Posted inଖେଳ

ଡାଇମଣ୍ଡ ଲିଗ୍‌ ସିରିଜ: ସ୍ବର୍ଣ୍ଣ ବିଜୟ ଲକ୍ଷ୍ୟରେ ନୀରଜ

ଜୁରିଚ୍‌, ୩୧।୮: ସମ୍ମାନଜନକ ଡାଇମଣ୍ଡ ଲିଗ୍‌ ମିଟ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ନୂଆ ବିଶ୍ୱ ଚାମ୍ପିୟନ ଭାରତର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରିରଖି ସ୍ବର୍ଣ୍ଣ ପଦକ ବିଜୟ ଲକ୍ଷ୍ୟରେ ରହିଛନ୍ତି। ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଗତ ରବିବାର ୮୮.୧୭ ମିଟର ଜାଭେଲିନ୍‌ ଥ୍ରୋ କରି ନୀରଜ ପ୍ରଥମଥରପାଇଁ ଚାମ୍ପିୟନ ହୋଇଥିଲେ। ୨୦୨୨ ସଂସ୍କରଣରେ ରୌପ୍ୟ ପଦକ ହାସଲ କରିଥିବା ନୀରଜଙ୍କ ପାଇଁ ଏହାଥିଲା ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ। ଭାରତର ଏହି ସୁପରଷ୍ଟାର ଆଥଲେଟ୍‌ ବିଶ୍ୱର ତୃତୀୟ ଜାଭେଲିନ୍‌ ଥ୍ରୋୟରଭାବେ ଉଭୟ ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ଏହି ତାଲିକାରେ ଥିବା ଅନ୍ୟ ୨ ଆଥଲେଟ୍‌ ହେଲେ ଚେକ୍‌ ରିପବ୍ଲିକର ଜାନ୍‌ ଜେଲେଝ୍‌ନି ଓ ନରଓ୍ବେର ଆନ୍ଦ୍ରିଆସ ଥୋର୍କିଲ୍ଡସେନ। ଜେଲେଝ୍‌ନି ୧୯୯୨, ୧୯୯୬ ଓ ୨୦୦୦ରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ଏବଂ ୧୯୯୩, ୧୯୯୬ ଓ ୨୦୦୧ରେ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। ସେହିପରି ଥୋର୍କିଲ୍ଡସେନ ୨୦୦୮ ଅଲିମ୍ପିକ୍ସ ଏବଂ ୨୦୦୯ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ୨୫ ବର୍ଷୀୟ ନୀରଜ ଚଳିତ ସିଜନରେ ଅପରାଜେୟ ରହିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ବିଜେତା ହେବା ପୂର୍ବରୁ ସେ ଦୋହା (ମେ-୫) ଓ ଲାଉସାନେ (ଜୁନ୍‌-୩୦)ରେ ୨ଟି ଡାଇମଣ୍ଡ ଲିଗ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଟାଇଟଲ ଜିତିବାର ୪ ଦିନପରେ ନୀରଜ ଜୁରିଚ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏଠାରେ ତାଙ୍କୁ ଚେକ୍‌ ରିପବ୍ଲିକର ଜାକୁବ୍‌ ଭାଡ୍‌ଲେଚ୍‌୍‌, ବୁଦାପେଷ୍ଟରେ ବ୍ରୋଞ୍ଜ ବିଜୟୀ ଜର୍ମାନୀର ଜୁଲିଆନ ଓ୍ବେବର ଓ ୨ ଥର ବିଶ୍ୱ ଚାମ୍ପିୟନ ଗ୍ରେନାଡାର ଆଣ୍ଡରସନ ପେଟେର୍ସଙ୍କ ସହ ମୁକାବିଲା କରିବାକୁ ହେବ। ବୁଦାପେଷ୍ଟରେ ରୌପ୍ୟ ବିଜୟୀ ପାକିସ୍ତାନର ଅର୍ଶଦ ନଦିମ କିନ୍ତୁ ଜୁରିଚ୍‌ ପ୍ରତିଯୋଗିତାରେ ଭାଗ ନେବେନାହିଁ। ଗତବର୍ଷ ଡାଇମଣ୍ଡ ଲିଗ୍‌ ଟ୍ରଫି ଜିତିଥିବା ନୀରଜ ଏର୍ଷ ୨ଟି ଇଭେଣ୍ଟ ପରେ ୧୬ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ଭାଡ୍‌ଲେଚ୍‌ ୩ ଇଭେଣ୍ଟରୁ ୨୧ ଓ ଓ୍ବେବର ୩ ଇଭେଣ୍ଟରୁ ୧୯ ପଏଣ୍ଟ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଚଳିତ ସିଜନରେ ସଂଘର୍ଷ କରୁଥିବା ପିଟର୍ସ ୧୫ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲ ରାଉଣ୍ଡରେ ସେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ଡାଇମଣ୍ଡ ଲିଗ୍‌ ସିରିଜର ଅନ୍ତିମ ଚରଣ ଜୁରିଚ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ସିଜନର ଫାଇନାଲ ଆମେରିକାର ଇୟୁଜେନେଠାରେ ସେପ୍ଟେମ୍ବର ୧୬ ଓ ୧୭ରେ ଅନୁଷ୍ଠିତ ହେବ। ସେଠାରେ ଚାମ୍ପିୟନ ହେବା ପ୍ରତିଯୋଗୀ ଡାଇମଣ୍ଡ ଲିଗ୍‌ ବିଜେତା ଘୋଷିତ ହେବ। ପଏଣ୍ଟ ଟେବୁଲର ଟପ୍‌-୬ରେ ଥିବା ପ୍ରତିଯୋଗୀ ହିଁ ଇୟୁଜେନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କରଙ୍କୁ ମଧ୍ୟ ଜୁରିଚ୍‌ ଡାଇମଣ୍ଡ ଲିଗ୍‌ ସିରିଜରେ ଆକ୍ସନରେ ଦେଖିବାକୁ ମିଳିବ। ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହେବାରେ ସେ ବିଫଳ ହୋଇଥିଲେ। ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ୮.୪୧ ମିଟର ରହିଥିଲେ ହେଁ ବିଶ୍ୱ ଚାମ୍ପିୟନଶିପ୍‌ର କ୍ୱାଲିଫାଇଂ ରାଉଣ୍ଡରେ ୭.୭୪ ମିଟର ଡେଇଁ ଓଭରଅଲ୍‌ ୨୨ତମ ସ୍ଥାନରେ ରହିଥିଲେ। ଡାଇମଣ୍ଡ ଲିଗ୍‌ ସିଜନର ଲଙ୍ଗଜମ୍ପ ଷ୍ଟାଣ୍ଡିଂରେ ସେ ୨ ଇଭେଣ୍ଟରୁ ୧୦ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri