ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର ତାତି ଅନୁଭୂତ ହୋଇଛି । ବୁଧବାର ବରଗଡ଼ ଜିଲା ବିଜୁ ଛାତ୍ର ଜନତା ଏହାର ଦୃଢ଼ ପ୍ରତିବାଦ କରିଛି।
ସ୍ଥାନୀୟ ବରଗଡ଼ ପଞ୍ଚାୟତ କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଅନେକ ସଦସ୍ୟ ସମବେତ ହୋଇଥିଲେ । ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସେମାନେ ଭାଜପା ସରକାରକୁ କଡ଼ା ସମାଲୋଚନା କରିଥିଲେ। ଭାଜପା ସରକାରରେ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଅନ୍ଧାର ବୋଲି ଅଭିଯୋଗ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏହା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ରକୁ ଦାହ କରିଥିଲେ । କରନ ସିକନ୍ଦର, ଅଧିର ଶାହା, ସିପୁନ ଉର୍ମା, ଯୁଗଳ ପାତ୍ର, ବିବେକ ସୁନାନୀ, ଅଭିଷେକ ଯାଦବି, ରିତେଶ ପ୍ରଧାନ, ରୁଦ୍ର ମହାନନ୍ଦ, ଆୟୁଷ ଛୁରିଆ, ଦିନେଶ ନାଗ, ଚନ୍ଦ୍ରଶେଖର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।