ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପରେ ବି ଅବହେଳା

ଖଣ୍ଡପଡ଼ା,୨୬ା୧୨(ଡି.ଏନ.ଏ.): ଗତ ୪ ବର୍ଷ ତଳେ ନୟାଗଡ଼ ଜିଲା କୋସକା ପଞ୍ଚାୟତସ୍ଥିତ ଯୋଗୀଯୋଗିଆଣୀ ବୌଦ୍ଧ ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରିଥିଲେ। ଏହି ପୀଠର ଉନ୍ନତି ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଲୋକେ ଆଶା ବାନ୍ଧି ଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପୀଠ ଅବହେଳିତ ଭାବେ ପଡିରହିଛି। ଏହି ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ଖଣ୍ଡପଡା ବ୍ଲକ ଅଧୀନ ଆଦିବାସୀ ବହୁଳ କୋସକା ପଞ୍ଚାୟତର ଯୋଗୀଯୋଗିଆଣୀ ପୀଠ ନୟାଗଡ଼ ଜିଲାର ଏକମାତ୍ର ବୌଦ୍ଧ ସ୍ଥଳ। ଅଁଳାପଟା ମୌଜା ନିକଟ ଘଞ୍ଚ ଜଙ୍ଗଲ ତଥା ପାହାଡ଼ ପାଦଦେଶରେ କାହିଁ କେଉଁ ଦିନରୁ ପୂଜା ପାଉଛନ୍ତି ଖ୍ରୀଷ୍ଟୀୟ ୯ମ, ୧୦ମ ଶତାବ୍ଦୀର ୪ ବୁଦ୍ଧ ମୂର୍ତ୍ତି। ପୀଠ ନିକଟରେ ବହି ଯାଉଛି ଝରଣା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ପୀଠ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହାକୁ ଆଖି ଆଗରେ ରଖି ୨୦୧୮ରେ ପାହାଡ଼ ପାଦଦେଶରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ଅନୁଭବ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଥିଲା। ତତ୍କାଳୀନ ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଉପସ୍ଥିତ ଥିଲେ। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁ ସେହି କାମ ଛାତ ପତନ ପର୍ଯ୍ୟନ୍ତ ହେବା ପରେ ବନ୍ଦ ହୋଇ ପଡିରହିଛି।

ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଅଧିକାଂଶ ପର୍ଯ୍ୟଟକ ଯୋଗୀଯୋଗିଆଣୀ ପୀଠରେ ରହିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଏଥିସହିତ ବହୁ ଚଳଚ୍ଚିତ୍ର ପ୍ରଯୋଜକ ସେଠାକୁ ଶୁଟିଂ ପାଇଁ ଆସିଥାନ୍ତି। ବର୍ଷର ବିଭିନ୍ନ ସମୟରେ ସେଠାରେ ବଣଭୋଜି, ପିକ୍‌ନିକ୍‌ର ଆୟୋଜନ କରାଯାଇଥାଏ। ମାତ୍ର ସେଠାରେ ରହିବାର ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନେ ସନ୍ଧ୍ୟା ପୂର୍ବରୁ ଫେରିବାକୁ ବାଧ୍ୟ ହୋଇଥାନ୍ତି। ଉକ୍ତ ପୀଠରେ ଏକ ହାଇମାଷ୍ଟ ଲାଇଟ ବ୍ୟବସ୍ଥା କରିବା ସହ ଝରଣା ଜଳକୁ ଚେକ୍‌ ଡ୍ୟାମ୍‌ ମାଧ୍ୟମରେ ଅଟକାଯାଇ ସ୍ନାନ ଶୌଚାଦି କାର୍ଯ୍ୟ ପାଇଁ ସୁବିଧା କରାଗଲେ ପର୍ଯ୍ୟଟକମାନେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଥିସହିତ ଚେକ୍‌ ଡ୍ୟାମ୍‌ର ବଳକା ପାଣିକୁ ନିମ୍ନ ଭାଗରେ ଥିବା ଜମିରେ ବ୍ୟବହାର କରାଯାଇ ଚାଷ କାମ କରିହେବ ବୋଲି ଯୋଗୀଯୋଗିଆଣୀ ବୌଦ୍ଧ ପୀଠ ଉନ୍ନୟନ ପରିଷଦର ସଭାପତି କୈଳାସ ଚନ୍ଦ୍ର ପଣ୍ଡା ଓ କୋସକା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ସରପଞ୍ଚ ସାହୁ କୁହନ୍ତି, ଉକ୍ତ ପୀଠର ବିକାଶର ଆବଶ୍ୟକତା ରହିଛି। ପର୍ଯ୍ୟଟକମାନଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ଘରର ବ୍ୟବସ୍ଥା କରାଯିବା ସହ ଅଧିକ ଆଲୋକୀକରଣ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରୁ ଧରାପଡ଼ିଲେ ୨ ନାବାଳକ ଲୁଟେରା

ବାଲେଶ୍ୱର ଅଫିସ, ୧।୭-ଏକ ନାବାଳକ ଲୁଟେରା ଗ୍ୟାଙ୍ଗ ଦ୍ୱାରା ଚଳନ୍ତା ରେଳଗାଡ଼ିରୁ ମୋଇବାଲ ଫୋନ୍‌ ଚୋରି ଘଟଣା ପଦାକୁ ଆସିଛି। ଏହି ସୂଚନାକୁ ଆଧାର କରି...

ହାତୀ ଚଲାପଥରେ ପାର୍କିଂ କଲେ ଦଣ୍ଡ

କେନ୍ଦୁଝର,୪।୩ (ସ୍ବ.ପ୍ର.) – ହାତୀ ମାନଙ୍କ ଚଳପ୍ରଚଳ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ସୂଚନା ଫଳକ ଲଗାଯାଇଛି ।  ବିଶେଷ କରି କେନ୍ଦୁଝର ବନଖଣ୍ଡର ଏନ୍‌ଏଚ୍‌...

ଛୁଆ ହାତୀର ମୃତଦେହ ଠାବ

ବଡ଼ବିଲ/କେନ୍ଦୁଝର,୯ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଫରେଷ୍ଟ ରେଞ୍ଜ ଅଧୀନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ବୁଧବାର ବନ ବିଭାଗ ଏକ ଛୁଆହାତୀର ଗଳିତ ମୃତଦେହ ଠାବ କରିଛି। ମୃତ...

ସହାୟତା ଅପେକ୍ଷାରେ ଅସହାୟ ପରିବାର

ଆରଡ଼ି, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତ ଅଧୀନ ମୂଅଁା ଗଁାରେ ଏକ ଅସହାୟ ପରିବାର ଏବେ ଭୋକ ଉପାସରେ ଦିନ...

‘ବିଷ୍ଣୁଙ୍କ ଆଦର୍ଶକୁ ଯୁବପିଢ଼ି ଅନୁସରଣ କରନ୍ତୁ’

ଭଦ୍ରକ ଅଫିସ, ୧ା୧୦: ଦିବଂଗତ ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲା ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀ ଜଣେ ସମ୍ବେଦନଶୀଳ ବ୍ୟକ୍ତିତ୍ୱ, ରାଜନେତା,...

ରୋଗୀଙ୍କୁ ମିଳୁନି ଖାଦ୍ୟ, ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା

ଦାରିଙ୍ଗବାଡ଼ି,୭ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ରହିଥିବା ରୋଗୀଙ୍କୁ ରୋଷେଇ ଖାଦ୍ୟ ଠିକ୍‌ ସମୟରେ ମିଳୁନାହିଁ। ଗତ ୩ ଦିନ...

କୂଅରୁ ମିଳିଲା କଟାମୁଣ୍ଡ: ମୃତଦେହ ଉଦ୍ଧାର, ତଦନ୍ତ ଜାରି

କଣିହାଁ,୨୮।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହା ବ୍ଲକ ରେଙ୍ଗାଳି ଗ୍ରାମ ବାଲିପଶି ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ସାହିର ଦୁର୍ଯ୍ୟୋଧନ ତୁଙ୍ଗ(୪୨)ଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ କାଟି...

ଝିଅକୁ ହତ୍ୟା ପରେ ମା’ର ଆତ୍ମହତ୍ୟା: ଜଙ୍ଗଲରୁ ମିଳିଲା ସ୍ବାମୀଙ୍କ ମୃତଦେହ

ବଣାଇ/ବଡ଼ବିଲ/ଟେନ୍‌ସା,୨୯।୪: ରାସ୍ତାକଡ଼ ଶାଳ ଜଙ୍ଗଲରୁ ସ୍ବାମୀ ଏବଂ ଭଡ଼ାଘରୁ ମିଳିଲା ସ୍ତ୍ରୀ ଓ ଝିଅଙ୍କ ମୃତଦେହ। ଗୋଟିଏ ଦିନରେ ପରିବାରର ୩ ସଦସ୍ୟଙ୍କ ଏଭଳି ସନ୍ଦେହଜନକ...

Advertisement
Archives

Model This Week