ନେଓଓ୍ବାଇଜ୍‌ ଧୂମକେତୁ

”ଚଳିତବର୍ଷ ପ୍ରାରମ୍ଭରେ ଆମ ଆକାଶକୁ ଆସିଥିବା ଦୁଇଟି ଧୂମକେତୁ
‘ଆଟଲାସ୍‌’ ଏବଂ ‘ଶ୍ୱାନ୍‌’ ଆମର ଦୃଷ୍ଟିଗୋଚର ହୋଇପାରି ନ ଥିଲେ ହେଁ ବର୍ତ୍ତମାନର ‘ନେଓଓ୍ବାଇଜ୍‌’କୁ ଆମେ ଖାଲି ଆଖିରେ ଦେଖିପାରୁଛେ। ବୈଜ୍ଞାନିକମାନେ ‘ସି-୨୦୨୦ ଏଫ-୩’ ତାଲିକାଭୁକ୍ତ କରିଥିବା ଏହି ଧୂମକେତୁ ବିଗତ ମାର୍ଚ୍ଚ ୨୨ ତାରିଖ ଦିନ ସୂର୍ଯ୍ୟଙ୍କଠାରୁ ୩୧.୨ କୋଟି କିମି ଦୂରରେ ଅବସ୍ଥାନ କରିଥିବା ବେଳେ ପ୍ରଥମେ ଦୂରବୀକ୍ଷଣଯନ୍ତ୍ରରେ ଧରାପଡ଼ିଥିଲା। ତା’ପରେ ଜୁଲାଇ ୩ ତାରିଖ ବେଳକୁ ତାହାର ଅଧିକ ନିକଟବର୍ତ୍ତୀ ହେଲାପରେ ଏହାର ପୁଚ୍ଛଟି ଦୃଶ୍ୟମାନ ହେଲା।“

କାକତାଳିକ ନ୍ୟାୟରେ କୌଣସି ଘଟଣାକୁ ଚିରନ୍ତନ ସତ୍ୟ ବୋଲି ପ୍ରତିପାଦିତ କରୁଥିବା ଲୋକଙ୍କ ପାଇଁ ଏବେ ପୁଣି ଆସିଛି ଏକ ବିରଳ ସୁଯୋଗ। ସମଗ୍ର ବିଶ୍ୱ ମହାମାରୀ କୋଭିଡ୍‌-୧୯ ବା ନୂତନ କରୋନାର ପ୍ରକୋପରେ ତ୍ରାହି ତ୍ରାହି ଡାକ ଦେଲାବେଳେ ଆକାଶରେ ପ୍ରକଟିତ ହୋଇଛି ଚଳିତ ଶତାବ୍ଦୀର ପ୍ରଥମ ଦୃଶ୍ୟମାନ ଧୂମକେତୁ ‘ନେଓଓ୍ବାଇଜ୍‌’। ଯୁଗଯୁଗ ଧରି ଧୂମକେତୁର ଆବିର୍ଭାବ ବିପର୍ଯ୍ୟୟ ଆଣିଥାଏ ବୋଲି ବିଶ୍ୱାସ ସାରା ଦୁନିଆରେ ଚଳିଆସିଛି। ଅତଏବ ଏହାକୁ ନେଇ ସାଧାରଣ ଜନମାନସରେ ସୃଷ୍ଟି ହେଲାଣି ଆଶଙ୍କା ଓ ଆତଙ୍କ। ଅନ୍ୟପକ୍ଷରେ ଏପରି ବିଶ୍ୱାସ ଯେ କେତେଦୂର ବିଜ୍ଞାନସମ୍ମତ ତାହାକୁ ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ଏପରିସ୍ଥଳେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବାକୁ ହେଲେ ଧୂମକେତୁ କ’ଣ ଏବଂ ତାହା ପୃଥିବୀର ପୃଷ୍ଠଭାଗକୁ କିପରି ପ୍ରଭାବିତ କରିବାର ସମ୍ଭାବନା ରହିଛି ସେ ବିଷୟରେ ବିଶ୍ଳେଷଣ କରାଯିବା ଆବଶ୍ୟକ।
ଧୂମକେତୁଗୁଡ଼ିକ ହେଲେ ବିରାଟ ବିରାଟ ଉପବୃତ୍ତାକାର କକ୍ଷରେ ସୂର୍ଯ୍ୟଙ୍କୁ ପ୍ରଭାବିତ କରୁଥିବା ମହାକାଶ ପିଣ୍ଡ। ଏମାନଙ୍କ ସଂଖ୍ୟା ହଜାର ହଜାର। ତେବେ, ଆଜି ପର୍ଯ୍ୟନ୍ତ ତହିଁରୁ ୩୬୫୦ଟି ଚିହ୍ନଟ ହୋଇପାରିଛି। ସାଧାରଣତଃ ସେଗୁଡ଼ିକ ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଥିବା ‘କୁପିୟର ବେଲଟ୍‌’ ନାମକ ଏକ ବଳୟ ଏବଂ ଆହୁରି ଦୂରେ ଥିବା ‘ଓରଟ୍‌’ ବାଦଲରେ ଅବସ୍ଥାନ କରୁଥାଆନ୍ତି। ତାଙ୍କର କକ୍ଷପଥ ଉପବୃତ୍ତାକାର ହୋଇଥିବାରୁ ସେମାନେ କେତେବେଳେ ସୂର୍ଯ୍ୟର ନିକଟତର ତ ଆଉ କେତେବେଳେ ଦୂରତର ହୋଇଥାଆନ୍ତି। ଦୂରରେ ଥିବାବେଳେ ଆମେ ସେଗୁଡ଼ିକୁ ଦେଖିପାରୁନା। ତେବେ ସୂର୍ଯ୍ୟ ନିକଟକୁ ଆସିଗଲେ ତାଙ୍କର ପୁଚ୍ଛ ସୃଷ୍ଟି ହୁଏ ଏବଂ ଆମେ ତାହାକୁ ଦେଖିବାକୁ ସକ୍ଷମ ହେଉ।
ଏହି ମହାକାଶପିଣ୍ଡଗୁଡ଼ିକ ଘନୀଭୂତ ବାଷ୍ପ, କଠିନ ଶିଳାଖଣ୍ଡ ଏବଂ ଧୂଳିରେ ଗଢ଼ା। ସୂର୍ଯ୍ୟ ନିକଟକୁ ଆସିଗଲେ ତହିଁରୁ ଘନୀଭୂତ ବାଷ୍ପଗୁଡ଼ିକ ବାଷ୍ପୀଭୂତ ହୋଇଯାଆନ୍ତି ଏବଂ ସୌରବାୟୁ ତାହାକୁ ଦୂରକୁ ଠେଲି ଦିଏ। ଫଳରେ ତାହା ପୁଚ୍ଛ ସୃଷ୍ଟି ହୁଏ। ଅନ୍ୟପକ୍ଷରେ, କଠିନ ଅଂଶଟି ଅପରିବର୍ତ୍ତିତ ରହି ପ୍ରତୀୟମାନ ହୁଏ ତାରକାଟିଏ ଭଳି (ମୁଣ୍ଡ)। ସେଥିପାଇଁ ଏହାକୁ ‘ଲଞ୍ଜାତାରା’ ବୋଲି ମଧ୍ୟ କୁହାଯାଏ।
ଧୂମକେତୁଗୁଡ଼ିକର ଆକାର ଭିନ୍ନଭିନ୍ନ। ତହିଁରୁ ଅନେକ ଏତେ ଛୋଟ ଯେ ତାହା ଆମେ ଆଦୌ ଦେଖିପାରୁନା। ତେବେ, ବଡ଼ଗୁଡିକ ସୂର୍ଯ୍ୟ ନିକଟତର ହୋଇ ପୁଚ୍ଛଯୁକ୍ତ ହେଲେ ତାହା ଚିହ୍ନଟ ହୁଏ। ଉଦାହରଣସ୍ବରୂପ ଚଳିତବର୍ଷ ପ୍ରାରମ୍ଭରେ ଆମ ଆକାଶକୁ ଆସିଥିବା ଦୁଇଟି ଧୂମକେତୁ ‘ଆଟଲାସ୍‌’ ଏବଂ ‘ଶ୍ୱାନ୍‌’ ଆମର ଦୃଷ୍ଟିଗୋଚର ହୋଇପାରି ନ ଥିଲେ ହେଁ ବର୍ତ୍ତମାନର ‘ନେଓଓ୍ବାଇଜ୍‌’କୁ ଆମେ ଖାଲି ଆଖିରେ ଦେଖିପାରୁଛେ। ବୈଜ୍ଞାନିକମାନେ ‘ସି-୨୦୨୦ ଏଫ-୩’ ତାଲିକାଭୁକ୍ତ କରିଥିବା ଏହି ଧୂମକେତୁ ବିଗତ ମାର୍ଚ୍ଚ ୨୨ ତାରିଖ ଦିନ ସୂର୍ଯ୍ୟଙ୍କଠାରୁ ୩୧.୨ କୋଟି କିମି ଦୂରରେ ଅବସ୍ଥାନ କରିଥିବା ବେଳେ ପ୍ରଥମେ ଦୂରବୀକ୍ଷଣଯନ୍ତ୍ରରେ ଧରାପଡ଼ିଥିଲା। ତା’ପରେ ଜୁଲାଇ ୩ ତାରିଖ ବେଳକୁ ତାହାର ଅଧିକ ନିକଟବର୍ତ୍ତୀ ହେଲାପରେ ଏହାର ପୁଚ୍ଛଟି ଦୃଶ୍ୟମାନ ହେଲା। ଅତଏବ ଜୁଲାଇ ୧୨ରୁ ୨୨ ତାରିଖ ମଧ୍ୟରେ ସୂର୍ଯ୍ୟାସ୍ତ ସମୟରେ ଉତ୍ତର-ପଶ୍ଚିମ ଦିଗ୍‌ବଳୟରେ ସପ୍ତର୍ଷିମଣ୍ଡଳ ନିକଟରେ ଖାଲି ଆଖିକୁ ତାହା ଦେଖାଗଲା। କ୍ରମେ ଏହି ମହାକାଶପିଣ୍ଡଟି ପୃଥିବୀର ପ୍ରାୟ ୧୦.୩ କୋଟି କିମି ନିକଟକୁ ଆସି ଜୁଲାଇ ୩୦ ତାରିଖ ବେଳକୁ ଅଦୃଶ୍ୟ ହୋଇଯାଇଛି।
ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ କୁପରନିକସ ଧୂମକେତୁକୁ ପୃଥିବୀର ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଏକ ଅସ୍ଥାୟୀ ଢାଞ୍ଚା, ଯାହା କି ଅଶୁଭ ହୋଇ ନ ପାରେ ବୋଲି ମତ ଦେଇଥିଲେ। ତଥାପି ତାହା ଜନମାନସରୁ ଧୂମକେତୁ ପ୍ରତି ଭୟ ଦୂର କରିବାକୁ ସମର୍ଥ ହୋଇ ନ ଥିଲା। କାରଣ ଏହି ମହାକାଶପିଣ୍ଡଗୁଡ଼ିକର ଆବିର୍ଭାବ ସମୟରେ ବିବିଧ ପ୍ରାକୃତିକ ବିପର୍ଯ୍ୟୟ-ମହାମାରୀ, ଯୁଦ୍ଧ ଏବଂ ମହାନ୍‌ ବ୍ୟକ୍ତିଙ୍କ ମୃତ୍ୟୁ ଆଦି ଘଟଣା ଘଟିବାର ଅନେକ ଦୃଷ୍ଟାନ୍ତ ଥିଲା।
କେତେକେ ଯୁକ୍ତି ବାଢ଼ୁଛନ୍ତି ଯେ ଚନ୍ଦ୍ର ଓ ସୂର୍ଯ୍ୟ ଭଳି ନିକଟତର ମହାକାଶପିଣ୍ଡଗୁଡ଼ିକର ପୃଥିବୀର ପରିବେଶ ତଥା ଜୀବଜଗତ ଉପରେ ଅଳ୍ପ ବହୁତ ପ୍ରଭାବ ରହିଛି। ଏଣୁ ଧୂମକେତୁଟିଏ ନିକଟତର ହୋଇଗଲେ ଏ ସବୁକୁ ପ୍ରଭାବିତ ନ କରିବ କାହିଁକି? ବିଶେଷତଃ ତାହାର ପୁଚ୍ଛ ଗଠିତ ହୋଇଥିବା ବାଷ୍ପୀୟ ବିଷାକ୍ତ ପଦାର୍ଥକୁ ସୌରବାୟୁ ଏହା ଦିଗକୁ ଚଳିତ କରିପାରେ। ଅତଏବ ଏହାର ପ୍ରଭାବ ବିପଜ୍ଜନକ ହୋଇପାରେ। ଅନ୍ୟପକ୍ଷରେ ବିଗତ ଶତାବ୍ଦୀରେ ରୁଷିଆର ମହାକାଶ ବିଜ୍ଞାନୀ ଆଲେକ୍‌ଜାଣ୍ଡାର ଚିଜେଭୋସକି ପୃଥିବୀ ଉପରେ ଧୂମକେତୁର ପ୍ରଭାବ କଥା ଗଭୀର ଭାବରେ ଅନୁଧ୍ୟାନ କରିଥିଲେ।
ଆଜକୁ ପ୍ରାୟ ୪୦୦୦ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଘଟୁଥିବା ଘନ ଘନ ଧୂମକେତୁ ପତନ ଜୀବନର ସୃଷ୍ଟି ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ବୋଲି ମନେକରାଯାଏ। ଏବେ ଏହାର ସାଗର ଏବଂ ମହାସାଗରମାନଙ୍କରେ ଥିବା ଅଧିକାଂଶ ଭାଗ ଜଳ ସମ୍ଭବତଃ ସେହିଗୁଡ଼ିକରୁ ହିଁ ଆସିଥିଲା। ପୁନଶ୍ଚ ଏଥିରେ ଥିବା ଜୀବନର ପୁରୋଗାମୀ ରୂପେ ପରିଗଣିତ ବିବିଧ ଜୈବଅଣୁ ପୃଥିବୀ ପୃଷ୍ଠରେ ଜୀବନ ପ୍ରକ୍ରିୟା ଆରମ୍ଭର ମୂଳଦୁଆ ସ୍ଥାପନ କରିବାର ପ୍ରମାଣ ଏବେ ମିଳିଲାଣି। ସେହିପରି ଏହାର ଆଘାତ ଆମିନୋ ଅମ୍ଳ ଏବଂ ତହିଁରୁ ପ୍ରୋଟିନ୍‌ ସୃଷ୍ଟିରେ ସହାୟକ ହୋଇଥିବାର ମଧ୍ୟ କୁହାଗଲାଣି। ଅବଶ୍ୟ ଧୂମକେତୁର ପୁଚ୍ଛରେ ‘ସାଇନୋଜେନ୍‌’ ପଲିସାଇକ୍ଲିନ୍‌ ଏରୋମେଟିକ ହାଇଡ୍ରୋକାର୍ବୋନସ ଆଦି ବିଷାକ୍ତ ବାଷ୍ପ ଥାଏ। ତେବେ ଅନେକ ବର୍ଷର ବ୍ୟବଧାନରେ ଆସି ଆକାଶରେ ନିୟୁତ ନିୟୁତ କିମି ଉଚ୍ଚତାରେ ଅବସ୍ଥାନ କରୁଥିବା ଏହି ପିଣ୍ଡଗୁଡ଼ିକରୁ ତାହା ପୃଥିବୀ ପୃଷ୍ଠରେ ପହଞ୍ଚତ୍ବାର ସମ୍ଭାବନା ପ୍ରାୟତଃ ନାହିଁ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri