ଛୋଟ ହେଲେ ବି ଅବହେଳିତ

ବଅଁରପାଳ,୨୪ା୩(ଡି.ଏନ.ଏ.) – ଛୋଟିଆ ରାଜସ୍ବ ଗାଁ। ପରିବାର ସଂଖ୍ୟା ମାତ୍ର ୮। ହେଲେ ୩୦ ଲୋକ ରହୁଥିବା ଏହି ଗାଁରେ ଥିବା ସମସ୍ୟାର ସମାଧାନ କରିପାରୁନି ପ୍ରଶାସନ। ବର୍ଷ ବର୍ଷ ଧରି ଏହି ଗ୍ରାମବାସୀ ପାନୀୟ ଜଳ ପାଇଁ ହଇରାଣ ହରକତ ହେଉଥିବା ବେଳେ ସ୍ବଚ୍ଛ ଭାରତ ଯୋଜନାରେ କରାଯାଇଥିବା ପାଇଖାନା ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ପାଣି ପାଇଁ ପଡ଼ୋଶୀ ଗାଁ ଉପରେ ନିର୍ଭର କରୁଥିବା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତର ମଝିକା ଗ୍ରାମବାସୀ ଖୋଲା ପଡ଼ିଆକୁ ଶୌଚ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।
ରାଜସ୍ବ ଗ୍ରାମ ମଝିକାରେ ପୂର୍ବରୁ ୩ ପରିବାର ରହୁଥିଲେ। ପରବର୍ତ୍ତୀ ସମୟରେ ଏହା ୮ ପରିବାରକୁ ବୃଦ୍ଧି ପାଇଛି। ପାନୀୟ ଜଳ, ଶିକ୍ଷା, ଜଳସେଚନ, ପରିମଳ ସମେତ ବହୁ ସମସ୍ୟା ଏଠାରେ ଲାଗିରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିଶେଷକରି ଖରାଦିନେ ଜଳ କଷ୍ଟ ମୁଖ୍ୟ ସମସ୍ୟା ପାଲଟୁଛି। ଗ୍ରାମର ବହୁ ଦୂରରେ ଥିବା ଏକ ନଳକୂପରୁ କମ୍‌ ପରିମାଣର ପାଣି ବାହାରୁଛି। ଫଳରେ ଗ୍ରାମବାସୀଙ୍କୁ ପଡ଼ୋଶୀ ଗ୍ରାମରୁ ପାଣି ଆଣିବାକୁ ପଡ଼ୁଛି। ପାଇପ୍‌ ଯୋଗେ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲୋକେ ଦାବିକରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା କରାଯାଉ ନାହିଁ। କେବଳ ଦୀର୍ଘ ଦିନ ହେଲା ଜଳ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ କେତୋଟି ପାଇପ୍‌ ପଏଣ୍ଟ ପୋତାଯାଇଛି। ସେହିପରି ପିଲାମାନେ ନିକଟରେ ଥିବା ବଗଚର ଗ୍ରାମ ସ୍କୁଲକୁ ପଢ଼ିବା ପାଇଁ ଯାଉଛନ୍ତି। ଖୋଲା ମଳମୁକ୍ତ ଗ୍ରାମ ଲକ୍ଷ୍ୟରେ ଘରେ ଘରେ ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। କେଉଁଠି ଟାଙ୍କି ନିର୍ମାଣ ହୋଇନାହିଁ ତ ଆଉ କେଉଁ ଟାଙ୍କିରେ ନନ୍ଦ ବସାଯାଇନାହିଁ। ଫଳରେ ମହିଳାମାନେ ଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରଶାସନ ସମସ୍ୟା ଦୂର କରିବା ପାଇଁ ଲୋକେ ଦାବି କରିଛନ୍ତି। ବଅଁରପାଳ ଅତିରିକ୍ତ ବିଡିଓ ମାଧବ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଯଦି ଗ୍ରାମରେ ସମସ୍ୟା ରହିଥାଏ, ତେବେ ତାହାର ଅନୁଧ୍ୟାନ କରାଯାଇ ସମାଧନ କରାଯିବ।
ପଡ଼ୋଶୀ ଗ୍ରାମ ଭରସା
ଗ୍ରାମରେ ମାତ୍ର ୮ ପରିବାର ରହୁଛୁ। ହେଲେ ଛୋଟିଆ ଗାଁରେ ଥିବା ସମସ୍ୟାର ସମାଧାନ କରାଯାଉ ନାହିଁ। ବିଶେଷକରି ପିଇବା ପାଣି ପାଇଁ ପଡ଼ୋଶୀ ଗାଁ ଉପରେ ନିର୍ଭର କରିବାକୁ ପଡ଼ୁଛି। କେତେଜଣଙ୍କୁ ଭତ୍ତା ମଧ୍ୟ ମିଳୁନାହିଁ।
-ସିଦ୍ଧେଶ୍ୱର ନାୟକ, ଗ୍ରାମବାସୀ
ଶୌଚ ପାଇଁ ପଡ଼ିଆକୁ ଯାଉଛୁ
ସରକାରଙ୍କ ପକ୍ଷରୁ ପ୍ରତି ଘରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ଏହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଗ୍ରାମର ମହିଳା ପୁରୁଷମାନେ ବାଧ୍ୟ ହୋଇ ନିକଟସ୍ଥ ପଡିଆକୁ ଶୌଚ କରିବାକୁ ଯାଉଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆଗଲେ ଭଲ ହୁଅନ୍ତା।
-ବାସନ୍ତୀ ନାୟକ, ଗ୍ରାମବାସୀ
ସରକାର ଦୃଷ୍ଟି ଦିଅନ୍ତୁ
ସବୁ ଦୃଷ୍ଟିରୁ ଏହି ରାଜସ୍ବ ଗ୍ରାମ ଅବହେଲିତ। ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ ପିଇବା ପାଣିର ସୁବିଧା କରାଯାଉ ନାହିଁ। ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେଜଣଙ୍କ ବୟସ ୬୫ରୁ ଅଧିକ ହୋଇଥିଲେ ମଧ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଉ ନାହିଁ।
-କେଶବ ନାୟକ, ଗ୍ରାମବାସୀ
ଉନ୍ନତି ପ୍ରତି ଧ୍ୟାନ ଦେବି
ଗ୍ରାମରେ ଥିବା ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଛି। ଗ୍ରାମବାସୀଙ୍କୁ ପାଇପ୍‌ ପାଣି ଯୋଗାଇ ଦେବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ପାଇଖାନା ତିଆରି ଶେଷହୋଇଛି। ଲୋକେ କିଭଳି ପଡିଆକୁ ନ ଯାଇ ପାଇଖାନା ବ୍ୟବହାର କରିବେ ସେ ନେଇ ଉଦ୍ୟମ କରିବି।
-ଉତ୍ସବ ଦେହୁରୀ, ବୁଢ଼ାପଙ୍କ ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri