ନେ ନେ ନେ… ରଙ୍ଗ ଟିକେ ଦେଲି…

ଭୁବନେଶ୍ୱର,୭।୩(ବ୍ୟୁରୋ):ନେ ନେ ନେ… ରଙ୍ଗ ଟିକେ ଦେଲି.., ଓ୍ବାନ୍ସ ଇନ୍‌ ଇୟର ଏଗେନ୍‌ ଆନାଦର୍‌ ହୋଲି…। ବର୍ଷକ ପରେ ପୁଣି ଆସିଛି ରଙ୍ଗର ପର୍ବ ହୋଲି। ପରସ୍ପରକୁ ରଙ୍ଗ ବୋଳି ଦେହ, ମନ, ପରିବେଶକୁ ରଙ୍ଗିନ କରିବା ପାଇଁ ଆସିଛି ମଉକା। ସମସ୍ତେ ପରସ୍ପରକୁ ରଙ୍ଗ ବୋଳି ଅଭିନନ୍ଦନ ଜଣାଇବା ସହ ମନରୁ ରାଗରୁଷା ଦୂର କରିଥାନ୍ତି। ସାଙ୍ଗସାଥୀ, ଚିହ୍ନା ଅଚିହ୍ନା କାହାକୁ ବାରଣ ନାହିଁ। ସେଥିପାଇଁ ତ କଥାରେ ଅଛି ‘ବୁରା ନା ମାନୋ ହୋଲି ହୈ’। ଓଡ଼ିଆଙ୍କ ଅନ୍ୟତମ ପ୍ରମୁଖ ଗଣପର୍ବ ହେଉଛି ହୋଲି। ଏଥିପାଇଁ ଦୋଳପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି। ଗାଁଠାରୁ ସହର ସବୁଠି ରଙ୍ଗମୟ ହୋଇଉଠେ ପରିବେଶ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହୋଲିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ସହରସାରା ଫଗୁ ରଙ୍ଗ, ପିଚକାରି, ମୁଖା, ରଙ୍ଗ ବେଲୁନ ଆଦିର ପସରା ମେଲିଛି। ଦୋଳ ପୂର୍ଣ୍ଣିମାର ପାରମ୍ପରିକ ଭୋଗ ଚଣା, ସାକର ଲୋକମାନେ କିଣି ନେଉଛନ୍ତି। ବିଭିନ୍ନ ଗ୍ରାମ୍ୟ କମିଟି ପକ୍ଷରୁ ଦୋଳମେଳଣ ଆୟୋଜନ ହେଉଥିବାବେଳେ ଫଗୁ ଖେଳରେ ପରିବେଶ ରଙ୍ଗିନ ହେବାରେ ଲାଗିଛି। ଦୋଳ ଓ ହୋଲି ୨ଦିନ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟ ଛୁଟି ରହୁଥିବାରୁ ହୋଲି ପର୍ବର ଦିନକ ପୂର୍ବରୁ ରଙ୍ଗ ଖେଳରେ ଯୁବପିଢ଼ି ମସଗୁଲ। ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସାମୂହିକ ରଙ୍ଗ ଖେଳର ଆୟୋଜନ କରାଯାଇଛି। ସମସ୍ତେ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି।
ଓଡ଼ିଶାରେ ହୋଲି ପାଳିବେ ତେଜସ୍ବୀ
ହୋଲି ସେଲିବ୍ରେସନ ପାଇଁ ବିଗ୍‌ ବସ୍‌- ୧୫ ବିଜେତା ତେଜସ୍ବୀ ପ୍ରକାଶ ସୋମବାର ଓଡ଼ିଶାରେ ପହଞ୍ଚତ୍ଛନ୍ତି। ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଥିବା ବାଇକ ସ୍ପ୍ଲାସ ଓ୍ବାଟର ପାର୍କରେ ଆୟୋଜିତ ହେବାକୁ ଥିବା ହୋଲି ସେଲିବ୍ରେଶନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ୨ଦିନ ଧରି ଚାଲିବ। ତେଜସ୍ବୀଙ୍କ ବ୍ୟତୀତ ଏଲ୍‌ଏସ୍‌ଡି ଗର୍ଲସ ବ୍ୟାଣ୍ଡ ଅନ୍ୟତମ ଆକର୍ଷଣ ରହିବ। ସେହିପରି ଓଲିଉଡ୍‌ କଳାକାର ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ବିନୀ, କୁକିଜ୍‌, ଗୁଡୁ, ଅଭିଜିତ୍‌ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ ହେବେ। ‘ଗ୍ଲାମର୍‌ ୭୭’ର ସଞ୍ଜୟ ମହାକୁଡ଼୍‌, ହେଲ୍ପ ହ୍ୟାଣ୍ଡସ୍‌ ଫାଉଣ୍ଡେଶନର ରୁଦ୍ର ନାରାୟଣ ବେହେରା ଓ ମିଡିଆ ପ୍ଲାନର୍‌ର ପ୍ରଣୟ ଜେଠୀ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri