ଅଣଦେଖା ଜଳଭଣ୍ଡାର

ପୁରାତନ ଯୁଗରୁ ନଦୀ ମାନବ ଜୀବନଜୀବିକା ଓ ପରିବେଶ ସୁରକ୍ଷାର ପ୍ରମୁଖ ଅଙ୍ଗ ଭାବେ ରହିଆସିଛି। ସମ୍ପ୍ରତି ଆଧୁନିକ ଯୁଗରେ କୃଷି, ଶିଳ୍ପ, ସ୍ବାସ୍ଥ୍ୟ ଓ ଆର୍ଥିକ ବିକାଶ କ୍ଷେତ୍ରରେ ନଦୀଜଳର ବ୍ୟାପକ ବ୍ୟବହାର କରାଯାଉଛି। ଏହିସବୁ ଲକ୍ଷ୍ୟ ହାସଲ କରିବାରେ ଜଳଭଣ୍ଡାରରେ ଗଚ୍ଛିିତ ଜଳର ଭୂମିକା ଅଧିକ। କିନ୍ତୁ ନିକଟରେ ଜାତିସଂଘର ଜଳ ପରିବେଶ ଓ ସ୍ବାସ୍ଥ୍ୟ ସମ୍ପର୍କିତ ୟୁନିଭର୍ସିଟି ଇନ୍‌ଷ୍ଟିିଚ୍ୟୁଟ(ୟୁଏନୟୁ-ଆଇଏନ୍‌ଡବ୍ଲ୍ୟୁଇଏଚ୍‌) ଦ୍ୱାରା ଜଳଭଣ୍ଡାରର ଜଳଧାରଣ କ୍ଷମତାକୁ ନେଇ ପ୍ରକାଶିତ ତଥ୍ୟ ଉଦ୍‌ବେଗଜନକ । ଏଥିତ୍ରେ କୁହାଯାଇଛି ଯେ, ପୃଥିବୀର ପ୍ରାୟ ୫୦ ହଜାର ଜଳଭଣ୍ଡାର ଶଯ୍ୟା ମାଟି, ବାଲି ଗୋଡ଼ିରେ ପୋତି ହୋଇଯିବା ଯୋଗୁ ଏଗୁଡ଼ିକର ଜଳଧାରଣ କ୍ଷମତା ୧୩ରୁ ୧୯ ପ୍ରତିଶତ ହ୍ରାସ ପାଇଛି। ଫଳରେ ୧୫୦ ଦେଶର ୪୭,୪୦୩ ବୃହତ୍‌ ଡ୍ୟାମ୍‌ର ମୂଳ ଜଳଧାରଣ କ୍ଷମତା ୬,୩୧୬ ବିଲିୟନ ଘନ ମିଟର ହ୍ରାସ ପାଇ ୨୦୫୦ ସୁଦ୍ଧା ୪,୬୬୫ ବିଲିୟନ ଘନମିଟରରେ ପହଞ୍ଚିବ। ହ୍ରାସ ପାଇବାକୁ ଥିବା ୧,୬୫୧ ବିଲିୟନ ଘନ ମିଟର ଜଳ ଭାରତ, ଚାଇନା, ଇଣ୍ଡୋନେସିଆ, ଫ୍ରାନ୍ସ ଓ କାନାଡା ବର୍ଷକୁ ବ୍ୟବହାର କରୁଥିବା ଜଳ ପରିମାଣ ସହ ସମାନ। ଉଲ୍ଲେଖଯୋଗ୍ୟ ଯେ, ଏସିଆ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକରେ ସବୁଠୁ ଅଧିକ ନଦୀବନ୍ଧ ରହିଛି । ୨୦୫୦ ସୁଦ୍ଧା ଉକ୍ତ ନଦୀବନ୍ଧଗୁଡ଼ିକର ଜଳଧାରଣ କ୍ଷମତା ଏକ ଚତୁର୍ଥାଂଶ ହ୍ରାସ ପାଇବ ବୋଲି ରିପୋର୍ଟରୁ ପ୍ରକାଶ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଞ୍ଚଳରେ ବିଶ୍ୱ ଜନସଂଖ୍ୟାର ୬୦ ପ୍ରତିଶତ ଲୋକ ବାସ କରୁଛନ୍ତି। ଉକ୍ତ ରିପୋର୍ଟ ସ୍ପଷ୍ଟ କରିଛି ଯେ, ନଦୀଶଯ୍ୟା ପୋତି ହୋଇଯିବା କାରଣରୁ ୨୦୫୦ ସୁଦ୍ଧା ଭାରତର ପ୍ରାୟ ୩,୭୦୦ ନଦୀବନ୍ଧ ୨୬ ପ୍ରତିଶତ ଜଳଧାରଣ କ୍ଷମତା ହରାଇବ। ୨୦୧୫ରେ ମଧ୍ୟ କେନ୍ଦ୍ରୀୟ ଜଳ ଆୟୋଗ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭାରତର ୫୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୧୫୦ ବୃହତ୍‌ ଜଳଭଣ୍ଡାର ମଧ୍ୟରୁ ଏକ ଚତୁର୍ଥାଂଶ ସେମାନଙ୍କ ମୂଳ ଜଳଧାରଣ କ୍ଷମତାର ୩୦ ପ୍ରତିଶତ ହରାଇ ସାରିଲେଣି। ଉକ୍ତ ଦୁଇ ରିପୋର୍ଟକୁ ଦେଖିଲେ ଭାରତ ଭବିଷ୍ୟତରେ ଗମ୍ଭୀର ଜଳ, ପରିବେଶ ଓ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ଯାଉଥିବା ସଙ୍କେତ ମିଳୁଛି। ସଦ୍ୟତମ ହାଇଡ୍ରୋଲୋଜି ସର୍ଭେ ଅନୁଯାୟୀ ଏସିଆର ଦୀର୍ଘତମ ନଦୀବନ୍ଧ ହୀରାକୁଦର ଜଳଧାରଣ କ୍ଷମତା ୨୪ ପ୍ରତିଶତ କମିଛି; ଯାହାର ପରିଣାମ ଏହାର ଅବବାହିକାରେ ଦେଖିବାକୁ ପାଉଛୁ।
୨୦୫୦ ବେଳକୁ ଭାରତର ଲୋକସଂଖ୍ୟା ୧୬୦ କୋଟିକୁ ଟପିଯିବ ଏବଂ ସବୁ ଦିଗରୁ ଜଳ ଆବଶ୍ୟକତା ପୂରଣ କରିବା ଏକ ଆହ୍ବାନ ହୋଇପାରେ। କାରଣ ନଦୀଜଳ ଭାରତର ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ସଞ୍ଚାଳକ। ସେହିଭଳି ଜଳଭଣ୍ଡାରରେ ଜଳ ପରିମାଣ କମିଲେ ଖାଦ୍ୟ, ଶକ୍ତି, ପରିବେଶ, ସ୍ବାସ୍ଥ୍ୟ, ଆର୍ଥିକ ସୁରକ୍ଷା ଅତ୍ୟଧିକ ପ୍ରଭାବିତ ହେବ। ଗ୍ରମୀଣ ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଭାରତରେ ଉଭୟ ଭୂପୃଷ୍ଠ ଓ ଭୂଗର୍ଭର ମୋଟ ୬୩୪ ବିଲିୟନ ଘନ ମିଟର ଜଳ ଶକ୍ତି, ଖାଦ୍ୟ, ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଛି ବୋଲି ନୀତି ଆୟୋଗ ପକ୍ଷରୁ କୁହାଯାଉଛି। କିନ୍ତୁ ଏହି ଆବଶ୍ୟକତା ବୃଦ୍ଧି ପାଇବା ଓ ଅନ୍ୟ ପକ୍ଷରେ ଜଳଭଣ୍ଡାରର ଜଳଧାରଣ କ୍ଷମତା କମିବା ନଶ୍ଚିତ ଭବିଷ୍ୟତ ପାଇଁ ବିପଦ। ବାସ୍ତବରେ ଭାରତରେ ଡ୍ୟାମ୍‌ଗୁଡ଼ିକ ସୁଦୃଢ ହୋଇପାରୁନାହିଁ। ଏହା ବ୍ୟତୀତ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଭାରତର ନଦୀବନ୍ଧଗୁଡ଼ିକରେ ସେଡିମେଣ୍ଟେଶନ ସାଇନ୍ସକୁ କମ୍‌ ଗୁରୁତ୍ୱ ଦିଆଯାଉଛି। ଅର୍ଥାତ ଭାରତରେ ନଦୀଶଯ୍ୟା ଓ ଜଳଭଣ୍ଡାରଗୁଡ଼ିକକୁ ଦୀର୍ଘଦିନ ଧରି ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାହୋଇଆସୁଛି। ୨୦୨୧ର ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ୫,୨୬୪ ବୃହତ୍‌ ଡ୍ୟାମ୍‌ ଅଛି ଓ ଆଉ ୫୦୦ ନିର୍ମାଣ ଜାରି ରହିଛି। ଏହାବାଦ୍‌ ଅନେକ ହଜାର ମଧ୍ୟମ ଓ କ୍ଷୁୁଦ୍ର ଜଲଭଣ୍ଡାର କାର୍ଯ୍ୟକ୍ଷମ ଅଛି। ତଥାପି ଏବେ ଆମେ ଆବଶ୍ୟକ ପାନୀୟ ଜଳ ଯୋଗାଇବା ଲାଗି ଅକ୍ଷମ। ଜନସଂଖ୍ୟା ବୃଦ୍ଧି, ଆର୍ଥିକ ଅଭିବୃଦ୍ଧି, ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଓ ସହରୀକରଣ ଆଦି ଜଳନୀତିର ପ୍ରମୁଖ ଅଂଶ ହୋଇଛି। ଏ କ୍ଷେତ୍ରରେ ୨୦୧୮ରେ ନୀତି ଅୟୋଗଙ୍କ ଆକଳନ କହେ ଯେ, ୨୦୩୦ ସୁଦ୍ଧା ଭାରତର ଜଳ ଯୋଗାଣ ଚାହିଦା ୨ଗୁଣ ବଢ଼ିଯିବ। ତେବେ ଜଳଭଣ୍ଡାରରେ ଜଳ ବିନା ଯଦି ଧୋଇଲା ବାଲିମାଟି ଭର୍ତ୍ତି ହେବ ତେବେ ଭାରତ ଜଳବାୟୁ ପରିବର୍ତ୍ତନର ଆହ୍ବାନଗୁଡ଼ିକୁ ମୁକାବିଲା କରି ଶତତ ବିକାଶ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇପଡ଼ିବ। ଏହାକୁ ଲକ୍ଷ୍ୟକରି ଏବେଠାରୁ ଅତିରିକ୍ତ ଜଳ ଗଚ୍ଛିତ କରିବା ଲଗି ନୂଆ ଯୋଜନା କରିବାକୁ ହେବ। ଏଥିରେ ଛୋଟ ଡ୍ୟାମ୍‌ ନିର୍ମାଣ, ବର୍ଷା ଜଳ ଅମଳ ଓ ଭୂତଳ ଜଳ ସ୍ତର ରିଚାର୍ଜ କରିବା କାର୍ଯ୍ୟକ୍ରମ ହାତକୁ ନେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri