ସୀମାନ୍ତରେ ଶିକ୍ଷା ବ୍ୟବସ୍ଥା ଭିତ୍ତିଭୂମି ବିକାଶ ଅଭାବର ଲାଭ ଉଠାଉଛି ପଡୋଶୀ ଆନ୍ଧ୍ର ରାଜ୍ୟ: ଗୋଟିଏ ଗୃହରେ ପାଠପଢୁ ଛନ୍ତି ପ୍ରଥମରୁ ଅଷ୍ଟମ…

ପଟ୍ଟାଙ୍ଗି୫। ୮(ଶରତ କୁମାର ଧଳ)ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ର ଭିତ୍ତିଭୂମି ବିକାଶ ଅଭାବ ଯୋଗୁଁ ପଡୋଶୀ ଆନ୍ଧ୍ର ରାଜ୍ୟ ଲାଭ ଉଠାଇ ଚାଲିଥିବା ବେଳେ ପଛରେ ପଡି ଯାଉଛି ଓଡିଶା । ଏହିପରି ବ୍ୟବସ୍ଥା ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତ ର ଉପରସେମ୍ବି ଗ୍ରାମରେ ରହିଥିବା ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିବା ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ରହିଛି । ଯେଉଁଥି ପାଇଁ କି ଗୋଟିଏ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ର ଛାତ୍ରଛାତ୍ରୀ ଏକାଠି ବସି ପାଠ ପଡୁଛନ୍ତି । ଯାହା ପାଇଁ କି ଦୁଇଟି ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ବିଦ୍ୟାଳୟରେ ସବୁଦିନ ସତପ୍ରତିଶତ ଛାତ୍ରଛାତ୍ରୀ ହେଉ ନାହାଁନ୍ତି । ସେପଟେ ଓଡ଼ିଶାର ବିଦ୍ୟାଳୟ ଠାରୁ କିଛି ଦୂରରେ ରହିଥିବା ଉକ୍ତ ଗ୍ରାମ ଭିତରେ ଏକ ଅସ୍ଥାୟୀ ଗୃହରେ ଆନ୍ଧ୍ର ପକ୍ଷରୁ ଶିକ୍ଷା ବ୍ୟବସ୍ଥା ବା ପାଠପଢା ପାଇଁ ବ୍ୟବସ୍ଥା ହୋଇ ଥିବାବେଳେ ସେଠାରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାପନ ସତପ୍ରତିଶତ ଯଥା ଅଧିକ ରହୁଛି । ଯାହାକୁ ନେଇ ଏହିପରି ବ୍ୟବସ୍ଥା କୁ ନେଇ ଗ୍ରାମବାସୀ ପଡୋଶୀ ଆନ୍ଧ୍ର ରାଜ୍ୟ ସରକାର ପାଠ ପଢିବା ପାଇଁ ୧୫ ହଜାର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ସହ ସହରାଞ୍ଚଳରେ ହଷ୍ଟେଲ ରେ ରଖି ଉଚ୍ଚ ଶିକ୍ଷା ପାଠ ପଢିବା ପାଇଁ ଅନେକ କିଛି ସାହାଯ୍ୟ କରୁଥିବା ବେଳେ ଓଡିଶା ଖାଲି ବିଦ୍ୟାଳୟ ଖଣ୍ଡିଏ ଖୋଲି ଦେଇ ମଧ୍ୟାହ୍ନ ଭୋଜନ ଦେବା ଛଡ଼ା ଅନ୍ୟ କୈଣସି ବ୍ୟବସ୍ଥା ଯୋଗାଇ ଦେଉନାହିଁ ବୋଲି ପ୍ରକାଶ କରିଛନ୍ତି । ସେପଟେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ବିଦ୍ୟାଳୟ ସମୁଖରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲେଖା ହେବା କଥା କିନ୍ତୁ ପ୍ରାଥମିକ ବିଦ୍ୟାଳୟ ଲେଖା ହେବା ଦୃଶ୍ୟ ସୀମାନ୍ତ ଛାତ୍ରଛାତ୍ରୀ ଙ୍କୁ କିଭଳି ସୂଚନା ଦେଉଥିବ ଏହା ଦେଖିଲେ ସ୍ୱଷ୍ଟ ବାରି ହେଉଛି । ଏଠାରେ ସୂଚନା ଥାଉକି ଓଡ଼ିଶାର ଉକ୍ତ ବିଦ୍ୟାଳୟ ସମୁଖରେ ରହିଥିବା ପାଚେରି ମଝିରେ ଏକ ସୁଖିଲା ଗଛ ଟିକିଏ ବିପଦ ସଙ୍କେତ ଭାବେ ରହିଥିଲେ ମଧ୍ୟ ଉକ୍ତ ଗଛ କୁ ଗ୍ରାମବାସୀ କାଟିବା କୁ ଦେଉନାହାନ୍ତି । ଏହିପରି କି ଗଛଟି କେତେବେଳେ ଭାଙ୍ଗି ବିଦ୍ୟାଳୟ ଉପରେ ପଡିବ ତାହା କହି ହେବନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri