ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ ଓ ନଦୀକୂଳର ଚିତ୍ର ଦେଖିଲେ ସରକାରଙ୍କ ଡାଟା ତ୍ରୁଟିଯୁକ୍ତ ମନେହେଉଛି। ଏଭଳି ସମୟରେ ଆମେରିକାର ‘ନ୍ୟୁୟର୍କ ଟାଇମ୍ସ’ କରୋନା ମୃତ୍ୟୁକୁ ନେଇ ସରକାରୀ ତଥ୍ୟକୁ ଭୁଲ୍‌ ବୋଲି ଦର୍ଶାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାରିବାପଣିଆ ଉପରେ ଅନ୍‌ଲାଇନ୍‌ରେ ପ୍ରଶ୍ନ ଉଠିଛି।
ଭାରତ ସରକାରଙ୍କ ଆକଳନ କହୁଛି ଯେ, ଦେଶରେ ପ୍ରାୟ ୩.୭ ଲକ୍ଷ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। କିନ୍ତୁ ବାସ୍ତବରେ ମହାମାରୀରେ ୪୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ନ୍ୟୁୟର୍କ ଟାଇମ୍ସ ଦାବି କରିଛି। ଆମେରିକାର ଏହି ପ୍ରତିଷ୍ଠିତ ଖବରକାଗଜରେ ମେ’ ୨୫ରେ ପ୍ରକାଶିତ ‘ଜଷ୍ଟ ହାଓ ବିଗ୍‌ କୁଡ୍‌ ଇଣ୍ଡିଆଜ୍‌ ଟ୍ରୁ କୋଭିଡ୍‌ ଟୋଲ୍‌ ବି?’ ଶୀର୍ଷକ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ମିଛ କହୁଛନ୍ତି। ସରକାରୀ ରିପୋର୍ଟ ତୁଳନାରେ ପ୍ରକୃତ ମୃତ୍ୟୁସଂଖ୍ୟା ୧୪ ଗୁଣ ଅଧିକ ଅର୍ଥାତ୍‌ ୪୨ ଲକ୍ଷ ଲୋକ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେଣି। ତିନୋଟି ନ୍ୟାଶନାଲ ସେରୋ ସର୍ଭେର ଅଧ୍ୟୟନ ଏବଂ ଅନେକ ବିଶେଷଜ୍ଞଙ୍କ ରାୟ ଉପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଛି। ଖବରକାଗଜ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଭାରତରେ ଠିକ୍‌ ଭାବେ ଟେଷ୍ଟିଂ କରାଯାଉ ନାହିଁ କି ରୋଗୀଙ୍କ ମୃତ୍ୟୁର ରେକର୍ଡ ମଧ୍ୟ ଉପଯୁକ୍ତ ରୂପେ କରାଯାଉ ନାହିଁ। ଏମିତିରେ ପ୍ରକୃତ ମୃତ୍ୟୁସଂଖ୍ୟା ଆକଳନ କରିବା କଷ୍ଟକର। ହସ୍ପିଟାଲଗୁଡ଼ିକ ଭର୍ତ୍ତି ହୋଇଯାଇଥିବାବେଳେ ଶ୍ମଶାନରେ ଚିତା ଲିଭୁନାହିଁ। ଏପରି କି ବହୁ ସଂଖ୍ୟକ କରୋନା ରୋଗୀ ନିଜ ଘରେ ଆଖି ବୁଜି ଦେଉଛନ୍ତି। ଗାଁଗୁଡ଼ିକରେ ହେଉଥିବା ମୃତ୍ୟୁକୁ ମଧ୍ୟ ସରକାରୀ ରିପୋର୍ଟରେ ସାମିଲ କରାଯାଉ ନାହିଁ। ଭାରତରେ ସ୍ବାଭାବିକ ଦିନଗୁଡ଼ିକରେ ମଧ୍ୟ ପ୍ରତି ୫ ମୃତ୍ୟୁ ମଧ୍ୟରୁ ୪ଟିର ତଦନ୍ତ କରାଯାଇ ନ ଥାଏ। ନ୍ୟୁୟର୍କ ଟାଇମ୍ସର କହିବା ହେଲା ଅଧା ଭାରତ କରୋନା କବଳରେ ରହିଥିବା ସାମ୍ପ୍ରତିକ ସ୍ଥିତିରେ ଅଧ୍ୟୟନରୁ ଜଣାପଡ଼ିଛି। କିନ୍ତୁ ସରକାର ଅସଲ ତଥ୍ୟରୁ ମୁହଁ ଫେରାଇ ନେଉଛନ୍ତି। ଏଥିଯୋଗୁ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ଗତବର୍ଷ ମେ’ ୧୧ରୁ ଜୁନ୍‌ ୪ ମଧ୍ୟରେ ପ୍ରଥମ ସେରୋ ସର୍ଭେ କରାଯାଇଥିଲା। ଭାରତରେ ସେତେବେଳେ ୬୪.୬୦ ଲକ୍ଷ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିଲା। ଦ୍ୱିତୀୟ ସର୍ଭେ ଅଗଷ୍ଟ ୧୮ରୁ ଡିସେମ୍ବର ୨୦ ମଧ୍ୟରେ କରାଯାଇଥିବାବେଳେ ତୃତୀୟ ସର୍ବେକ୍ଷଣ ଡିସେମ୍ବର ୧୮ରୁ ଜାନୁୟାରୀ ୬ ମଧ୍ୟରେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri