ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା

ରାଉରକେଲା, ୨୧ା୭(ଦିନେଶ ମିଶ୍ର): ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ। କିନ୍ତୁ ଏବେ ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି। ସୁନ୍ଦରଗଡ଼ରେ ଥିବା ମହିଳା ‘ଫୁଟ୍‌ବଲ ହଷ୍ଟେଲରେ ପୁରୁଷ’ ଫୁଟ୍‌ବଲ କୋଚଙ୍କୁ ନିଯୁକ୍ତ କରାଯାଇଛି ।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ରହିଛି ମହିଳା ଫୁଟବଲ ସ୍ପୋର୍ଟସ ହଷ୍ଟେଲ। ଏହି ହଷ୍ଟେଲ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳିଙ୍କୁ ସୃଷ୍ଟି କରିଛି। ଏଠାରେ ଜଣେ ମହିଳା କୋଚଙ୍କୁ ନିଯୁକ୍ତି କରାଯାଇଥିଲା। ପରେ ସେ ଭୁବନେଶ୍ୱରକୁ ବଦଳି ହୋଇଗଲେ। ହେଲେ ସେଠାରେ ତାଙ୍କ ପାଇଁ କୌଣସି ହଷ୍ଟେଲ ନାହିଁ। ଭୁବନେଶ୍ୱରରେ ଯେଉଁ ହଷ୍ଟେଲ ରହିଛି ସେଠାରେ ଜଣେ ମହିଳା କୋଚ ଦୀର୍ଘଦିନ ହେବ ଅଛନ୍ତି। ତେଣୁ ତାଙ୍କୁ ଥଇଥାନ କରାଯିବା ପାଇଁ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀର ଇନଚାର୍ଜ କରାଯାଇଛି। ହେଲେ ତାଙ୍କ ମୂଳ ନିଯୁକ୍ତି ମହିଳା ଫୁଟ୍‌ବଲ ହଷ୍ଟେଲ। ଭୁବନେଶ୍ୱରରେ ଥିବା ମହିଳା ଫୁଟ୍‌ବଲ ହଷ୍ଟେଲରେ ପୂର୍ବରୁ ଜଣେ କୋଚ ଅଛନ୍ତି। ତେଣୁ ତାଙ୍କର ସେଠାରେ ଆବଶ୍ୟକତା ନାହିଁ। ଅପରପକ୍ଷରେ ସୁନ୍ଦରଗଡ଼ ମହିଳା ଫୁଟ୍‌ବଲ ହଷ୍ଟେଲରେ କୋଚଙ୍କ ଆବଶ୍ୟକତା ପଡିବାରୁ ଓଡ଼ିଶା ପୋଲିସର ଜଣେ ଅନଭିଜ୍ଞ କୋଚଙ୍କୁ ସୁନ୍ଦରଗଡ଼କୁ ଅଣାଗଲା। ଏହି କୋଚ ଜଣକ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଲାଇସେନ୍ସ କୋର୍ସ କରିନାହାନ୍ତି । ଏପରିକି ସେ ଏନ୍‌ଆଇଏସ୍‌ର ଡିପ୍ଲୋମା ହୋଲଡର ମଧ୍ୟ ନୁହନ୍ତି। ତାଙ୍କର ପୂର୍ବରୁ କୌଣସି ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ନାହିଁ। ଆଶ୍ଚର୍ଯ୍ୟର କଥା ଏକ ମହିଳା ହଷ୍ଟେଲରେ ଜଣେ ପୁରୁଷ କୋଚଙ୍କୁ ନିଯୁକ୍ତ କରାଯାଇଛି। ମହିଳା ମାନଙ୍କର ବିଭିନ୍ନ ସମୟରେ ଶାରିରୀକ ସମସ୍ୟା ଦେଖା ଦେଇଥାଏ। କ୍ରୀଡ଼ା କ୍ଷେତ୍ରରେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି କୌଣସି ପୁରୁଷ କୋଚଙ୍କୁ ନିଯୁକ୍ତ କରାଯାଏ ତାହା ହେଲେ ତାଙ୍କ ସହ ଜଣେ ମହିଳା କୋଚଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ। ପୁରୁଷ କୋଚ ନିଯୁକ୍ତ ହୋଇଥିବାରୁ ମହିଳାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ସେମାନେ କାହା ନିକଟରେ ପ୍ରକାଶ କରି ପାରୁ ନାହାନ୍ତି । ଫଳରେ ପ୍ରଶିକ୍ଷଣରେ ପ୍ରଭାବ ପକାଉଛି। ଏହାସହ ମହିଳାମାନେ ଉପଯୁକ୍ତ ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି । କେତେକ କ୍ରୀଡ଼ାବିତ କହିଛନ୍ତି ପୂର୍ବରୁ ଯେଉଁ ମହିଳା କୋଚଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଥିଲେ ତାଙ୍କୁ ପୁନର୍ବାର ଏଠାକୁ ଫେରାଇ ଅଣାଯାଉ ନଚେତ ତାଙ୍କୁ ଭୁବନେଶ୍ୱରରେ ମହିଳା ଫୁଟବଲ ହଷ୍ଟେଲରେ ଥଇଥାନ କରାଯାଇ ସେଠାରେ ଦୀର୍ଘଦିନ ଧରି ଆସନ ମାଡି ବସିଥିବା କୋଚଙ୍କୁ ସୁନ୍ଦରଗଡ଼ ଅଣାଯାଉ। ଯେଉଁମାନେ ଏଠାକୁ ବଦଳି ହୋଇ ଆସୁଛନ୍ତି ସେମାନେ ରହିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି। ତେଣୁ ଯେତେବେଳେ ନିଯୁକ୍ତି ଦିଆଯାଉଛି ବା ବଦଳି କରାଯାଉଛି ସେହି ସମୟରେ ସରକାର ସର୍ତ୍ତାବଳୀ ରଖନ୍ତୁ ଯେ ଯେଉଁ ଜିଲାକୁ ପଠାଯିବ ସେଠାରେ ଚାକିରିର ସତ୍ତର୍ର୍ାବଳୀ ଅନୁଯାୟୀ କୋଚମାନଙ୍କୁ ରହିବାକୁ ପଡିବ। ଏହା ହେଲେ ଯେଉଁମାନଙ୍କୁ ଭୁବନେଶ୍ୱରରୁ ସୁନ୍ଦରଗଡ଼କୁ ପଠାଯାଉଛି ସେମାନେ ଅନ୍ତତଃ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଏଠାରେ ରହି ମହିଳାମାନଙ୍କୁ ଫୁଟ୍‌ବଲ ପ୍ରଶିକ୍ଷଣ ଦେବା ଉଚିତ। ଏହା ହୋଇପାରିଲେ କ୍ରୀଡ଼ାର ବିକାଶ ହୋଇ ପାରିବ। ଯଦି ଏହା କରା ନ ଯାଏ ତେବେ କ୍ରୀଡ଼ାର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ର ନାମ ମହିଳା ଫୁଟ୍‌ବଲ ମାନଚିତ୍ରରୁ ଲିଭି ଯିବ ବୋଲି କ୍ରୀଡ଼ା ସଂଗଠକ ଓ କ୍ରୀଡ଼ାବିତମାନେ ମତ ପୋଷଣ କରିଛନ୍ତି। ଏନେଇ ରାଜ୍ୟ କ୍ରୀଡା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କୁ ପଚାରିବାରୁ, ସୁନ୍ଦରଗଡ ମହିଳା ଫୁଟବଲ ହଷ୍ଟେଲରେ ପୁରୁଷକୋଚଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ପୋଲିସ ବିଭାଗରୁ ଅଣାଯାଇ ଏଠାରେ ଅବସ୍ଥାପିତ କରାଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ୨ଜଣ ସହକାରୀ ମହିଳା କୋଚ ଅଛନ୍ତି। ଯଦି ପୁରୁଷ କୋଚ୍‌ଙ୍କୁ ନେଇ କୌଣସି ସମସ୍ୟା ସୃଷ୍ଟି ହୁଏ ତାହେଲେ ଆମେ ତାଙ୍କୁ ବଦଳି କରି ପୂର୍ବରୁ ଯେଉଁ ମହିଳା କୋଚ ଏଠାରେ ଥିଲେ ତାଙ୍କୁ ପଠାଇବୁ ା ନଚେତ୍‌ ଭୁବନେଶ୍ୱର ମହିଳା ଫୁଟବଲ ହଷ୍ଟେଲରେ ଯେଉଁ ମହିଳା କୋଚ ଅଛନ୍ତି ତାଙ୍କୁ ପଠାଇବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri