Categories: ଖେଳ

ତୁର୍କୀରେ ଟ୍ରେନିଂ ନେବେ ନୀରଜ

ନୂଆଦିଲ୍ଲୀ,୨୦ା୩: ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ତୁର୍କୀର ଗ୍ଲୋରିଆ ସ୍ପୋଟର୍‌ସ ଆରେନାଠାରେ ୬୧ ଦିନ ଟ୍ରେନିଂ ନେବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ସମ୍ପର୍କରେ ସୂଚନା ଦିଆଯାଇଛି। ୨୫ ବର୍ଷୀୟ ଜାଭେଲନ୍‌ ଥ୍ରୋୟର ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ) ଅଧୀନରେ ଗତ ବର୍ଷ ମଧ୍ୟ ଗ୍ଲୋରିଆ ସ୍ପୋଟର୍‌ସ ଆରେନାରେ ଟ୍ରେନିଂ ନେଇଥିଲେ। ସେ ଏପ୍ରିଲ ୧ରେ ତୁର୍କୀ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ମେ ୩୧ ପର୍ଯ୍ୟନ୍ତ ରହିବେ। ନୀରଜଙ୍କ ତୁର୍କୀରେ ୬୧ ଦିନ ଟ୍ରେନିଂ ପ୍ରସ୍ତାବ ମାର୍ଚ୍ଚ ୧୬ରେ କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ମିଶନ ଅଲିମ୍ପିକ ସେ୍‌ଲ(ଏମ୍‌ଓସି) ଦ୍ୱାରା ଅନୁମୋଦନ ଲାଭ କରିଥିଲା।

Share