ଟି ସୋସିଆଲ ମିଡିଆ କମ୍ପାନୀକୁ ବାରମ୍ବାର ନୋଟିସ ପଠାଇ ନେପାଳରେ ପଞ୍ଜୀକରଣ କରିବାକୁ କୁହାଯାଇଥିଲା, କିନ୍ତୁ ସେମାନେ ତାହା ପାଳନ କରିନଥିଲେ। ଫଳରେ, ଏହି ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ବ୍ୟାନ କରାଯାଉଛି। ମନ୍ତ୍ରାଳୟ ନେପାଳ ଟେଲିକମ୍ୟୁନିକେସନ ଅଥରିଟିକୁ ଏହି ସାଇଟଗୁଡ଼ିକୁ ପଞ୍ଜୀକରଣ ନ ହେବା ପର୍ଯ୍ୟନ୍ତ ଅବରୋଧ ରଖିବାକୁ ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀମାନଙ୍କୁ ୨୮ ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ ସମୟ ଦିଆଯାଇଥିଲା, କିନ୍ତୁ ଏକ ସପ୍ତାହ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

ମନ୍ତ୍ରୀ ଗୁରୁଙ୍ଗ କହିଛନ୍ତି ଯେ ଟିକଟକ ଓ ଭାଇବର ସମେତ ପାଞ୍ଚଟି କମ୍ପାନୀ ନେପାଳରେ ପଞ୍ଜୀକରଣ କରିସାରିଛନ୍ତି, ତେଣୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୩ରେ ନେପାଳ ଟିକଟକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା, କିନ୍ତୁ କମ୍ପାନୀ ପଞ୍ଜୀକରଣ ପାଇଁ ରାଜି ହେବା ପରେ ୨୦୨୪ରେ ଏହି ବ୍ୟାନ ଉଠାଇ ନିଆଯାଇଥିଲା।

ଏହି ବ୍ୟାନକୁ ନେଇ ନେପାଳ ସରକାରଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଲୋଚକମାନେ କହୁଛନ୍ତି ଯେ ସରକାର ବିରୋଧୀ ମତକୁ ଦବାଇବା ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି। ଏହାସହ, କେତେକ ସର୍ତ୍ତ ଏତେ କଠୋର ଯେ ସେଗୁଡ଼ିକର ପାଳନ କରିବା କଷ୍ଟକର। ଅନେକେ ମଧ୍ୟ ମତ ଦେଇଛନ୍ତି ଯେ ଏହା ନେପାଳର ଅନ୍ତର୍ଜାତୀୟ ଛବି ଉପରେ ନକାରାତ୍ମକ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?