Posted inଜାତୀୟ

ଏନ୍‌ଇଇଟି-ୟୁଜି: ପ୍ରଶ୍ନପତ୍ର ଚୋରି କରିଥିବା ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ,୧୭ା୭ : ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଟ୍ରଙ୍କ୍‌ରୁ ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ପାଟନାରୁ ଗିରଫ କରିଛି। ଚୋରିରେ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହଜାରିବାଗ୍‌ରୁ ଗିରଫ କରାଯାଇଛି। ପ୍ରଶ୍ନପତ୍ର ଚୋରି କରିଥିବା ପଙ୍କଜ କୁମାର ଓରଫ ଆଦିତ୍ୟ ୨୦୧୭ରେ ଏନ୍‌ଆଇଟି ଜାମଶେଦପୁରରୁ ସିଭିଲ୍‌ ଇଞ୍ଜିନିୟରିଂ କରିଥିଲେ। ରାଜୁ ସିଂ ଲିକ୍‌ ପ୍ରଶ୍ନପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନକୁ ପଠାଇଥିବା ଅଭିଯୋଗ ହୋଇଛି। ଏହି ୨ ଜଣ ଗିରଫଙ୍କୁ ମିଶାଇ ସିବିଆଇ ବର୍ତ୍ତମାନ ସୁଦ୍ଧା ଏନ୍‌ଇଇଟି-ୟୁଜି ଅନିୟମିତତା ମାମଲାରେ ୧୪ ଜଣଙ୍କୁ ଗିରଫ କଲାଣି।

ପଙ୍କଜଙ୍କ ଘର ବୋକାରୋ ହୋଇଥିବାବେଳେ ସେ ହଜାରିବାଗ୍‌ରେ ଏନ୍‌ଟିଏ ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିଥିଲେ। କିଛିଦିନ ପୂର୍ବରୁ ସିବିଆଇ ପେପର ଲିକ୍‌ ପଛର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ ରକିଙ୍କୁ ଗିରଫ କରିବା ପରେ ତଦନ୍ତରେ ଉଲ୍ଲେଖନୀୟ ସଫଳତା ମିଳିଥିଲା। ନାଳନ୍ଦା ଜିଲାର ରକି ଏନ୍‌ଇଇଟି ପ୍ରଶ୍ନପତ୍ର ପାଇବା ପରେ ସେଗୁଡ଼ିକର ସମାଧାନ କରାଇ ଏମ୍‌ବିବିଏସ୍‌ ଆଶାୟୀମାନଙ୍କ ମଧ୍ୟରେ ପ୍ରସାର କରାଉଥିଲେ। ସିବିଆଇ ତାଙ୍କୁ ୧୦ ଦିନ ରିମାଣ୍ଡରେ ନେଇ ଜେରା କରୁଛି।
ହଜାରିବାଗ୍‌ର ଓଏସିସ୍‌ ସ୍କୁଲ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଏସ୍‌ବିଆଇ ହଜାରିବାଗରୁ ବିଭିନ୍ନ କେନ୍ଦ୍ରକୁ ୯ ସେଟ୍‌ ପ୍ରଶ୍ନପତ୍ର ପଠାଯାଇଥିଲା। ଓଏସିସ୍‌ ସ୍କୁଲ୍‌ରେ ପହଞ୍ଚତ୍ଥିବା ଦୁଇ ସେଟ୍‌ ପ୍ରଶ୍ନପତ୍ରର ସିଲ୍‌ ଖୋଲାଯାଇଥିଲା। ତେବେ ଏ ସମ୍ପର୍କରେ ସ୍କୁଲ୍‌ ଷ୍ଟାଫ୍‌ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଚୁପ୍‌ ରହିଥିଲେ। ତେଣୁ ପ୍ରଶ୍ନପତ୍ର ଲିକ୍‌ ସହ ସ୍କୁଲ୍‌ର ଶିକ୍ଷକ ଓ କର୍ମଚାରୀମାନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି।

ପାଟନାର ଲର୍ନ ଆଣ୍ଡ ପ୍ଲେ ସ୍କୁଲ୍‌ରୁ ମିଳିଥିବା କେତେକ ପୋଡ଼ା କାଗଜକୁ ସିବିଆଇ ଅନୁଧ୍ୟାନ କରୁଛି। ଓଏସିସ୍‌ ସ୍କୁଲ୍‌ରୁ ମିଳିଥିବା ପ୍ରଶ୍ନପତ୍ର ସହ କୋଡ୍‌ ମିଶୁଥିବା ଜୁନ୍‌ ୨୧ରେ ଏନ୍‌ଟିଏ କହିଥିଲା। ଉକ୍ତ ସ୍କୁଲ୍‌ର ପ୍ରିନ୍ସିପାଲ ଡ. ଏହସାନୁଲ ହକ୍‌ ଏନ୍‌ଇଇଟି-ୟୁଜି ପରୀକ୍ଷାର ଜିଲା କୋଅର୍ଡିନେଟର ଥିବାବେଳେ ଭାଇସ୍‌ ପ୍ରିନ୍ସିପାଲ ଇମ୍‌ଜିଆଜ୍‌ ଆଲାମ ସେଣ୍ଟର କୋଅର୍ଡିନେଟର ରହିଥିଲେ। ବର୍ତ୍ତମାନ ସୁଦ୍ଧା ସିବିଆଇ ସମେତ ବିଭିନ୍ନ ରାଜ୍ୟର ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ବହୁସଂଖ୍ୟାରେ ଏତଲା ଦାଏର କରିବା ସହ ୬୦ ଜଣଙ୍କୁ ଗିରଫ କରାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri