Categories: ଖେଳ

ସ୍ବପ୍ନ ସାକାର କରିବା ଦିଗରେ ଆଉ ପାଦେ ଆଗେଇଲେ

ନୂଆଦିଲ୍ଲୀ,୧୭।୨: ଚଳିତ ସପ୍ତାହରେ ଆଇପିଏଲ୍‌ କଣ୍ଟ୍ରାକ୍ଟ ପାଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ ୟଶ ଧୂଲ ନିଜ ସ୍ବପ୍ନକୁ ସାକାର କରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ୧୮ ମାସ ମଧ୍ୟରେ ଜାତୀୟ ଦଳ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିବା ଡାହାଣ ହାତୀ ବ୍ୟାଟର ରଣଜୀ ପଦାର୍ପଣ ମ୍ୟାଚ୍‌ରେ ହାସଲ କରିଛନ୍ତି ଶତକ। ଏଥିସହିତ ଦିଲ୍ଲୀ ବ୍ୟାଟର ରଣଜୀ ପଦାର୍ପଣରେ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏଥିରେ ସଚିନ ତେନ୍ଦୁଲକର, ରୋହିତ ଶର୍ମା, ଅମୋଲ ମୁଜୁମଦାରଙ୍କ ଭଳି ଅନେକ ମହାନ ଖେଳାଳି ରହିଛନ୍ତି।

ଗୁଆହାଟିର ବାର୍ସାପାରା କ୍ରିକେଟ ଷ୍ଟାଡିୟମରେ ତାମିଲନାଡୁ ଓ ଦିଲ୍ଲୀ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଏଲାଇଟ୍‌ ଗ୍ରୁପ୍‌ ଏଚ୍‌’ର ରଣଜୀ ମ୍ୟାଚ୍‌। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ପାଇଁ ଓପନିଂ କରିବାକୁ ଆସିଥିଲେ ଧୂଲ। ୧୩୩ ବଲରେ ସେ ଶତକ ପୂରଣ କରିଥିଲେ। ସେ ୯୭ ରନ୍‌ରେ ବ୍ୟାଟିଂ କରୁଥିବା ବେଳେ ଏମ୍‌ ମହମ୍ମଦଙ୍କ ବଲରେ ଆଉଟ୍‌ ହୋଇଥିଲେ। କିନ୍ତୁ ବଲକୁ ଅମ୍ପାୟର ନୋ ବଲ ଦର୍ଶାଇବାରୁ ଶତକ ପୂରଣ କରିବା ପାଇଁ ଆଉ ଏକ ସୁଯୋଗ ପାଇଥିଲେ ଯୁବ ବ୍ୟାଟର। ଶେଷରେ ସେ ୧୫୦ ବଲରେ ୧୧୩ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ପାଳିରେ ସାମିଲ ଥିଲା ୧୮ ଚୌକା। ତାଙ୍କ ଶତକୀୟ ଇନିଂସ ଯୋଗୁ ଦିଲ୍ଲୀ ଏବେ ସୁଦ୍ଧା ଉଇକେଟ ହରାଇ ୨୧୩ ରନ୍‌ କରିଛି।

Share