Posted inଜାତୀୟ

ନେହେରୁଙ୍କ ଭାରତର ଅଧା ଏମ୍‌ପି ଦାଗୀ

ନୂଆଦିଲ୍ଲୀ,୧୮ା୨: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେବାବେଳେ ‘ନେହେରୁ ଇଣ୍ଡିଆରେ ଏମ୍‌ପିମାନଙ୍କ ଅପରାଧ ରେକର୍ଡ’ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ଲୁଙ୍ଗ୍‌ଙ୍କ ଏଭଳି ଅବାଞ୍ଛିତ ମନ୍ତବ୍ୟ ପାଇଁ ନୂଆଦିଲ୍ଲୀ ପକ୍ଷରୁ ସିଙ୍ଗାପୁର ରାଷ୍ଟ୍ରଦୂତ ସାଇମନ ଓ୍ବଙ୍ଗ୍‌ଙ୍କୁ ସମନ ଜାରି କରାଯାଇଛି।
ଲୁଙ୍ଗ୍‌ ବୁଧବାର ସିଙ୍ଗାପୁର ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେବା ବେଳେ ଗଣତନ୍ତ୍ର କିପରି କାର୍ଯ୍ୟ କରିବା ଉଚିତ କହିବାକୁ ଯାଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କଥା ଉଠାଇଥିଲେ। ସେ କହିଥିଲେ, ଉଚ୍ଚ ଚିନ୍ତାଧାରା ଓ ମହାନ୍‌ ମୂଲ୍ୟବୋଧ ଆଧାରରେ ଅଧିକାଂଶ ଦେଶ ପ୍ରତିଷ୍ଠା ହୋଇଥିଲା। ତେବେ ଧୀରେ ଧୀରେ ରାଜନୈତିକ ପରିବର୍ତ୍ତନ ଯୋଗୁ ସେହିି ଚିନ୍ତାଧାରା ବଦଳିଗଲା। ଏବେ ଅଧିକାଂଶ ରାଜନୈତକ ବ୍ୟବସ୍ଥା ପ୍ରତିଷ୍ଠାତା ନେତାମାନଙ୍କ ସ୍ବୀକୃତି ପାଇବା ଯୋଗ୍ୟ ହେବ ନାହିଁ ବୋଲି ଲୁଙ୍ଗ୍‌ କହିଛନ୍ତି। ସେତେବେଳର ନେତାମାନେ ଦୃଢ଼ ଆତ୍ମବିଶ୍ୱାସର ସହ ଲଢ଼ି ଦେଶକୁ ସ୍ବାଧୀନତା ଆଣିଥିଲେ। ସେମାନେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କଠାରେ ଅଦମ୍ୟ ସାହସ ତଥା ସାମର୍ଥ୍ୟ ରହିଥିଲା। ସେମାନେ ଦେଶର ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ଜନନେତା ତଥା ରାଷ୍ଟ୍ରନେତାରେ ପରିଣତ ହୋଇଥିଲେ। ଡାଭିଡ୍‌ ବେନ୍‌-ଗୁରିଅନ୍ସ, ଜବାହରଲାଲ ନେହେରୁ ସେମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଲୁଙ୍ଗ୍‌ କହିଥିଲେ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନେହେରୁଙ୍କ ଭାରତରେ ଲୋକ ସଭାରେ ସେମାନଙ୍କ ବିରୋଧରେ ବଳାତ୍କାର, ହତ୍ୟା ଆଦି ଆପରାଧିକ ମାମଲା ବିଚାରାଧୀନ ଥିଲା। ଯଦିଓ ସେଥିରୁ ଅଧିକାଂଶ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଥିବା ସିଙ୍ଗାପୁର ପ୍ରଧାନମନ୍ତ୍ରୀ ବୁଧବାର ପାର୍ଲାମେଣ୍ଟକୁ କହିଥିଲେ। ସେ କହିଛନ୍ତି, ସରକାରରେ ଥିବା ବ୍ୟକ୍ତିମାନେ ଯଦି ସାଧୁତା ବଜାୟ ରଖନ୍ତି ଏବଂ ଆଇନ ଓ ନିୟମାବଳୀକୁ ସମସ୍ତଙ୍କ ପାଇଁ ସମାନ ଭାବେ କାର୍ଯ୍ୟକାରୀ କରନ୍ତି, ତେବେ ସିଙ୍ଗାପୁର ଜନସାଧାରଣ ସେମାନଙ୍କ ନେତା, ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri