ଏଠାରେ ରହିଛି ନେହା କକ୍କରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ତାଙ୍କ ସ୍ବାମୀ ରୋହନପ୍ରୀତ୍‌ ସିଂହଙ୍କ ଯୋଡ଼ି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧ। ଦୁଇଜଣଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ରିମେକ୍‌ କ୍ୱିନ୍‌ଙ୍କ ନାମରେ ଜଣାଶୁଣା ନେହା ରୋହନପ୍ରୀତଙ୍କୁ ବିବାହ କରି ପ୍ରଶଂସକମାନଙ୍କୁ ଚକିତ କରିଦେଇଥିଲେ। ନେହା ଏବଂ ରୋହନଙ୍କ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ବେଶ୍‌ ଉତ୍ସୁକ ଥାନ୍ତି। ନେହା ତାଙ୍କ ଜୀବନ କେମିତି ବିତାଉଛନ୍ତି, ରୋହନଙ୍କ ସହ କେମିତି ମଜା କରୁଛନ୍ତି ଏହାର ଝଲକ ବି ସୋସିଆଲ ମିଡିଆରେ ବେବେବେଳେ ଦେଖିବାକୁ ମିଳେ। ଏବେ ଦୁଇଜଣ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହାକୁ ଖୁବ୍‌ ପସନ୍ଦ କରାଯାଉଛି।

ନେହା ମୁମ୍ବାଇରେ ରହୁଛନ୍ତି। କରୋନା ମହମାରୀ ଯୋଗୁ ବର୍ତ୍ତମାନ ସେ ଘରେ ସମୟ କାଟୁଛନ୍ତି। ଏହି ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ କିଛିକିଛି ଫଟୋ ଶେୟାର କରୁଛନ୍ତି। ଏବେ ଯେଉଁ ଫଟୋ ଶେୟାର କରିଛନ୍ତି, ଏଥିରେ ନେହା ଏବଂ ରୋହନ ଘରେ ବସି ଗୀଟାର ବଜାଉଥିବା ନଜର ଆସିଛନ୍ତି। ନେହାଙ୍କ ଘର ବହୁତ ସିମ୍ପଲ ଆଉ ସୁନ୍ଦର ଡିଜାଇନ୍‌ ହୋଇଛି। ମାର୍ବଲ ଫ୍ଲୋର,ଫ୍ରେଞ୍ଚ୍‌ ଓ୍ବିଣ୍ଡୋଜ୍‌, ହ୍ୟାଙ୍ଗିଙ୍ଗ୍‌ ପ୍ଲାଣ୍ଟ୍‌ ଏବଂ ମୁମ୍ବାଇ ସ୍କାଇଲାଇନ୍‌ ସହିତ ଏହି ଘର ବହୁତ ସୁନ୍ଦର। ଘରେ ବ୍ରାଉନ କଲରର ସୋଫା ଏବଂ କୁଶନ୍‌ସ ବି ଖୁବ୍‌ ସୁନ୍ଦର ଦେଖାଯାଉଛି।

ଏହା ସହ ନେହା ତାଙ୍କ ପିଲାଦିନେ ରହୁଥିବା ଘରର ଫଟୋ ବି ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଏହି ଘରେ ଜନ୍ମ ହୋଇଥିଲି। ଏହି ଘରେ ଆମେ ସମସ୍ତେ ରହୁଥିଲୁ। ଏହି ଘରେ ମୋ’ ମା ରୋଷେଇ କରୁଥିଲେ। ଛୋଟ ଏକ ଟେବୁଲ ବି ଥିଲା। ଏହି ଫଟୋ ଶେୟାର କରି ନେହା ତାଙ୍କ ସଂଘର୍ଷ ଜୀବନ ବିଷୟରେ ଜଣାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri