Posted inଜାତୀୟ

NEET PG CUT OFF LIST-2023: ଜାରି ହେବା ପରେ ଅଣ୍ଡା ଦେଖାଇଲେ ଉଦୟାନିଧି ,ଦେଖନ୍ତୁ ଭାଇରାଲ ଭିଡିଓ……

ଚେନ୍ନାଇ,୨୧।୧୦ : ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନଇଇଟି) ପିଜି କଟ ଅଫ ପ୍ରତିଶତ ହ୍ରାସ କରି ଶୂନ କରିବା ପ୍ରସଙ୍ଗରେ କଟାକ୍ଷ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଷ୍ଟାଲିନ ମଧ୍ୟ ଶୂନକୁ ପ୍ରତିନିଧିତ୍ୱ କରିବା ପାଇଁ ଏନଇଇଟି ଲେଖାଥିବା ଏକ ଅଣ୍ଡା ଜନତାଙ୍କୁ ଦେଖାଇଛନ୍ତି। ଅଣ୍ଡା ପାଇଁ ବ୍ୟବହୃୃତ ହେଉଥିବା ତାମିଲ ଶବ୍ଦ ମୁତାଇର ଅର୍ଥ ହେଉଛି ଶୂନ। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଉଦୟାନିଧି ଚେନ୍ନାଇରେଏନଇଇଟି ବିରୋଧରେ ଏକ ମେଗା ଦସ୍ତଖତ ଅଭିଯାନ ଆରମ୍ଭ କରିବାକୁ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏନଇଇଟି ପରୀକ୍ଷା ବିରୋଧରେ ଏକ ଅଭିଯାନ ୫୦ ଦିନ ଧରି ସାରା ରାଜ୍ୟରେ ଚାଲିବ ଏବଂ ୫୦ ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ପ୍ରଥମ ଦସ୍ତଖତ ସହିତ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦସ୍ତଖତ ଅଭିଯାନର ଏକ ଅଂଶ ଉଭୟ ଅନଲାଇନ ଏବଂ ପୋଷ୍ଟକାର୍ଡ ମାଧ୍ୟମରେ କରାଯାଇପାରିବ। ମନ୍ତ୍ରୀ କହିଛନ୍ତି ସମସ୍ତ ଦସ୍ତଖତ ସଂଗ୍ରହ ହେବା ପରେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯିବ।

ଏହି ସମୟରେ, ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଉଦୟାନିଧି କେନ୍ଦ୍ର ସରକାରଙ୍କ ଏମ୍ସ ମଦୁରାଇ ପ୍ରକଳ୍ପକୁ ଟାର୍ଗେଟ କରି ବର୍ଷ ବର୍ଷ ଧରି ବିଚାରାଧୀନ ଥିବା ଏହି ପ୍ରକଳ୍ପ ସମ୍ପର୍କରେ ସରକାରଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଥିଲେ। ନିର୍ବାଚନରେ ଏହି ପ୍ରସଙ୍ଗ ବେଶ ସରଗରମ ହୋଇଥିଲା। ନିର୍ବାଚନ ପ୍ରଚାରରେ ସେ ଏହାର ମୂଳଦୁଆ ଭାବେ ଏମ୍ସ ଲେଖାଥିବା ଏକ ଲାଲ ଇଟା ବ୍ୟବହାର କରିଥିଲେ। ଏହି ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ବର୍ଗର କାଉନସେଲିଂ ପାଇଁ ଯୋଗ୍ୟତା ମାନଦଣ୍ଡ ହ୍ରାସ କରିଥିଲେ। ଏହି ନିଷ୍ପତ୍ତି ବିରୋଧରେ ଡିଏମକେର ଯୁବ ୱିଙ୍ଗ, ମେଡିକାଲ ୱିଙ୍ଗ ଏବଂ ଷ୍ଟୁଡେଣ୍ଟ ୱିଙ୍ଗ ଏକ ଅଭିଯାନ ଆରମ୍ଭ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri