ନେଓଓ୍ବାଇଜ୍‌ ଧୂମକେତୁ

”ଚଳିତବର୍ଷ ପ୍ରାରମ୍ଭରେ ଆମ ଆକାଶକୁ ଆସିଥିବା ଦୁଇଟି ଧୂମକେତୁ
‘ଆଟଲାସ୍‌’ ଏବଂ ‘ଶ୍ୱାନ୍‌’ ଆମର ଦୃଷ୍ଟିଗୋଚର ହୋଇପାରି ନ ଥିଲେ ହେଁ ବର୍ତ୍ତମାନର ‘ନେଓଓ୍ବାଇଜ୍‌’କୁ ଆମେ ଖାଲି ଆଖିରେ ଦେଖିପାରୁଛେ। ବୈଜ୍ଞାନିକମାନେ ‘ସି-୨୦୨୦ ଏଫ-୩’ ତାଲିକାଭୁକ୍ତ କରିଥିବା ଏହି ଧୂମକେତୁ ବିଗତ ମାର୍ଚ୍ଚ ୨୨ ତାରିଖ ଦିନ ସୂର୍ଯ୍ୟଙ୍କଠାରୁ ୩୧.୨ କୋଟି କିମି ଦୂରରେ ଅବସ୍ଥାନ କରିଥିବା ବେଳେ ପ୍ରଥମେ ଦୂରବୀକ୍ଷଣଯନ୍ତ୍ରରେ ଧରାପଡ଼ିଥିଲା। ତା’ପରେ ଜୁଲାଇ ୩ ତାରିଖ ବେଳକୁ ତାହାର ଅଧିକ ନିକଟବର୍ତ୍ତୀ ହେଲାପରେ ଏହାର ପୁଚ୍ଛଟି ଦୃଶ୍ୟମାନ ହେଲା।“

କାକତାଳିକ ନ୍ୟାୟରେ କୌଣସି ଘଟଣାକୁ ଚିରନ୍ତନ ସତ୍ୟ ବୋଲି ପ୍ରତିପାଦିତ କରୁଥିବା ଲୋକଙ୍କ ପାଇଁ ଏବେ ପୁଣି ଆସିଛି ଏକ ବିରଳ ସୁଯୋଗ। ସମଗ୍ର ବିଶ୍ୱ ମହାମାରୀ କୋଭିଡ୍‌-୧୯ ବା ନୂତନ କରୋନାର ପ୍ରକୋପରେ ତ୍ରାହି ତ୍ରାହି ଡାକ ଦେଲାବେଳେ ଆକାଶରେ ପ୍ରକଟିତ ହୋଇଛି ଚଳିତ ଶତାବ୍ଦୀର ପ୍ରଥମ ଦୃଶ୍ୟମାନ ଧୂମକେତୁ ‘ନେଓଓ୍ବାଇଜ୍‌’। ଯୁଗଯୁଗ ଧରି ଧୂମକେତୁର ଆବିର୍ଭାବ ବିପର୍ଯ୍ୟୟ ଆଣିଥାଏ ବୋଲି ବିଶ୍ୱାସ ସାରା ଦୁନିଆରେ ଚଳିଆସିଛି। ଅତଏବ ଏହାକୁ ନେଇ ସାଧାରଣ ଜନମାନସରେ ସୃଷ୍ଟି ହେଲାଣି ଆଶଙ୍କା ଓ ଆତଙ୍କ। ଅନ୍ୟପକ୍ଷରେ ଏପରି ବିଶ୍ୱାସ ଯେ କେତେଦୂର ବିଜ୍ଞାନସମ୍ମତ ତାହାକୁ ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ଏପରିସ୍ଥଳେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବାକୁ ହେଲେ ଧୂମକେତୁ କ’ଣ ଏବଂ ତାହା ପୃଥିବୀର ପୃଷ୍ଠଭାଗକୁ କିପରି ପ୍ରଭାବିତ କରିବାର ସମ୍ଭାବନା ରହିଛି ସେ ବିଷୟରେ ବିଶ୍ଳେଷଣ କରାଯିବା ଆବଶ୍ୟକ।
ଧୂମକେତୁଗୁଡ଼ିକ ହେଲେ ବିରାଟ ବିରାଟ ଉପବୃତ୍ତାକାର କକ୍ଷରେ ସୂର୍ଯ୍ୟଙ୍କୁ ପ୍ରଭାବିତ କରୁଥିବା ମହାକାଶ ପିଣ୍ଡ। ଏମାନଙ୍କ ସଂଖ୍ୟା ହଜାର ହଜାର। ତେବେ, ଆଜି ପର୍ଯ୍ୟନ୍ତ ତହିଁରୁ ୩୬୫୦ଟି ଚିହ୍ନଟ ହୋଇପାରିଛି। ସାଧାରଣତଃ ସେଗୁଡ଼ିକ ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଥିବା ‘କୁପିୟର ବେଲଟ୍‌’ ନାମକ ଏକ ବଳୟ ଏବଂ ଆହୁରି ଦୂରେ ଥିବା ‘ଓରଟ୍‌’ ବାଦଲରେ ଅବସ୍ଥାନ କରୁଥାଆନ୍ତି। ତାଙ୍କର କକ୍ଷପଥ ଉପବୃତ୍ତାକାର ହୋଇଥିବାରୁ ସେମାନେ କେତେବେଳେ ସୂର୍ଯ୍ୟର ନିକଟତର ତ ଆଉ କେତେବେଳେ ଦୂରତର ହୋଇଥାଆନ୍ତି। ଦୂରରେ ଥିବାବେଳେ ଆମେ ସେଗୁଡ଼ିକୁ ଦେଖିପାରୁନା। ତେବେ ସୂର୍ଯ୍ୟ ନିକଟକୁ ଆସିଗଲେ ତାଙ୍କର ପୁଚ୍ଛ ସୃଷ୍ଟି ହୁଏ ଏବଂ ଆମେ ତାହାକୁ ଦେଖିବାକୁ ସକ୍ଷମ ହେଉ।
ଏହି ମହାକାଶପିଣ୍ଡଗୁଡ଼ିକ ଘନୀଭୂତ ବାଷ୍ପ, କଠିନ ଶିଳାଖଣ୍ଡ ଏବଂ ଧୂଳିରେ ଗଢ଼ା। ସୂର୍ଯ୍ୟ ନିକଟକୁ ଆସିଗଲେ ତହିଁରୁ ଘନୀଭୂତ ବାଷ୍ପଗୁଡ଼ିକ ବାଷ୍ପୀଭୂତ ହୋଇଯାଆନ୍ତି ଏବଂ ସୌରବାୟୁ ତାହାକୁ ଦୂରକୁ ଠେଲି ଦିଏ। ଫଳରେ ତାହା ପୁଚ୍ଛ ସୃଷ୍ଟି ହୁଏ। ଅନ୍ୟପକ୍ଷରେ, କଠିନ ଅଂଶଟି ଅପରିବର୍ତ୍ତିତ ରହି ପ୍ରତୀୟମାନ ହୁଏ ତାରକାଟିଏ ଭଳି (ମୁଣ୍ଡ)। ସେଥିପାଇଁ ଏହାକୁ ‘ଲଞ୍ଜାତାରା’ ବୋଲି ମଧ୍ୟ କୁହାଯାଏ।
ଧୂମକେତୁଗୁଡ଼ିକର ଆକାର ଭିନ୍ନଭିନ୍ନ। ତହିଁରୁ ଅନେକ ଏତେ ଛୋଟ ଯେ ତାହା ଆମେ ଆଦୌ ଦେଖିପାରୁନା। ତେବେ, ବଡ଼ଗୁଡିକ ସୂର୍ଯ୍ୟ ନିକଟତର ହୋଇ ପୁଚ୍ଛଯୁକ୍ତ ହେଲେ ତାହା ଚିହ୍ନଟ ହୁଏ। ଉଦାହରଣସ୍ବରୂପ ଚଳିତବର୍ଷ ପ୍ରାରମ୍ଭରେ ଆମ ଆକାଶକୁ ଆସିଥିବା ଦୁଇଟି ଧୂମକେତୁ ‘ଆଟଲାସ୍‌’ ଏବଂ ‘ଶ୍ୱାନ୍‌’ ଆମର ଦୃଷ୍ଟିଗୋଚର ହୋଇପାରି ନ ଥିଲେ ହେଁ ବର୍ତ୍ତମାନର ‘ନେଓଓ୍ବାଇଜ୍‌’କୁ ଆମେ ଖାଲି ଆଖିରେ ଦେଖିପାରୁଛେ। ବୈଜ୍ଞାନିକମାନେ ‘ସି-୨୦୨୦ ଏଫ-୩’ ତାଲିକାଭୁକ୍ତ କରିଥିବା ଏହି ଧୂମକେତୁ ବିଗତ ମାର୍ଚ୍ଚ ୨୨ ତାରିଖ ଦିନ ସୂର୍ଯ୍ୟଙ୍କଠାରୁ ୩୧.୨ କୋଟି କିମି ଦୂରରେ ଅବସ୍ଥାନ କରିଥିବା ବେଳେ ପ୍ରଥମେ ଦୂରବୀକ୍ଷଣଯନ୍ତ୍ରରେ ଧରାପଡ଼ିଥିଲା। ତା’ପରେ ଜୁଲାଇ ୩ ତାରିଖ ବେଳକୁ ତାହାର ଅଧିକ ନିକଟବର୍ତ୍ତୀ ହେଲାପରେ ଏହାର ପୁଚ୍ଛଟି ଦୃଶ୍ୟମାନ ହେଲା। ଅତଏବ ଜୁଲାଇ ୧୨ରୁ ୨୨ ତାରିଖ ମଧ୍ୟରେ ସୂର୍ଯ୍ୟାସ୍ତ ସମୟରେ ଉତ୍ତର-ପଶ୍ଚିମ ଦିଗ୍‌ବଳୟରେ ସପ୍ତର୍ଷିମଣ୍ଡଳ ନିକଟରେ ଖାଲି ଆଖିକୁ ତାହା ଦେଖାଗଲା। କ୍ରମେ ଏହି ମହାକାଶପିଣ୍ଡଟି ପୃଥିବୀର ପ୍ରାୟ ୧୦.୩ କୋଟି କିମି ନିକଟକୁ ଆସି ଜୁଲାଇ ୩୦ ତାରିଖ ବେଳକୁ ଅଦୃଶ୍ୟ ହୋଇଯାଇଛି।
ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ କୁପରନିକସ ଧୂମକେତୁକୁ ପୃଥିବୀର ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଏକ ଅସ୍ଥାୟୀ ଢାଞ୍ଚା, ଯାହା କି ଅଶୁଭ ହୋଇ ନ ପାରେ ବୋଲି ମତ ଦେଇଥିଲେ। ତଥାପି ତାହା ଜନମାନସରୁ ଧୂମକେତୁ ପ୍ରତି ଭୟ ଦୂର କରିବାକୁ ସମର୍ଥ ହୋଇ ନ ଥିଲା। କାରଣ ଏହି ମହାକାଶପିଣ୍ଡଗୁଡ଼ିକର ଆବିର୍ଭାବ ସମୟରେ ବିବିଧ ପ୍ରାକୃତିକ ବିପର୍ଯ୍ୟୟ-ମହାମାରୀ, ଯୁଦ୍ଧ ଏବଂ ମହାନ୍‌ ବ୍ୟକ୍ତିଙ୍କ ମୃତ୍ୟୁ ଆଦି ଘଟଣା ଘଟିବାର ଅନେକ ଦୃଷ୍ଟାନ୍ତ ଥିଲା।
କେତେକେ ଯୁକ୍ତି ବାଢ଼ୁଛନ୍ତି ଯେ ଚନ୍ଦ୍ର ଓ ସୂର୍ଯ୍ୟ ଭଳି ନିକଟତର ମହାକାଶପିଣ୍ଡଗୁଡ଼ିକର ପୃଥିବୀର ପରିବେଶ ତଥା ଜୀବଜଗତ ଉପରେ ଅଳ୍ପ ବହୁତ ପ୍ରଭାବ ରହିଛି। ଏଣୁ ଧୂମକେତୁଟିଏ ନିକଟତର ହୋଇଗଲେ ଏ ସବୁକୁ ପ୍ରଭାବିତ ନ କରିବ କାହିଁକି? ବିଶେଷତଃ ତାହାର ପୁଚ୍ଛ ଗଠିତ ହୋଇଥିବା ବାଷ୍ପୀୟ ବିଷାକ୍ତ ପଦାର୍ଥକୁ ସୌରବାୟୁ ଏହା ଦିଗକୁ ଚଳିତ କରିପାରେ। ଅତଏବ ଏହାର ପ୍ରଭାବ ବିପଜ୍ଜନକ ହୋଇପାରେ। ଅନ୍ୟପକ୍ଷରେ ବିଗତ ଶତାବ୍ଦୀରେ ରୁଷିଆର ମହାକାଶ ବିଜ୍ଞାନୀ ଆଲେକ୍‌ଜାଣ୍ଡାର ଚିଜେଭୋସକି ପୃଥିବୀ ଉପରେ ଧୂମକେତୁର ପ୍ରଭାବ କଥା ଗଭୀର ଭାବରେ ଅନୁଧ୍ୟାନ କରିଥିଲେ।
ଆଜକୁ ପ୍ରାୟ ୪୦୦୦ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଘଟୁଥିବା ଘନ ଘନ ଧୂମକେତୁ ପତନ ଜୀବନର ସୃଷ୍ଟି ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ବୋଲି ମନେକରାଯାଏ। ଏବେ ଏହାର ସାଗର ଏବଂ ମହାସାଗରମାନଙ୍କରେ ଥିବା ଅଧିକାଂଶ ଭାଗ ଜଳ ସମ୍ଭବତଃ ସେହିଗୁଡ଼ିକରୁ ହିଁ ଆସିଥିଲା। ପୁନଶ୍ଚ ଏଥିରେ ଥିବା ଜୀବନର ପୁରୋଗାମୀ ରୂପେ ପରିଗଣିତ ବିବିଧ ଜୈବଅଣୁ ପୃଥିବୀ ପୃଷ୍ଠରେ ଜୀବନ ପ୍ରକ୍ରିୟା ଆରମ୍ଭର ମୂଳଦୁଆ ସ୍ଥାପନ କରିବାର ପ୍ରମାଣ ଏବେ ମିଳିଲାଣି। ସେହିପରି ଏହାର ଆଘାତ ଆମିନୋ ଅମ୍ଳ ଏବଂ ତହିଁରୁ ପ୍ରୋଟିନ୍‌ ସୃଷ୍ଟିରେ ସହାୟକ ହୋଇଥିବାର ମଧ୍ୟ କୁହାଗଲାଣି। ଅବଶ୍ୟ ଧୂମକେତୁର ପୁଚ୍ଛରେ ‘ସାଇନୋଜେନ୍‌’ ପଲିସାଇକ୍ଲିନ୍‌ ଏରୋମେଟିକ ହାଇଡ୍ରୋକାର୍ବୋନସ ଆଦି ବିଷାକ୍ତ ବାଷ୍ପ ଥାଏ। ତେବେ ଅନେକ ବର୍ଷର ବ୍ୟବଧାନରେ ଆସି ଆକାଶରେ ନିୟୁତ ନିୟୁତ କିମି ଉଚ୍ଚତାରେ ଅବସ୍ଥାନ କରୁଥିବା ଏହି ପିଣ୍ଡଗୁଡ଼ିକରୁ ତାହା ପୃଥିବୀ ପୃଷ୍ଠରେ ପହଞ୍ଚତ୍ବାର ସମ୍ଭାବନା ପ୍ରାୟତଃ ନାହିଁ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri