ନେ ନେ ନେ… ରଙ୍ଗ ଟିକେ ଦେଲି…

ଭୁବନେଶ୍ୱର,୭।୩(ବ୍ୟୁରୋ):ନେ ନେ ନେ… ରଙ୍ଗ ଟିକେ ଦେଲି.., ଓ୍ବାନ୍ସ ଇନ୍‌ ଇୟର ଏଗେନ୍‌ ଆନାଦର୍‌ ହୋଲି…। ବର୍ଷକ ପରେ ପୁଣି ଆସିଛି ରଙ୍ଗର ପର୍ବ ହୋଲି। ପରସ୍ପରକୁ ରଙ୍ଗ ବୋଳି ଦେହ, ମନ, ପରିବେଶକୁ ରଙ୍ଗିନ କରିବା ପାଇଁ ଆସିଛି ମଉକା। ସମସ୍ତେ ପରସ୍ପରକୁ ରଙ୍ଗ ବୋଳି ଅଭିନନ୍ଦନ ଜଣାଇବା ସହ ମନରୁ ରାଗରୁଷା ଦୂର କରିଥାନ୍ତି। ସାଙ୍ଗସାଥୀ, ଚିହ୍ନା ଅଚିହ୍ନା କାହାକୁ ବାରଣ ନାହିଁ। ସେଥିପାଇଁ ତ କଥାରେ ଅଛି ‘ବୁରା ନା ମାନୋ ହୋଲି ହୈ’। ଓଡ଼ିଆଙ୍କ ଅନ୍ୟତମ ପ୍ରମୁଖ ଗଣପର୍ବ ହେଉଛି ହୋଲି। ଏଥିପାଇଁ ଦୋଳପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି। ଗାଁଠାରୁ ସହର ସବୁଠି ରଙ୍ଗମୟ ହୋଇଉଠେ ପରିବେଶ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହୋଲିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ସହରସାରା ଫଗୁ ରଙ୍ଗ, ପିଚକାରି, ମୁଖା, ରଙ୍ଗ ବେଲୁନ ଆଦିର ପସରା ମେଲିଛି। ଦୋଳ ପୂର୍ଣ୍ଣିମାର ପାରମ୍ପରିକ ଭୋଗ ଚଣା, ସାକର ଲୋକମାନେ କିଣି ନେଉଛନ୍ତି। ବିଭିନ୍ନ ଗ୍ରାମ୍ୟ କମିଟି ପକ୍ଷରୁ ଦୋଳମେଳଣ ଆୟୋଜନ ହେଉଥିବାବେଳେ ଫଗୁ ଖେଳରେ ପରିବେଶ ରଙ୍ଗିନ ହେବାରେ ଲାଗିଛି। ଦୋଳ ଓ ହୋଲି ୨ଦିନ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟ ଛୁଟି ରହୁଥିବାରୁ ହୋଲି ପର୍ବର ଦିନକ ପୂର୍ବରୁ ରଙ୍ଗ ଖେଳରେ ଯୁବପିଢ଼ି ମସଗୁଲ। ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସାମୂହିକ ରଙ୍ଗ ଖେଳର ଆୟୋଜନ କରାଯାଇଛି। ସମସ୍ତେ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି।
ଓଡ଼ିଶାରେ ହୋଲି ପାଳିବେ ତେଜସ୍ବୀ
ହୋଲି ସେଲିବ୍ରେସନ ପାଇଁ ବିଗ୍‌ ବସ୍‌- ୧୫ ବିଜେତା ତେଜସ୍ବୀ ପ୍ରକାଶ ସୋମବାର ଓଡ଼ିଶାରେ ପହଞ୍ଚତ୍ଛନ୍ତି। ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଥିବା ବାଇକ ସ୍ପ୍ଲାସ ଓ୍ବାଟର ପାର୍କରେ ଆୟୋଜିତ ହେବାକୁ ଥିବା ହୋଲି ସେଲିବ୍ରେଶନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ୨ଦିନ ଧରି ଚାଲିବ। ତେଜସ୍ବୀଙ୍କ ବ୍ୟତୀତ ଏଲ୍‌ଏସ୍‌ଡି ଗର୍ଲସ ବ୍ୟାଣ୍ଡ ଅନ୍ୟତମ ଆକର୍ଷଣ ରହିବ। ସେହିପରି ଓଲିଉଡ୍‌ କଳାକାର ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ବିନୀ, କୁକିଜ୍‌, ଗୁଡୁ, ଅଭିଜିତ୍‌ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ ହେବେ। ‘ଗ୍ଲାମର୍‌ ୭୭’ର ସଞ୍ଜୟ ମହାକୁଡ଼୍‌, ହେଲ୍ପ ହ୍ୟାଣ୍ଡସ୍‌ ଫାଉଣ୍ଡେଶନର ରୁଦ୍ର ନାରାୟଣ ବେହେରା ଓ ମିଡିଆ ପ୍ଲାନର୍‌ର ପ୍ରଣୟ ଜେଠୀ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri