ଶିଳ୍ପ ଓ ଶିଳ୍ପାୟନ ଓଡ଼ିଶାର ଭବିଷ୍ୟତ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): ଶିଳ୍ପ ଅର୍ଥ ଏକ ବଡ଼ କାରଖାନା ହୋଇଥିବ, ସେଥିରୁ ଧୂଆଁ ବାହାରୁଥିବ। ତାହା ସରକାର ନିର୍ମାଣ କରିବେ ଏବଂ ଆମକୁ ଚାକିରି ଦେବେ। ଶିଳ୍ପକୁ ନେଇ ସାଧାରଣତଃ ସମସ୍ତଙ୍କ ମନରେ ଏଭଳି ଧାରଣା ଥାଏ। ମାତ୍ର ସେହି ସ୍ତର ପର୍ଯ୍ୟନ୍ତ ପହଞ୍ଚତ୍ବାକୁ ହେଲେ ଏକ ସୁଦୃଢ଼ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଭିତ୍ତିଭୂମି ତିଆରି କରିବାକୁ ହେଲେ ଦୀର୍ଘମିଆଦୀ ଯୋଜନା ଆବଶ୍ୟକ। ଓଡ଼ିଶାରେ ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକ ଶିଳ୍ପାୟନର ମୂଳଦୁଆ ପକାଇଥିଲେ। ଶିଳ୍ପ ଓ ଶିଳ୍ପାୟନ ଓଡ଼ିଶାର ଭବିଷ୍ୟତ ବୋଲି ଶିଳ୍ପ, ଶକ୍ତି ତଥା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।
ଦୈନିକ ଖବରକାଗଜ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମିଳିତ ଆନୁକୂଲ୍ୟରେ ଶନିବାର ଭୁବନେଶ୍ୱରସ୍ଥିତ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିିଥି ଭାବେ ଯୋଗଦେଇ ମନ୍ତ୍ରୀ ଦେବ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏକ ପ୍ରତିଷ୍ଠିତ ଗଣମାଧ୍ୟମ ହୋଇଥିବାରୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରଖିବାରେ ଏହା ଏକ ଉତ୍କୃଷ୍ଟ ପ୍ଲାଟଫର୍ମ। ୯୦ ଦଶକରେ ଓଡ଼ିଶା ଶିଳ୍ପରେ ଉଠିବା ଆରମ୍ଭ କରିଥିଲେ ବି ସେପରି କିଛି ଆଖିଦୃଶିଆ ସଫଳତା ମିଳି ନ ଥିଲା। ୧୯୯୬-୯୭ ବେଳକୁ ଅନ୍ତର୍ଜାତୀୟ ବଜାରରେ ମେଟାଲ୍‌ର ଚାହିଦା ବଢ଼ିଥିଲା। ଓଡ଼ିଶାରେ ସବୁ ପ୍ରକାର ଧାତୁ ଗଚ୍ଛିତ ରହିଥିବାରୁ ଖଣି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ଆରମ୍ଭ ହୋଇଥିଲା। ଓଡ଼ିଶାକୁ ନିର୍ମାଣର କେନ୍ଦ୍ରସ୍ଥଳ କରିବା ପାଇଁ ସାମୂହିକ ଉଦ୍ୟମ ଲୋଡ଼ା। ଏଠାରେ ଶିଳ୍ପାୟନ ପାଇଁ ବହୁତ ସୁଯୋଗ ରହିଛି। ସରକାର ସବୁ ସୁବିଧାସୁଯୋଗ ସହ ସବ୍‌ସିଡି ମଧ୍ୟ ପ୍ରଦାନ କରୁଛନ୍ତି। ବାହାର ରାଜ୍ୟର ଉଦ୍ୟୋଗୀମାନେ ଏଥିପାଇଁ ଆଗ୍ରହ ଦେଖାଉଥିବାବେଳେ ଓଡ଼ିଶାର ଲୋକମାନେ ଆଗକୁ ଆସୁନାହାନ୍ତି। ତେଣୁ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି କରିବାକୁ ହେଲେ ପ୍ରଥମେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ଦେଇ କହିଲେ, ଓଡ଼ିଶା ଏକ କୃଷିଭିତ୍ତିକ ସମାଜରୁ ଶିଳ୍ପ ତଥା ବ୍ୟବସାୟିକ ବାତାବରଣକୁ ରୂପାନ୍ତରିତ ହୋଇଛି। ଏହି ରୂପାନ୍ତରଣ କ୍ଷେତ୍ରରେ ବ୍ୟବସାୟୀ ତଥା ଉଦ୍ୟୋଗୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହାକି ଆସନ୍ତା କିଛିବର୍ଷ ଭିତରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିପାରିବ। ସେହିପରି ଜଣେ ବ୍ୟକ୍ତି ସଫଳତା ପାଇବା ପରେ ଅନ୍ୟମାନେ ଖୁସି ହୁଅନ୍ତି। ମାତ୍ର ସେହି ସଫଳତା ପଛରେ ତାଙ୍କର କେତେ ଯେ ପରିଶ୍ରମ, ତ୍ୟାଗ ରହିଥାଏ ତାହାକୁ ବହୁତ କମ୍‌ ଲୋକ ଅନୁଭବ କରିଥାଆନ୍ତି। ସେହି କଷ୍ଟ, ସମର୍ପଣଭାବକୁ ମାନ୍ୟତା ପ୍ରଦାନ ବା ପ୍ରୋତ୍ସାହିତ କରିବା ସକାଶେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଏଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଆସୁଛି। ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ’ କାର୍ଯ୍ୟକ୍ରମ ଆମ ରାଜ୍ୟର ଉଦ୍ୟୋଗୀମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବାର ଏକ ମାଧ୍ୟମ। ଓଡ଼ିଶା ଶିଳ୍ପର ଏକ ଇତିହାସ ରହିଛି। ପ୍ରମୁଖ କୃଷି ଆଧାରିତ ସମାଜରୁ ବାହାରି ଓଡ଼ିଶା ବର୍ତ୍ତମାନ ଏକ ଆଧୁନିକ ଶିଳ୍ପ ଏବଂ ଖଣି ନିର୍ଭରଶୀଳ ଅର୍ଥନୀତି ଆଡ଼କୁ ଗତି କରୁଛି ବୋଲି ତଥାଗତ କହିଛନ୍ତି। ମୁଖ୍ୟବକ୍ତା ଭାବେ ଫିକି ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଲେ, ଓଡ଼ିଶାର ଶିଳ୍ପ ଯାତ୍ରାକୁ ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ’ ପ୍ରୋତ୍ସାହିତ କରୁଛି। ଛୋଟଛୋଟ ପ୍ରୋତ୍ସାହନ ଆଗକୁ ବଢ଼ିବାର ସୁଯୋଗ ଆଣିଦେଇଥାଏ। ଓଡ଼ିଶା କିଭଳି ଶିଳ୍ପ କ୍ଷେତ୍ରରେ ଏକ ପ୍ରମୁଖ ପୁଞ୍ଜିନିବେଶର କେନ୍ଦ୍ର ପାଲଟିଛି ତାହା ଏହି କାର୍ଯ୍ୟକ୍ରମ ସୂଚାଇଦେଉଛି। ରାଜ୍ୟରେ ପ୍ରାକୃତିକ ସମ୍ପଦ ଭରି ରହିଥିବାବେଳେ ଆମ ବ୍ୟବସାୟୀମାନେ ଏହାର ସଦ୍‌ବିନିଯୋଗ କରିବା ଆବଶ୍ୟକ। ଆମେ ପ୍ରଯୁକ୍ତି କ୍ଷେତ୍ରରେ ଆଗେଇ ଚାଲିଛେ। ବର୍ତ୍ତମାନ ବିଦ୍ୟୁତ୍‌ଚାଳିତ ଯାନ (ଇଭି) କଥା କୁହନ୍ତୁ କି ଗ୍ରୀନ୍‌ ଏନର୍ଜି, ଏହିସବୁ ଶିଳ୍ପାୟନ ଉନ୍ନତିର ପାହାଚ ସଦୃଶ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ମାଧ୍ୟମରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ପ୍ରମୁଖ ମାଧ୍ୟମ ସାଜିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଶିଳ୍ପାୟନ ଯାତ୍ରା ଆତ୍ମସଂଶୟରୁ ଆତ୍ମବିଶ୍ୱାସରେ ପହଞ୍ଚତ୍ଛି ବୋଲି ଶୁଭ୍ରକାନ୍ତ କହିଛନ୍ତି।
ଏହି ଅବସରରେ ୨୧ ଜଣ ଉଦ୍ୟୋଗୀଙ୍କୁ ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ-୨୦୨୩’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ପନ୍‌ସର୍‌ ଏମ୍‌ଜିଏମ୍‌ ମିନେରାଲ, ଜେଏସ୍‌ଡବ୍ଲ୍ୟୁ, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର, ଇଭୋସ୍‌ ବିଲ୍‌ଡକନ୍‌, ବେଦାନ୍ତ, କିଟ୍‌, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ, ଏମ୍‌ସିଏଲ୍‌, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌, ନାବାର୍ଡ, ନାଲ୍‌କୋ, ନାରାୟଣୀ ମୋଟର୍ସ, ଅରୁନ୍ଧତୀ ଜୁଏଲର୍ସ, ଫାଲ୍‌କନ୍‌ ଗ୍ରୁପ୍‌, ଜିନ୍ଦଲ ଷ୍ଟେନ୍‌ଲେସ୍‌ ଏବଂ ଏସ୍‌ବିଆଇ ସମେତ ପାର୍ଟନର ଅଜନ୍ତା ଆଡ୍‌ଭର୍ଟାଇଜର୍ସ, ଓ୍ବିଫି ଇଣ୍ଟରନେଟ୍‌ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri