Categories: ଖେଳ

ରେକର୍ଡ ପାଇଁ ଦରକାର ୧୪୭ ରନ୍‌

ଧର୍ମଶାଳା,୨୭।୨: ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଶ୍ରୀଲଙ୍କା ସମ୍ମାନଜନକ ସ୍କୋର ଛିଡ଼ା କରିଛି। ଅଧିନାୟକ ଦସୁନ ଶନାକା (୭୪ ରନ)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁ ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୪୬ ରନ୍‌ କରିପାରିଛି। ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ଏକ ସ୍ବତନ୍ତ୍ର ରେକର୍ଡର ସମ୍ମକକ୍ଷ ହେବ। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ଲଗାତାର ସର୍ବାଧିକ ୧୨ ମ୍ୟାଚ୍‌ ଜିତିବାର ରେକର୍ଡ ଏବେ ଆଫଗାନିସ୍ତାନ ପାଖରେ ଅଛି।

ଏକଦା ଶ୍ରୀଲଙ୍କା ୨୯ ରନ ମଧ୍ୟରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶ୍ରୀଲଙ୍କା ପାଇଁ ୧୦୦ ଟପିବା କଷ୍ଟକର ମନେ ହେଉଥିଲା। କିନ୍ତୁ ଅଧିନାୟକ ଦସୁନ ଶନାକା (୭୪ ରନ୍‌, ୯ ଚୌକା ଓ ୨ ଛକା) ଦଳୀୟ ସ୍ଥିତି ସମ୍ଭାଳିଥିଲେ। ୬ଷ୍ଠ ଉଇକେଟ ପାଇଁ ଚାମିକା କରୁଣାରତ୍ନେ(୧୨)ଙ୍କ ସହ ମିଶି ୮୬ ରନ୍‌ ଯୋଡ଼ିଥିଲେ ଅଧିନାୟକ ଶନାକା। ଭାରତୀୟ ବୋଲରଙ୍କ ମଧ୍ୟରେ ଅଭେଶ ଖାନ ୨ ଉଇକେଟ ନେଇଥିବା ବେଳେ ମହମ୍ମ ସିରାଜ, ହର୍ଶଲ ପେଟଲ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share