ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨ ହୋଇଛି। ଜମାତ-ଇ-ଇସ୍‌ଲାମୀ ଏକାକୀ ୬୮ ସିଟ୍‌ ଜିତିଥିବା ବେଳେ ତା’ ସହଯୋଗୀ ମିଶିଲେ ୭୭ରେ ପହଞ୍ଚତ୍ଛି। ଦୀର୍ଘବର୍ଷ ଧରି ବାଂଲାଦେଶ କ୍ଷମତା ରାଜନୀତିରେ ସ୍ବତନ୍ତ୍ର ଛାପ ରଖିଆସିଥିବା ଶେଖ୍‌ ହାସିନାଙ୍କ ଆଓ୍ବାମୀ ଲିଗ୍‌କୁ ନିର୍ବାଚନୀ ପ୍ରକ୍ରିୟାରୁ ଦୂରେଇ ଦିଆଯାଇଥିଲା। ହାସିନାଙ୍କ ଦଳ ଦେଶ ଉପରେ ଏକଚ୍ଛତ୍ରବାଦ ଲଦିଦେବାକୁ ଚେଷ୍ଟା କରୁଥିଲା ବୋଲି ମିଳୁଥିବା ଅନେକ ଉଦାହରଣରୁ ବୁଝାପଡ଼େ। ଅନ୍ୟପଟେ ଆଓ୍ବାମୀ ଦଳକୁ ନିର୍ବାଚନରେ ଭାଗ ନେବାକୁ ଅନୁମତି ମିଳି ନ ଥିବାରୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି। ତେବେ ବିଏନ୍‌ପି ପ୍ରତି ବିପୁଳ ସମର୍ଥନ ଜଣାଇ ଦେଇଛି ଯେ, ଦେଶବାସୀ ଗୋଟେ ବଡ଼ ପରିବର୍ତ୍ତନ ଚାହୁଁଥିଲେ। ୨୦୨୪ରେ ହାସିନାଙ୍କ ନିର୍ବାଚିତ ସରକାରକୁ ଛାତ୍ର ଓ ଯୁବ ଆନ୍ଦୋଳନ ଜରିଆରେ କ୍ଷମତାଚ୍ୟୁତ କରାଯାଇଥିଲା। ତାହା ସେତେବେଳେ ‘ମୌସୁମୀ ବିପ୍ଳବ’ ଭାବେ ନାମିତ ହୋଇଥିଲା। ତା’ ପରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା। ଏବର ନିର୍ବାଚନରେ ବିଏନ୍‌ପି ଅଧ୍ୟକ୍ଷ ତାରିକ୍‌ ରହମନଙ୍କ ପ୍ରତି ସମର୍ଥନ ମିଳିବା ପରେ ସେ ୧୭ ଫେବୃଆରୀରେ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖ କରାଯାଇପାରେ ଯେ, ତାରିକ୍‌ ହେଉଛନ୍ତି ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରହମନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ ପୁଅ। ୨୦୦୧ ମସିହାରେ ମା’ଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ତାରିକ୍‌ ଚର୍ଚ୍ଚାକୁ ଆସିଥିଲେ। ହେଲେ ୨୦୦୮ରେ ଆଓ୍ବାମୀ ଲିଗ୍‌ର ବିପୁଳ ବିଜୟ ପରେ ସୁରକ୍ଷା ଦୃଷ୍ଟିରୁ ସେ ଲଣ୍ଡନରେ ଆତ୍ମ-ନିର୍ବାସିତ ଜୀବନ ବିତାଉଥିଲେ। ଖାଲେଦାଙ୍କ ମୃତ୍ୟୁର ଅଳ୍ପଦିନ ପୂର୍ବରୁ ତାରିକ୍‌ ବାଂଲାଦେଶ ଆସି ନିର୍ବାଚନ ଲଢ଼ିବା ପରେ ଦେଶବାସୀ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାକୁ ଯାଉଛନ୍ତି।
ବାଂଲାଦେଶରେ ୨୦୨୪ରେ ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେବା ପରେ ତା’ର ଅର୍ଥନୀତି ଦୁର୍ବଳ ହୋଇଛି। ୟୁନୁସଙ୍କ ୧୮ ମାସର ସରକାରରେ ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ସୁଦୃଢ଼ କରାଯିବା ଲାଗି ପ୍ରଚେଷ୍ଟା ହୋଇଥିଲେ ମଧ୍ୟ ତାହା ଆଶାନୁଯାୟୀ ହୋଇପାରି ନାହିଁ। ତାରିକ୍‌ଙ୍କ ନେତୃତ୍ୱାଧୀନ ନୂଆ ସରକାର ଗଠନ ପରେ ବାଂଲାଦେଶରେ ଭଲ ସ୍ଥତି ଆସିପାରେ ବୋଲି ଅନୁମାନ କରାଯାଉଛି। ନିର୍ବାଚନରେ ଜିତିବା ପରେ ପ୍ରାରମ୍ଭିକ ଅବସ୍ଥାରେ ତାରିକ୍‌ ତାଙ୍କ ସମର୍ଥକମାନଙ୍କୁ ବଡ଼ ବିଜୟ ଉତ୍ସବ ପାଳନ ନ କରିବାକୁ କହିବା ସହ କେବଳ ସ୍ବତନ୍ତ୍ର ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଛନ୍ତି। ଆଇନ ଶୃଙ୍ଖଳାକୁ ଗୁରୁତ୍ୱ ଦେବାକୁ ଯାଇ ସେ ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରାଯାଉଛି। ବାଂଲାଦେଶରେ ଏକ ନିର୍ବାଚିତ ସରକାର ଦାୟିତ୍ୱ ନେବାକୁ ଥିବାରୁ ତା’ ସହ ଭାରତ ଉତ୍ତମ ସମ୍ପର୍କ ବଜାୟ ରଖିବାର ସମୟ ଉପନୀତ ହେଲାଣି ବୋଲି କୁହାଯାଇପାରେ। ଶେଖ୍‌ ହାସିନା ନିଜ ଦେଶରୁ ତଡ଼ା ଖାଇବା ପରେ ଭାରତ ତାଙ୍କୁ ଆଶ୍ରୟ ଦେଇଛି। ତାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ପକ୍ଷରୁ ବହିର୍ବ୍ୟାପାର ଚାପ ପଡ଼ିଥିଲେ ମଧ୍ୟ ଭାରତ ନୀରବ ରହିବା ଦୁଇ ଦେଶର ସମ୍ପର୍କକୁ ଅଧିକ ବିଗାଡ଼ି ଦେଇଛି। ଏମିତି ଦେଖିଲେ କିଛି ବର୍ଷ ହେବ ଭାରତ ତା’ ଚାରିକଡ଼େ ଥିବା ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଭଲ ସମ୍ପର୍କରେ ନାହିଁ। ତେଣୁ ତାରିକ୍‌ଙ୍କ ସହ ଭାରତୀୟ ନେତୃତ୍ୱ ତତ୍‌କ୍ଷଣାତ୍‌ ସମ୍ପର୍କ ବଢ଼ାଇବା ଦରକାର ପଡ଼ିଲାଣି। କୁହାଯାଏ-‘ସୁଯୋଗ ଆସେ, କିନ୍ତୁ ଥରେ’। ନିର୍ବାଚନରେ ବିଜୟ ହେବା ପରେ ତାରିକ୍‌ ଗଣମାଧ୍ୟମକୁ ସାମ୍ନା କରିଥିଲେ। ଏହି ସମୟରେ ଜଣେ ଭାରତୀୟ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ସେ କହିଥିଲେ ଯେ, ବାଂଲାଦେଶ ଲୋକଙ୍କ ସ୍ବାର୍ଥ ଓ ଦେଶ ସର୍ବାଗ୍ରେ ରହୁଛି। ନିଜ ଦେଶବାସୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖୁଥିବା ଭଳି ବହିର୍ବ୍ୟାପାର ନୀତି ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିବା ଭାରତକୁ ଏକ ଦୃଢ଼ ବାର୍ତ୍ତା ଦେଇଛି ବୋଲି କୁହାଯାଇପାରେ। ଏଭଳି କହି ତାରିକ୍‌ ତାଙ୍କ ଲୋକଙ୍କ ପ୍ରତି ଥିବା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏହି ସନ୍ଧିକ୍ଷଣରେ ବାଂଲାଦେଶ ସହ ବିଗିଡ଼ି ଯାଇଥିବା ସମ୍ପର୍କକୁ ଭାରତ ସୁଦୃଢ଼ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ନେବା ଜରୁରୀ। ବିଏନ୍‌ପି ବାଂଲାଦେଶରେ ବିପୁଳ ବିଜୟ ହାସଲ କରିବା ପରେ ତାରିକ୍‌ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ମଧ୍ୟ ଅନୁରୂପ ଶୁଭେଚ୍ଛା ଜଣାଇଛନ୍ତି। ଭାରତ କେବଳ ଶୁଭେଚ୍ଛାରେ ସମ୍ପର୍କକୁ ସୀମିତ ନ ରଖି ହାସିନାଙ୍କ ପାଇଁ ବିଗିଡ଼ି ଯାଇଥିବା ସମ୍ବନ୍ଧକୁ କିଭଳି ମଜଭୁତ କରି ହେବ ସେହି ଦିଗରେ ପଦକ୍ଷେପ ନେବା ଦରକାର। ନୂଆ ସରକାର ସହ ମୂଳରୁ ସମ୍ପର୍କ ଭଲ ଭାବେ ଗଢ଼ି ଉଠିଲେ ପୂର୍ବର ଅସ୍ବାଭାବିକତା ହଟିଯିବାର ସମ୍ଭାବନା ବଢ଼ନ୍ତା। ଏଥିସହିତ ପାକିସ୍ତାନ ଓ ଚାଇନା ଆଡ଼କୁ ବାଂଲାଦେଶର ଢଳିବା ମଧ୍ୟ ଅନେକାଂଶରେ ହୁଏତ କମିଯାଇପାରନ୍ତା।
ଭାରତ ପାଇଁ ବାଂଲାଦେଶ ଏକ ସାଧାରଣ ପଡ଼ୋଶୀ ଦେଶ ଭାବେ ପରିଗଣିତ ହେବା ଉଚିତ ନୁହେଁ। ମୁସଲମାନ ଦେଶ ହୋଇଥିବା ସତ୍ତ୍ୱେ ବାଂଲାଦେଶୀ ନାଗରିକଙ୍କ ଚରିତ୍ର ଭାରତ ବିଶେଷକରି ପୂର୍ବାଞ୍ଚଳ ସହ ଅନେକ ସାମଞ୍ଜସ୍ୟ ରହୁଛି। ସମ୍ଭବତଃ ଏହି ସାମଞ୍ଜସ୍ୟ ସେହି ଦେଶର ଧର୍ମକୁ ପଛରେ ପକାଇ ଜାତୀୟ ଚରିତ୍ରକୁ ଆଗକୁ ଆଣିଥିଲା। ନିର୍ବାଚନ ପୂର୍ବରୁ ଅନେକ ପର୍ଯ୍ୟବେକ୍ଷକ ବାଂଲାଦେଶର ଜମାତ-ଇ-ଇସ୍‌ଲାମୀ ଦଳ ସରକାର ଗଠନରେ ନିର୍ଣ୍ଣୟକାରୀ ଭୂମିକା ଗ୍ରହଣ କରିବ ବୋଲି ଆକଳନ କରୁଥିଲେ। ବାଂଲାଦେଶ ଭୋଟର ସେପରି ଉଗ୍ରବାଦକୁ ନାପସନ୍ଦ କରନ୍ତି ବୋଲି ଏବେ ସ୍ପଷ୍ଟ ଜଣାପଡ଼ୁଛି। ସେଥିପାଇଁ ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳକୁ ଦେଖିବା ପରିବର୍ତ୍ତେ ପାଖ ବିଦେଶ (ନିଅର ଆବ୍ରଡ୍‌) ଦେଶଗୁଡ଼ିକର ନାଗରିକଙ୍କ ମାନସିକତାକୁ ବୁଝି ଭାରତ ତା’ର ବହିର୍ବ୍ୟାପାର ନୀତିକୁ ପୁନର୍ଗଠନ କରିବାର ସମୟ ଆସିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି…

ହର୍ମୁଜରେ ଖୋଲିଲା ନୂଆ ରାସ୍ତା, ଯୁଦ୍ଧ ମଧ୍ୟରେ ଜାହାଜଗୁଡ଼ିକୁ ମିଳିଲା ନିରାପଦ ପଥ, ଇରାନକୁ ଘାରିଲାଣି ଚିନ୍ତା

ତେହରାନ,୪ା୪: ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହର୍ମୁଜ ପ୍ରଣାଳୀରେ ଏକ ନୂତନ ସାମୁଦ୍ରିକ ପଥ ଖୋଲିଥିବା ପରି ମନେ ହେଉଛି, ଯାହା ବାଣିଜି୍ୟକ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଖୋଲିବ କି ହର୍ମୁଜ୍ ପ୍ରଣାଳୀ? ଆମେରିକାର ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାର ସମ୍ଭାବନା ନାହିଁ । ଏହାର…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri