Posted inଫୁରସତ

ନକାରାତ୍ମକ ଚିନ୍ତାଧାରା ଘାତକ

କରୋନା ସଂକ୍ରମଣ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସୁଷମ ଖାଦ୍ୟ ଏବଂ ଯୋଗ ପ୍ରାଣାୟାମ ଦ୍ୱାରା ଯେ, କେବଳ ଇମ୍ୟୁନିଟି ବଢ଼ାଯାଇପାରିବ ତାହା ନୁହେଁ; ଅଧିକନ୍ତୁ ମନରେ ସକାରାତ୍ମକ ଭାବନା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

ନୂଆଦିଲ୍ଲୀ: କରୋନା ସମୟରେ ସର୍ବାଧିକ ପ୍ରଚଳିତ ଶବ୍ଦ ମଧ୍ୟରୁ ଗୋଟିଏ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ କ୍ଷମତା। ଇମ୍ୟୁନିଟି ପାଓ୍ବାର ଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଭୟ ଅପେକ୍ଷାକୃତ କମ୍‌। ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ମଧ୍ୟ ଏହି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଆଡ଼କୁ ପ୍ରାୟତଃ ଯାଏ ନାହିଁ। ତେଣୁ କରୋନା ମହାମାରୀରୁ ଜୀବନର ସୁରକ୍ଷା ଲାଗି ଏବେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ଉପାୟ ଖୋଜାଯାଉଛି।
ସକାରାତ୍ମକ ଭାବନା ରଖୁଥିବା ବ୍ୟକ୍ତିଙ୍କ ରୋଗସହିତ ଲଢ଼ିବା କ୍ଷମତା ଅନ୍ୟମାନଙ୍କ ଅପେକ୍ଷା ଅଧିକ ବୋଲି ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହାକୁ ଜାଣିବା ଲାଗି ଡରହାମ୍‌ସ୍ଥିତ ଡ୍ୟୁକ୍‌ ୟୁନିଭର୍ସିଟି ପକ୍ଷରୁ ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଇମ୍ୟୁନିଟି ମଧ୍ୟରେ ଥିବା ସମ୍ପର୍କ ପ୍ରୟୋଗ କରାଯାଇଥିଲା। ଏଥିରେ ୧୫ରୁ ୫୦ ବର୍ଷ ବୟସର ୩୦୦୦ ଜଣ ସାମିଲ ହୋଇଥିଲେ। ସଂଗୃହୀତ ତଥ୍ୟ ଅନୁଯାୟୀ ସେମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଥିଲା। ଏଥିରୁ ଜଣାପଡ଼ିଲା ଯେ, ନିଜକୁ ସ୍ବାସ୍ଥ୍ୟହୀନ ବୋଲି ବିଚାର କରୁଥିବା ଲୋକଙ୍କ ଅପେକ୍ଷା ସ୍ବାସ୍ଥ୍ୟବାନ ବୋଲି ଭାବୁଥିବା ଲୋକଙ୍କ ଆୟୁ ହାରାହାରି ୩ ଗୁଣା ଅଧିକ ବୋଲି ଜଣାପଡ଼ିଥିଲା। ସବୁଠାରୁ ବଡ଼ କଥା ଏହି ସର୍ଭେରେ ଏଭଳି କେତେଜଣ ଲୋକ ସାମିଲ ହୋଇଥିଲେ, ଯେଉଁମାନେ ସ୍ବାସ୍ଥ୍ୟବାନ ଥିଲେ। ସେମାନଙ୍କ ନିକଟରେ ମଧୁମେହ, କର୍କଟ, ଉଚ୍ଚ ଉକ୍ତଚାପ ଭଳି ଜଟିଳ ରୋଗର ଲକ୍ଷଣ ନ ଥିଲା। ତଥାପି ସେମାନଙ୍କ ଭିତରୁ ଅନେକେ ଥିଲେ ଦୁର୍ବଳମନା। ଏଭଳି ଲୋକଙ୍କଠାରେ ମୃତ୍ୟୁ ଆଶଙ୍କା ଅଧିକ ବୋଲି ଜଣାପଡ଼ିଛି।
ସେହିପରି ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁରୂପ ଭାବେ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ୫,୦୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ସମସ୍ତଙ୍କ ବୟସ ୬୫ ବର୍ଷରୁ ଅଧିକ ଥିଲା। ତନ୍ମଧ୍ୟରୁ ନିଜକୁ ଦୁର୍ବଳ ବୋଲି ଭାବୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ୫ ବର୍ଷ ଭିତରେ ହୋଇଯାଇଥିଲା। ଅନ୍ୟପଟେ ନିଜକୁ ସ୍ବାସ୍ଥ୍ୟବାନ୍‌ ମନେକରୁଥିବା ଲୋକମାନେ ଜଟିଳ ରୋଗରେ ପୀଡ଼ିତ ଥିବା ସତ୍ତ୍ୱେ ଉତ୍ତମ ଜୀବନ ଜିଇଁବାରେ ସକ୍ଷମ ହୋଇଥିଲେ। ଏଥିରୁ ବିଶେଷଜ୍ଞମାନେ ଏକ ନିଷ୍କର୍ଷରେ ପହଞ୍ଚତ୍ଛନ୍ତି। ସେମାନଙ୍କ କହିବା କଥା, ବାର୍ଷିକ ୫୦ ପ୍ୟାକେଟରୁ ଅଧିକ ସିଗାରେଟ୍‌ ଟାଣୁଥିବା ବ୍ୟକ୍ତିଙ୍କଠାରୁ ଜୀବନକୁ ନେଇ ନକାରାତ୍ମକ ଚିନ୍ତାଧାରା ରଖୁଥିବା ମଣିଷର ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଅଧିକ ପ୍ରଭାବିତ ହୋଇଥାଏ।
ନକାରାତ୍ମକ ଚିନ୍ତାଧାରା ଦ୍ୱାରା ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ମନକୁ ଖୁସି ରଖୁଥିବା ଡୋପାମାଇନ ହର୍‌ମୋନ ସନ୍ତୁଳନ ବିଗିଡ଼ିଯାଏ। ମନ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ଏବଂ ବିଷାଦଗ୍ରସ୍ତ ରହିବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଯାଏ। ପୂର୍ବରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଛି, ମାନସିକ ଚାପ ଏବଂ ନକାରାତ୍ମକ ଚିନ୍ତାଧାରାର ଖରାପ ପ୍ରଭାବ ଡିଏନ୍‌ଏ ଉପରେ ପଡ଼ିଥାଏ। ଫଳରେ ସମୟ ପୂର୍ବରୁ ମଣିଷ ଜରାଗ୍ରସ୍ତ ହୋଇଯାଏ। ସମୟ ପୂର୍ବରୁ କେଶ ପାଚିବା, ଝଡ଼ିବା, ହାଡ଼ ଦୁର୍ବଳ ହୋଇଯିବା ଭଳି ଲକ୍ଷଣ ଦେଖାଯାଏ। ପାଚନତନ୍ତ୍ର ସହିତ ଜଡ଼ିତ ବିଭିନ୍ନ ରୋଗ ମାଡ଼ିବସେ। ଥରେ ଏସବୁ ରୋଗ କବଳରେ ପଡ଼ିଲେ ଆପେ ଆପେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ପ୍ରତି ସମୟରେ ସଂକ୍ରମଣ ଭୟ ଲାଗିରହେ।

ସୁଷମ ଖାଦ୍ୟ, ବ୍ୟାୟାମ ଇମ୍ୟୁନିଟି ବଢ଼ାଇବ
ସକାରାତ୍ମକ ଚିନ୍ତାଧାରା ବଢ଼ାଇବାକୁ ହେଲେ ସପ୍ତାହରେ ଅତିକମ୍‌ରେ ୩ଦିନ ୩୦ ମିନିଟ୍‌ ଲେଖାଏ ବ୍ୟାୟାମ କରିବାକୁ ପଡ଼ିବ। ଏହାଦ୍ୱାରା ଡୋପାମାଇନ୍‌ ହରମୋନ କ୍ଷରଣ ହୋଇଥାଏ, ଯାହା ମନକୁ ଖୁସି ଏବଂ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେହିପରି ପୁଷ୍ଟିକର ଖାଦ୍ୟ ମଧ୍ୟ ଖୁବ୍‌ ଲାଭବାନ୍‌ ହୋଇଥାଏ। ପ୍ରୋଟିନ୍‌, କାର୍ବନ, ଭିଟାମିନ, ମିନେରାଲଯୁକ୍ତ ସନ୍ତୁଳିତ ଖାଦ୍ୟ ମେଦବହୁଳ ଏବଂ ଅନ୍ୟ ଜଟିଳ ରୋଗରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri