Odisha Elections 2024

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪ ବର୍ଷ ବିତିଯାଇଛି। ଏହି ଅବସରରେ ଋଷିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଭେଟେରାନ୍‌ ଅଭିନେତ୍ରୀ ନୀତୁ କପୁର ତାଙ୍କ ସ୍ବାମୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଅବସରରେ ଋଷିଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ ନିଜ ପିତାଙ୍କୁ ମନେ ପକାଇ ତାଙ୍କ ସ୍ମୃତି ବଖାଣିଛନ୍ତି। କପୁର ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଋଷିଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଆମେ ଯାହାକୁ ବେଶି ଭଲପାଉ, ସେମାନେ କେବେବି ଦୂରକୁ ଯାଆନ୍ତି ନାହିଁ, ସବୁବେଳେ ସେମାନେ ଆମ ସହ ରୁହନ୍ତି। ଏହିପରି ଭାବରେ ରିଦ୍ଧିମା ନିଜ ପିତାଙ୍କୁ ମନେ ପକାଇଛନ୍ତି। ସେହିପରି ସ୍ବାମୀ ଋଷିଙ୍କୁ ମନେ ପକାଇ ତାଙ୍କ ସହ ଥିବା ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଅଭିନେତ୍ରୀ ନିତୁ କପୁର ଶେୟାର କରିଛନ୍ତି। ସେ ଏହି ଷ୍ଟୋରିର କ୍ୟାପସନରେ ଲେଖିଛନ୍ତି, ବହୁତ ସୁନ୍ଦର ସ୍ମୃତି ଦେବା ପାଇଁ ଧନ୍ୟବାଦ। ୪ ବର୍ଷ ଧରି ତୁମ ସ୍ମୃତିରେ ଆମେ ବଞ୍ଚି ରହିଛୁ। ଅଭିନେତା ଋଷି କପୁରଙ୍କୁ ୨୦୧୮ରେ ଲ୍ୟୁକେମିଆ ନାମକ କର୍କଟ ରୋଗ ହୋଇଥିଲା। ଏହି ରୋଗର ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ।ତାଙ୍କର ଏପ୍ରିଲ୍‌ ୩୦, ୨୦୨୦ରେ ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରଦର୍ଶନ ହେବ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର

ଭୁବନେଶ୍ୱର,୨୨।୫(ଶର୍ମିଷ୍ଠା ପାଣିଗ୍ରାହୀ):କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବୁଧବାର ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ପ୍ରଦର୍ଶନ ହେବାକୁ ଯାଉଛି। ଅପରାହ୍ନ ୪ଟା ୧୫ରେ ଏହା ପ୍ରଦର୍ଶିତ...

‘ଆଏ ହାଏ, ଓଏ ହୋଏ..ବଦୋ ବଦି’ ଗାଇଥିବା ଗାୟକଜଣଙ୍କ କିଏ? ଯାହାଙ୍କୁ ମିଳିଥିଲା ୨୮ ବିବାହ ପ୍ରସ୍ତାବ, ସେଲିବ୍ରିଟିଙ୍କ ଭଳି ଯିଏ ବଦଳାଇଛନ୍ତି ନାମ…

ବମ୍ବେ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି ଏକ ଗୀତ ‘ଆଏ ହାଏ, ଓଏ ହୋଏ, ବଦୋ ବଦି…’। ପ୍ରାୟ ସମସ୍ତଙ୍କ ମୁହଁରେ ଏହି...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

ଭୋଟ ଦେଉ ନ ଥିବା ଲୋକଙ୍କ ଟିକସ ବଢ଼ାଯାଉ: ପରେଶ ରାଓ୍ବଲ

ମୁମ୍ବାଇ: ମହାରାଷ୍ଟ୍ରର ୧୩ ଲୋକ ସଭା ଆସନରେ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୁମ୍ବାଇରେ ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri