ରାଜ୍ୟର ପ୍ରଥମ ପୌରାଞ୍ଚଳ ପ୍ରତି ଅବହେଳା

କେନ୍ଦ୍ରାପଡ଼ା,୧ା୯ (ଜଗନ୍ନାଥ ଧଳ: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଆଗତ କରିଥିଲେ। ଏହା ପୂର୍ବରୁ ଇଂରେଜ ସରକାର ୧୮୫୯ରେ କେନ୍ଦ୍ରାପଡ଼ା ଓ ଯାଜପୁରକୁ ଦୁଇଟି ସବ୍‌ଡିଭିଜନରେ ପରିଣତ କରିଥିଲେ। ଏହାର ଠିକ୍‌ ୧୦ ବର୍ଷ ପରେ ଅର୍ଥାତ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାଠାରେ ୧୮୬୯ ମାର୍ଚ୍ଚ ୧୦ରେ ପ୍ରତିଷ୍ଠା ହୋଇଥିଲା। କେନ୍ଦ୍ରାପଡ଼ା କେବଳ ପ୍ରଥମ ମ୍ୟୁନିସିପାଲିଟି ନୁହେଁ, ଏହି ସହର ଦେଇ ଯାଇଥିବା କେନ୍ଦ୍ରାପଡ଼ା କେନାଲ ରାଜ୍ୟର ପ୍ରଥମ କେନାଲ (୧୮୬୯ ମେ ୨୯) ଭାବେ ମାନ୍ୟତା ପାଇଛି। ସେହିପରି ମହିଳାଙ୍କୁ ଶିକ୍ଷା ଦେବା ପାଇଁ ଇଂରେଜମାନେ ଫେଜର ବାଳିକା ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ। ପ୍ରଥମଥର ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ସହରର ପୁରୁଣା ବସ୍‌ଷ୍ଟାଣ୍ଡର ଡାଇମଣ୍ଡ ଜୁବୁଲି ପାଠାଗାର ଐତିହାସିକ ସ୍ବାକ୍ଷର ବହନ କରୁଛି।
ଆଖପାଖ ୬.୪୭ ବର୍ଗ କିଲୋମିଟର ମଧ୍ୟରେ ଥିବା ୧୪ଟି ପଡ଼ାଗ୍ରାମକୁ ନେଇ ଗଠିତ ଏହି ମ୍ୟୁନିସିପାଲିଟିରେ ୧୮୮୭ରେ ଲୋକାଲ ବୋର୍ଡ ଗଠନ ହୋଇଥିଲା। ଏଠାରେ ପ୍ରଥମ ଥର ୱାର୍ଡ କାଉନସିଲର ନିର୍ବାଚନ ୧୯୧୧ରେ ଅନୁଷ୍ଠିତ ହୋଇଥିଲା। ୧୮୮୫- ୮୬ରେ ଏହାର ଲୋକସଂଖ୍ୟା ୧୫,୭୧୯ ଥିଲା। ସମ୍ପ୍ରତି ଏହି ମ୍ୟୁନିସିପାଲିଟି ପରିବର୍ଦ୍ଧିତ ହୋଇ ୨୧ ୱାର୍ଡରେ ପରିଣତ ହୋଇଛି। ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ସହରର କଳେବର ବଢ଼ୁଛି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଜମଧରଠାରୁ ଜଜାଙ୍ଗ, ଅପରପକ୍ଷେ ଥିବା ୫୩ (କ) ଜାତୀୟ ରାଜପଥର ଛତାଠାରୁ ହଜାରୀ ଛକ ଯାଏ ସହର ଲମ୍ବି ଗଲାଣି। ଏହାକୁ ହିସାବ ରଖିଲେ ସହରରେ ଏବେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଓ କଳେବର ବୃଦ୍ଧି ପାଉଥିଲେ ମଧ୍ୟ ପୌରାଞ୍ଚଳର ପରିସୀମା ବୃଦ୍ଧି ପାଉନି। ନିକଟରେ ଏହି ସହରର ପରିସୀମା ବୃଦ୍ଧି ପାଇଁ ପ୍ରସ୍ତାବ ଆଗତ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ କ୍ଷେତ୍ରର ବିକାଶ ସହ ୧୫୪ ବର୍ଷର ଏହି ପୌରାଞ୍ଚଳ ସବୁବେଳେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହେଉଛି। ସହରର ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ଅଭାବ ସହ ଭିତ୍ତିଭୂମିରେ ବହୁ ପଛୁଆ ଅଛି। କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ସହରବାସୀଙ୍କ ସମେତ ଜିଲାବାସୀ ବହୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିପରି ଶାମଗୁଡ଼ିଆସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସତ୍ତ୍ୱେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ସମସ୍ତ ସୁବିଧା ମିଳିନାହିଁ। ଖଡିଅଙ୍ଗସ୍ଥ ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଟି ହସ୍ପିଟାଲ ସ୍ଥାପନ ପାଇଁ ଆନ୍ଦୋଳନ ଅଦ୍ୟାବଧି ଜାରି ରହିଛି। ଆଗାମୀ ଦିନରେ ଏହି ଜିଲାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ସହ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏହାକୁ ଦୃଷ୍ଟିରେ ରଖିଲେ ସହରର ରାସ୍ତା ସମସ୍ୟା ଅଧିକ ଉତ୍କଟ ହେବ। ତିନିମୁହଁାଣୀ ସହରର ମୁଖ୍ୟ ଛକ ହୋଇଥିବା ବେଳେ ଏଠାରେ ସରକାରୀ ଓ ବେସରକାରୀ ଅବରୋଧ ଅଧିକ ହୋଇଛି। ଆସନ୍ତା ୫୦ ବର୍ଷର ସହର ଯୋଜନା ଦୃଷ୍ଟିରୁ ଏଠାରେ ନିର୍ମାଣ ହୋଇଥିବା ସୁଲଭ ଶୌଚାଳୟ, ଆଇ ଲଭ କେନ୍ଦ୍ରାପଡ଼ା, ଭେଣ୍ଡିଂ ଜୋନ ଆଦି ଅପ୍ରାଷଙ୍ଗିକ ହୋଇପଡ଼ିବ। ସେହିପରି ନିର୍ମାଣାଧୀନ ଗାନ୍ଧୀ ସ୍ମୃତି ପୀଠର ସ୍ଥାନାନ୍ତର ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ସ୍ବର ଉଠାଇଛନ୍ତି। ବାଇପାସ୍‌ ରୋଡ ନିର୍ମାଣ ବହୁ ବିଳମ୍ବରେ ଆରମ୍ଭ ହେଉଛି। ମହାଭୋଇ ପୋଖରୀ, ଗୋବରୀ ନଦୀ, କେନାଲରେ ନୌବିହାର, ଫୁଟପାଥ ନିର୍ମାଣ ଓ ଆଲୋକୀକରଣ ସହର ପାଇଁ ଆବଶ୍ୟକ ହୋଇଛି। ସହର ମଧ୍ୟରେ ଥିବା ପାର୍କକୁ ଉପଯୋଗୀ କରିବା ସହ ସହରର ସୌନ୍ଦର୍ଯ୍ୟକରଣରେ ଅପ୍ରସ୍ଥ ରାସ୍ତା, ବିଦ୍ୟୁତ୍‌ ଖୁଣ୍ଟ ଆଦି ବାଧା ସୃଷ୍ଟି କରୁଛି।
ଏହି ସହରରେ ବହୁ ଐତିହାସିକ ସ୍ମାରକୀ ଅଛି। ସୂର୍ଯ୍ୟଘଡ଼ି, ପୁରୁଣା ବଳଦେବଜୀଉ ମନ୍ଦିରର ସୁନାକୂଅ, ବାଲାବାବା ମନ୍ଦିର ପରିସରରେ ଥିବା ରାଜାବାବାଙ୍କ ମୂର୍ତ୍ତି ପଛପଟର ସୁଡଙ୍ଗ ଆଦିକୁ ଅଧିକ ଗୁରୁତ୍ୱ ଦିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ସ୍ବରେଜ ସିଷ୍ଟମ, ପଲିଥିନ ବ୍ୟାନ, ରସାବଳୀ ଓ ପୋଟଳି ପିଠାକୁ ଜିଲାର ମିଠା ଭାବେ ସ୍ବୀକୃତି ଦେବା, ଶ୍ରୀବଳଦେବଜୀଉ ଓ ଅନ୍ୟ ଧାର୍ମିକ ପୀଠସ୍ଥଳକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସହରବାସୀ ସଦାସର୍ବଦା ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri