Posted inଖେଳ

ନେପାଳ ବିପକ୍ଷରେ ପାକିସ୍ତାନର ବୃହତ୍‌ ବିଜୟ

ମୁଲତାନ,୩୧ା୮(ପି.ଟି.): ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ନେପାଳକୁ ୨୩୮ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୧୫୧ ଓ ଇଫତିଖାର ଅହମଦଙ୍କ ୧୦୯ ରନ୍‌ ବଳରେ ୬ ଉଇକେଟରେ ୩୪୨ ରନ୍‌ କରିଥିଲା। ଜବାବରେ ନେପାଳ ୨୩.୪ ଓଭରରେ ୧୦୪ ରନ୍‌ କରି ଅଲଆଉଟ ହୋଇ ଯାଇଥିଲା।

ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଫଖର ଜମନ (୧୪) ଓ ଇମାମ ଉଲ ହକ୍‌(୫) ପ୍ରଥମ ଉଇକେଟରେ ୨୧ ରନ୍‌ ଯୋଡିଥିଲେ। ତେବେ ମାତ୍ର ୪ ରନ୍‌ ବ୍ୟବଧାନରେ ଉଭୟ ଓପନର ପ୍ୟାଭିଲିୟନ ଫେରିଥିଲେ। ମହମ୍ମଦ ରିଜଓ୍ବାନ ୪୪ ରନ ଏବଂ ବ୍ୟାଟିଂ ପଦୋନ୍ନତି ପାଇଥିବା ଆଘା ସଲମାନ(୫) ବିଫଳ ହେବାରୁ ପାକିସ୍ତାନ ୧୨୩ ରନ୍‌ରେ ୪ ଉଇକେଟ ହରାଇଥିଲା। ଦିନିକିଆ କ୍ରିକେଟରେ ୧୯ ତମ ଶତକ ହାସଲ କରିଥିବା ଅଧିନାୟକ ବାବର ଆଜମ ୧୫୧ ରନ୍‌ କରିବା ସହ ଇଫତିଖାର ଅହମଦଙ୍କ ସହିତ ୨୧୪ ରନ୍‌ର ଭାଗୀଦାରି କରିଥିଲେ। ୧୩୧ ବଲ୍‌ର ସମ୍ମୁଖୀନ ହୋଇଥିବା ବାବର ୧୪ ଚୌକା ଓ ୪ ଛକା ମାରି ଶେଷ ଓଭରରେ ଆଉଟ ହୋଇଥିଲେ। ଅନ୍ୟ ପକ୍ଷରେ ଅପରାଜିତ ୧୦୯ ରନ୍‌ କରିଥିବା ଇଫତିଖାର ୬୭ ବଲରେ ନିଜର ଶତକ ପୂରଣ କରିଥିଲେ। ଦିନିକିଆରେ ଏହା ତାଙ୍କର ପ୍ରଥମ ଶତକ। ଉଭୟ ଖେଳାଳି ୧୩୧ ବଲ୍‌ର ସମ୍ମୁଖୀନ ହୋଇ ୨୧୪ ରନ ଯୋଡିବା ସହିତ ନେପାଳ ହାତରୁ ମ୍ୟାଚ ଛଡାଇ ନେଇଥିଲେ। ନେପାଳ ପକ୍ଷରୁ ସୋମପାଲ କାମି ସର୍ବାଧିକୁ ୨ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ଲାମିଚାନେ ଓ କରନ୍‌ କେସି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୩୪୩ ରନ୍‌ ଜବାବରେ ନେପାଳର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା। ଶାହିନ୍‌ ଆଫ୍ରିଦି ଓ ନଶିମ୍‌ ଶାହା ଘାତକ ବୋଲିଂ କରିବାରୁ ନେପାଳ ୧୪ ରନରେ ୩ ଉଇକେଟ ହରାଇଥିଲା। ପରେ ହାରିଶ ରୌଫ୍‌ ୨ ଓ ଶଦାବ ଖାନ ୪ ଉଇକେଟ ନେବାରୁ ନେପାଳ ୧୦୪ ରନ୍‌ରେ ଅଲଆଉଟ ହୋଇଥିଲା।

ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ୫୦ ଓଭରରେ ୩୪୨/୬ (ବାବର ଆଜମ୍‌-୧୫୧, ଇଫତିଖାର ଅହମଦ-୧୦୯*, ମହମ୍ମଦ ରିଜଓ୍ବାନ-୪୪, ସୋମପାଲ କାମି-୨/୮୫, କରଣ କେସି-୧/୫୪, ସନ୍ଦୀପ ଲାମିଚାନେ-୧/୬୯)।
ନେପାଳ ୨୩.୪ ଓଭରରେ ୧୦୪/୧୦ (ସୋମପାଲ କାମି-୨୮, ଆରିଫ୍‌ ଶେଖ୍‌-୨୬, ଗୁଲଶନ ଝା-୧୩, ଶଦାବ୍‌ ଖାନ୍‌-୪/୨୭, ହରିଶ୍‌ ରୌଫ୍‌-୨/୧୬, ଶାହିନ୍‌ ଆଫ୍ରିଦି-୨/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?