Posted inଫୁରସତ

ନକାରାତ୍ମକ ଚିନ୍ତାଧାରା ଘାତକ

କରୋନା ସଂକ୍ରମଣ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସୁଷମ ଖାଦ୍ୟ ଏବଂ ଯୋଗ ପ୍ରାଣାୟାମ ଦ୍ୱାରା ଯେ, କେବଳ ଇମ୍ୟୁନିଟି ବଢ଼ାଯାଇପାରିବ ତାହା ନୁହେଁ; ଅଧିକନ୍ତୁ ମନରେ ସକାରାତ୍ମକ ଭାବନା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

ନୂଆଦିଲ୍ଲୀ: କରୋନା ସମୟରେ ସର୍ବାଧିକ ପ୍ରଚଳିତ ଶବ୍ଦ ମଧ୍ୟରୁ ଗୋଟିଏ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ କ୍ଷମତା। ଇମ୍ୟୁନିଟି ପାଓ୍ବାର ଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଭୟ ଅପେକ୍ଷାକୃତ କମ୍‌। ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ମଧ୍ୟ ଏହି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଆଡ଼କୁ ପ୍ରାୟତଃ ଯାଏ ନାହିଁ। ତେଣୁ କରୋନା ମହାମାରୀରୁ ଜୀବନର ସୁରକ୍ଷା ଲାଗି ଏବେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ଉପାୟ ଖୋଜାଯାଉଛି।
ସକାରାତ୍ମକ ଭାବନା ରଖୁଥିବା ବ୍ୟକ୍ତିଙ୍କ ରୋଗସହିତ ଲଢ଼ିବା କ୍ଷମତା ଅନ୍ୟମାନଙ୍କ ଅପେକ୍ଷା ଅଧିକ ବୋଲି ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହାକୁ ଜାଣିବା ଲାଗି ଡରହାମ୍‌ସ୍ଥିତ ଡ୍ୟୁକ୍‌ ୟୁନିଭର୍ସିଟି ପକ୍ଷରୁ ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଇମ୍ୟୁନିଟି ମଧ୍ୟରେ ଥିବା ସମ୍ପର୍କ ପ୍ରୟୋଗ କରାଯାଇଥିଲା। ଏଥିରେ ୧୫ରୁ ୫୦ ବର୍ଷ ବୟସର ୩୦୦୦ ଜଣ ସାମିଲ ହୋଇଥିଲେ। ସଂଗୃହୀତ ତଥ୍ୟ ଅନୁଯାୟୀ ସେମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଥିଲା। ଏଥିରୁ ଜଣାପଡ଼ିଲା ଯେ, ନିଜକୁ ସ୍ବାସ୍ଥ୍ୟହୀନ ବୋଲି ବିଚାର କରୁଥିବା ଲୋକଙ୍କ ଅପେକ୍ଷା ସ୍ବାସ୍ଥ୍ୟବାନ ବୋଲି ଭାବୁଥିବା ଲୋକଙ୍କ ଆୟୁ ହାରାହାରି ୩ ଗୁଣା ଅଧିକ ବୋଲି ଜଣାପଡ଼ିଥିଲା। ସବୁଠାରୁ ବଡ଼ କଥା ଏହି ସର୍ଭେରେ ଏଭଳି କେତେଜଣ ଲୋକ ସାମିଲ ହୋଇଥିଲେ, ଯେଉଁମାନେ ସ୍ବାସ୍ଥ୍ୟବାନ ଥିଲେ। ସେମାନଙ୍କ ନିକଟରେ ମଧୁମେହ, କର୍କଟ, ଉଚ୍ଚ ଉକ୍ତଚାପ ଭଳି ଜଟିଳ ରୋଗର ଲକ୍ଷଣ ନ ଥିଲା। ତଥାପି ସେମାନଙ୍କ ଭିତରୁ ଅନେକେ ଥିଲେ ଦୁର୍ବଳମନା। ଏଭଳି ଲୋକଙ୍କଠାରେ ମୃତ୍ୟୁ ଆଶଙ୍କା ଅଧିକ ବୋଲି ଜଣାପଡ଼ିଛି।
ସେହିପରି ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁରୂପ ଭାବେ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ୫,୦୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ସମସ୍ତଙ୍କ ବୟସ ୬୫ ବର୍ଷରୁ ଅଧିକ ଥିଲା। ତନ୍ମଧ୍ୟରୁ ନିଜକୁ ଦୁର୍ବଳ ବୋଲି ଭାବୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ୫ ବର୍ଷ ଭିତରେ ହୋଇଯାଇଥିଲା। ଅନ୍ୟପଟେ ନିଜକୁ ସ୍ବାସ୍ଥ୍ୟବାନ୍‌ ମନେକରୁଥିବା ଲୋକମାନେ ଜଟିଳ ରୋଗରେ ପୀଡ଼ିତ ଥିବା ସତ୍ତ୍ୱେ ଉତ୍ତମ ଜୀବନ ଜିଇଁବାରେ ସକ୍ଷମ ହୋଇଥିଲେ। ଏଥିରୁ ବିଶେଷଜ୍ଞମାନେ ଏକ ନିଷ୍କର୍ଷରେ ପହଞ୍ଚତ୍ଛନ୍ତି। ସେମାନଙ୍କ କହିବା କଥା, ବାର୍ଷିକ ୫୦ ପ୍ୟାକେଟରୁ ଅଧିକ ସିଗାରେଟ୍‌ ଟାଣୁଥିବା ବ୍ୟକ୍ତିଙ୍କଠାରୁ ଜୀବନକୁ ନେଇ ନକାରାତ୍ମକ ଚିନ୍ତାଧାରା ରଖୁଥିବା ମଣିଷର ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଅଧିକ ପ୍ରଭାବିତ ହୋଇଥାଏ।
ନକାରାତ୍ମକ ଚିନ୍ତାଧାରା ଦ୍ୱାରା ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ମନକୁ ଖୁସି ରଖୁଥିବା ଡୋପାମାଇନ ହର୍‌ମୋନ ସନ୍ତୁଳନ ବିଗିଡ଼ିଯାଏ। ମନ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ଏବଂ ବିଷାଦଗ୍ରସ୍ତ ରହିବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଯାଏ। ପୂର୍ବରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଛି, ମାନସିକ ଚାପ ଏବଂ ନକାରାତ୍ମକ ଚିନ୍ତାଧାରାର ଖରାପ ପ୍ରଭାବ ଡିଏନ୍‌ଏ ଉପରେ ପଡ଼ିଥାଏ। ଫଳରେ ସମୟ ପୂର୍ବରୁ ମଣିଷ ଜରାଗ୍ରସ୍ତ ହୋଇଯାଏ। ସମୟ ପୂର୍ବରୁ କେଶ ପାଚିବା, ଝଡ଼ିବା, ହାଡ଼ ଦୁର୍ବଳ ହୋଇଯିବା ଭଳି ଲକ୍ଷଣ ଦେଖାଯାଏ। ପାଚନତନ୍ତ୍ର ସହିତ ଜଡ଼ିତ ବିଭିନ୍ନ ରୋଗ ମାଡ଼ିବସେ। ଥରେ ଏସବୁ ରୋଗ କବଳରେ ପଡ଼ିଲେ ଆପେ ଆପେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ପ୍ରତି ସମୟରେ ସଂକ୍ରମଣ ଭୟ ଲାଗିରହେ।

ସୁଷମ ଖାଦ୍ୟ, ବ୍ୟାୟାମ ଇମ୍ୟୁନିଟି ବଢ଼ାଇବ
ସକାରାତ୍ମକ ଚିନ୍ତାଧାରା ବଢ଼ାଇବାକୁ ହେଲେ ସପ୍ତାହରେ ଅତିକମ୍‌ରେ ୩ଦିନ ୩୦ ମିନିଟ୍‌ ଲେଖାଏ ବ୍ୟାୟାମ କରିବାକୁ ପଡ଼ିବ। ଏହାଦ୍ୱାରା ଡୋପାମାଇନ୍‌ ହରମୋନ କ୍ଷରଣ ହୋଇଥାଏ, ଯାହା ମନକୁ ଖୁସି ଏବଂ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେହିପରି ପୁଷ୍ଟିକର ଖାଦ୍ୟ ମଧ୍ୟ ଖୁବ୍‌ ଲାଭବାନ୍‌ ହୋଇଥାଏ। ପ୍ରୋଟିନ୍‌, କାର୍ବନ, ଭିଟାମିନ, ମିନେରାଲଯୁକ୍ତ ସନ୍ତୁଳିତ ଖାଦ୍ୟ ମେଦବହୁଳ ଏବଂ ଅନ୍ୟ ଜଟିଳ ରୋଗରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?