ବର୍ଦ୍ଧିତ ଆୟ ଓ ଅଭାବୀ ଜୀବନ

ଅଦ୍ଭୁତ ଏ ଦୁନିଆ I ଅଦ୍ଭୁତ ଆମ ବ୍ୟବହାର ଓ ମାନସିକତା। ଛୋଟ ବେଳେ ଦେଖିଛୁ, ଆମ ପିତାମାତା କିପରି ସେମାନଙ୍କର ଅର୍ଥ ପରିଚାଳନା କରୁଥିଲେ I ଘର ଖର୍ଚ୍ଚ, ପିଲାଙ୍କ ପାଠପଢ଼ା, ବିବାହ, ବ୍ରତ ପରି ସାମାଜିକ କର୍ମ, ସ୍ବାସ୍ଥ୍ୟସେବା ଏବଂ ଅନେକ ଆନୁଷଙ୍ଗିକ ଖର୍ଚ୍ଚ ପରେ ମଧ୍ୟ ନିୟମିତ କିଛି ସଞ୍ଚୟ କରୁଥିଲେ I ନ ଥିଲା ଆଜି ପରି ମୋଟା ରୋଜଗାର, ସଞ୍ଚୟ ଓ ନିବେଶର ବିଶେଷ ସୁବିଧା I
ଏହା ସତ୍ତ୍ୱେ ସେମାନେ ଭବିଷ୍ୟତ ସୁରକ୍ଷା ପାଇଁ ସଞ୍ଚୟର ଗୁରୁତ୍ୱ ଭଲଭାବେ ଉପଲବ୍ଧି କରିଥିଲେ I
ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ପରିବାର ଏକ ଅଦ୍ଭୁତ ବିରୋଧାଭାସର ସମ୍ମୁଖୀନ ହେଉଛନ୍ତି। ଯଥେଷ୍ଟ ମାସିକ ଆୟ ସତ୍ତ୍ୱେ ଅଭାବ ଅନୁଭବ କରିବା, ମାସ ଶେଷକୁ ଟଙ୍କାର ଅଭାବ ଏବଂ ଆୟ ବୃଦ୍ଧି ସହ ନିଜର ଆର୍ଥିକ ସ୍ଥିତିର ଉନ୍ନତି ନ ହେବା ଅନୁଭୂତି। ସ୍ଥାୟୀ ଚାକିରି, ନିୟମିତ ଆୟ, ଉଚ୍ଚ ଶିକ୍ଷା, ଘର , ଗାଡ଼ି ଏବଂ ସୁନ୍ଦର ଘର ଥାଇ ମଧ୍ୟ ମାନସିକ ଚାପ ଓ ଆର୍ଥିକ ଅସ୍ଥିରତା ରହିବା ଏକ ସାଧାରଣ ଘଟଣା ହୋଇଗଲାଣି। ତେବେ ପ୍ରଶ୍ନ ଉଠେ, ଯଦି ଆୟ ଭଲ, ତେବେ ଏହି ଅଭାବ କାହିଁକି?
ମୋଟା ଆୟ ସତ୍ତ୍ୱେ ଅଭାବର କାରଣଗୁଡିକ ହେଉଛି: ପ୍ରଥମରେ ମହଙ୍ଗା ଜୀବନଶୈଳୀ: ଆୟ ବଢ଼ିଲେ ଖର୍ଚ୍ଚ ମଧ୍ୟ ବଢ଼ିଚାଲେ I ଏହାକୁ ଲାଇଫଷ୍ଟାଇଲ ଇନ୍‌ଫ୍ଲେଶନ କୁହାଯାଏ। ଯେତେବେଳେ ବେତନ ବଢ଼େ, ସେତେବେଳେ ନୂଆ ଗାଡ଼ି, ବଡ଼ ଘର, ମହଙ୍ଗା ଇଲେକ୍ଟ୍ରୋନିକ୍‌ ସାମଗ୍ରୀ, ଭ୍ରମଣଜନିତ ଖର୍ଚ୍ଚ ଏବଂ ଦାମୀ ବ୍ରାଣ୍ଡେଡ୍‌ ପୋଷାକପତ୍ରରେ ଅଧିକ ବ୍ୟୟ ହୋଇଥାଏ I ଆୟ ବଢ଼ିବା ସହ ଜୀବନଧାରଣ ମଧ୍ୟ ଉନ୍ନତ ହେବା ଜରୁରୀ ବୋଲି ଧାରଣା ମନରେ ଆସେ। ଏପରି ମାନସିକତା ପାଇଁ ବ୍ୟୟ ବୃଦ୍ଧିପାଏ I ସଞ୍ଚୟ କ୍ଷମତାକୁ ନଷ୍ଟ କରିଦେଇଥାଏ। ଫଳସ୍ବରୂପ ଆୟ ଯେତିକି ବଢ଼େ, ଖର୍ଚ୍ଚ ମଧ୍ୟ ସେତିକି ବଢ଼ିଚାଲେ ଏବଂ ଅଭାବ ଅନୁଭୂତ ହୋଇଥାଏ। ଦ୍ୱିତୀୟରେ ଋଣଯନ୍ତା: ଉଚ୍ଚ ଆୟର ଏକ ବଡ଼ ଅଂଶ ଘର ଋଣ, ଗାଡ଼ି ଋଣ, ବ୍ୟକ୍ତିଗତ ଋଣ, କ୍ରେଡିଟ୍‌ କାର୍ଡ ଦେୟରେ ସରିଯାଏ। ବେତନ ବଢ଼ିବା ସହ ନୂଆ ଏବଂ ବଡ଼ ଋଣ ନେବାର ପ୍ରବୃତ୍ତି ମଧ୍ୟ ବଢ଼ିଥାଏ। ଏହି ଋଣଗୁଡ଼ିକର ମାସିକ କିସ୍ତି ଏତେ ଅଧିକ ହୋଇଯାଏ ଯେ ବାକି ଟଙ୍କାରେ ପରିବାରର ମୌଳିକ ଚାହିଦା ପୂରଣ କରିବା କଷ୍ଟକର ହୋଇପଡ଼େ। ଋଣ ହେଉଛି ଏକ ଦ୍ୱିଧାରିଆ ତରବାରି। ଏହା ଆବଶ୍ୟକତା ପୂରଣ କରେ, କିନ୍ତୁ ଆୟର ଏକ ବଡ଼ ଅଂଶକୁ ଲଗାତର ବାନ୍ଧି ରଖେ। ଗୋଟିଏ ଋଣ ପରିଶୋଧ କରିବାକୁ ଅନ୍ୟ ଏକ ଋଣ କରିବାକୁ ପଡ଼େ। ଏପରି ଏକ ସମୟ ଆସେ ଯେ ଋଣ ମଧ୍ୟରୁ ବାହାରି ହୁଏ ନାହିଁ I
ଋଣଯନ୍ତାରେ ପଡ଼ି ଛଟପଟ ହେବାକୁ ପଡ଼େ I
ତତୀୟରେ ଅସ୍ପଷ୍ଟ ବଜେଟ, ଅନିୟମିତ ଖର୍ଚ୍ଚ, ପ୍ରେରଣା କ୍ରୟ( ଆକସ୍ମିକ କ୍ରୟ): ଭଲ ଆୟ ଥିବା ସତ୍ତ୍ୱେ ବ୍ୟବସ୍ଥିତ ବଜେଟ ବା ସୁକଳ୍ପିତ ଆୟ ଓ ବ୍ୟୟର ଯୋଜନାର ଅଭାବ। ମାସ ଆରମ୍ଭରେ କେଉଁ ଖର୍ଚ୍ଚ କେତେ ହେବ, କେତେ ସଞ୍ଚୟ ହେବ, କେତେ ନିବେଶ ପାଇଁ ରଖାଯିବ ଏସବୁର କୌଣସି ସ୍ପଷ୍ଟ ଯୋଜନା ନ ଥାଏ। ଫଳରେ ଅନିୟମିତ ଭାବରେ ଖର୍ଚ୍ଚ ହୋଇଯାଏ, ଯାହା ମାସ ଶେଷ ବେଳକୁ ଅଭାବ ସୃଷ୍ଟିକରେ। ଛୋଟ ଛୋଟ ଖର୍ଚ୍ଚ, ଯେପରିକି ବାରମ୍ବାର ବାହାରେ ଖାଇବା, ଅନ୍‌ଲାଇନ କିଣାକିଣି, ମନୋରଞ୍ଜନ ପାଇଁ ଅତ୍ୟଧିକ ଖର୍ଚ୍ଚ, ପୂର୍ବରୁ ଯୋଜନା ନ ଥାଇ ମନର ଆକର୍ଷଣ ପ୍ରଭାବରେ କିଣିବା ଦ୍ୱାରା ବଡ଼ ଅଙ୍କର ଟଙ୍କା ଖର୍ଚ୍ଚ ହୋଇଯାଏ ଓ ଅଭାବ ପଡ଼େ I
ଚତୁର୍ଥ କାରଣ ହେଉଛି ସାମାଜିକ ଚାପ, ପଡ଼ୋଶୀ ପ୍ରଭାବ ଏବଂ ଦେଖାଇହେବା ପ୍ରବୃତ୍ତି : ପଡ଼ୋଶୀ ଓ ସାଙ୍ଗସାଥୀଙ୍କ ସହ ତୁଳନାକରି ଜୀବନଯାପନ କରିବାର ପ୍ରବୃତ୍ତି ଆର୍ଥିକ ସଙ୍କଟରେ ପକାଇଥାଏ I ଯଦି ପଡ଼ୋଶୀଙ୍କ ଘରେ ନୂଆ ଗାଡ଼ି ଆସିଲା, ତେବେ ଆମେ ମଧ୍ୟ ଗାଡ଼ି କିଣିବାକୁ ଚାହୁଁ; ସାଙ୍ଗମାନେ ମହଙ୍ଗା ଛୁଟିରେ ଯାଉଛନ୍ତି, ତେବେ ଆମେ ମଧ୍ୟ ଯିବାକୁ ଇଚ୍ଛାକରୁ; ସାମାଜିକ ଗଣମାଧ୍ୟମ (ଯେପରି ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌) ଆଦିରେ ଲୋକମାନେ ନିଜର ସଫଳତା ଏବଂ ଭଲ ଜିନିଷ ଦେଖାଉଥିବାରୁ ଆମେ ମଧ୍ୟ ସେମିତି ଜୀବନଯାପନ କରିବାକୁ ଚାହୁଁ। ଏପରି ସାମାଜିକ ଚାପ, ପଡ଼ୋଶୀଙ୍କ ପ୍ରଭାବ ଏବଂ ନିଜକୁ ଦେଖାଇହେବା ପ୍ରବୃତ୍ତି ଆମକୁ ଆମର କ୍ଷମତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ କରେ, ଫଳରେ ଆର୍ଥିକ ଅସ୍ଥିରତା ଦେଖାଦିଏ।
ପଞ୍ଚମରେ ଅପଚୟ ଏବଂ ଅନାବଶ୍ୟକ ଖର୍ଚ୍ଚ: ଭଲ ଆୟ ଥିବା ଲୋକମାନେ ମଧ୍ୟ ଅନେକ ସମୟରେ ଅପଚୟ କରିଥାନ୍ତି। ଯେପରିକି ଖାଦ୍ୟବସ୍ତୁ ନଷ୍ଟକରିବା, ଲାଇଟ-ପାଣି ବୃଥା ଖର୍ଚ୍ଚ, ଅଧିକ ସମୟ ପର୍ଯ୍ୟନ୍ତ ଏସି କିମ୍ବା ହିଟର ଚାଲୁରଖିବା, ଅନାବଶ୍ୟକ ମୋବାଇଲ ଫୋନ୍‌ କିମ୍ବା ଇଲେକ୍ଟ୍ରୋନିକ୍‌ ସାମଗ୍ରୀ କିଣିବା ଇତ୍ୟାଦି ଇତ୍ୟାଦି। ଷଷ୍ଠରେ ମୁଦ୍ରାସ୍ଫୀତି :ଆୟ ବଢ଼ୁନାହିଁ, କିନ୍ତୁ ଜିନିଷପତ୍ରର ଦାମ୍‌ ବଢ଼ୁଛି। ମୁଦ୍ରାସ୍ଫୀତି ଯୋଗୁ ପ୍ରତିବର୍ଷ ଖାଦ୍ୟଦ୍ରବ୍ୟ, ଇନ୍ଧନ, ଚିକିତ୍ସା, ଶିକ୍ଷା, ଏବଂ ଘରଭଡ଼ା ଆଦିର ମୂଲ୍ୟ ବଢ଼ିଚାଲିଥାଏ। କିନ୍ତୁ ସମସ୍ତଙ୍କ ଆୟ ସେହି ହାରରେ ବଢ଼େନାହିଁ। ଫଳରେ ଆୟ ବଢ଼ିଲେ ମଧ୍ୟ କ୍ରୟ କ୍ଷମତା ସମାନ ରହେ ନାହିଁ କିମ୍ବା କମିଯାଏ। ଅର୍ଥାତ୍‌ ଆଜି ଯେତେ ଟଙ୍କାରେ ଯାହା ମିଳୁଛି, ଆଗାମୀ ବର୍ଷ ସେଇ ଟଙ୍କାରେ ତାହା ମିଳିବ ନାହିଁ। ଏହା ଆର୍ଥିକ ଶକ୍ତିକୁ କ୍ଷୟ କରିଥାଏ।
ସପ୍ତମରେ ଅପ୍ରତ୍ୟାଶିତ ଖର୍ଚ୍ଚ, ପାରିବାରିକ ଦାୟିତ୍ୱ ଏବଂ କର ବୋଝ ବୃଦ୍ଧି ଓ ଏହିସବୁ ଖର୍ଚ୍ଚ ପାଇଁ ପ୍ରସ୍ତୁତ ନ ରହିବା ଅଭାବର କାରଣ ହୋଇଥାଏ।
ଅଷ୍ଟମ କାରଣ ହେଉଛି ନିବେଶ ଏବଂ ଭବିଷ୍ୟତ ପାଇଁ ସଞ୍ଚୟର ଅଭାବ : ଅନେକ ଉଚ୍ଚ ଆୟକାରୀ ଲୋକ କେବଳ ବର୍ତ୍ତମାନକୁ ଚିନ୍ତାକରି ଖର୍ଚ୍ଚ କରନ୍ତି, ଭବିଷ୍ୟତ ପାଇଁ ଯୋଜନା କରନ୍ତି ନାହିଁ। ସେମାନେ ନିବେଶ କରନ୍ତି ନାହିଁ, ଫଳରେ ଟଙ୍କାର ମୂଲ୍ୟ ସମୟ ସହ କମିଯାଏ। ଭବିଷ୍ୟତରେ ପିଲାଙ୍କ ଶିକ୍ଷା, ନିଜର ଅବସରକାଳୀନ ଜୀବନ ପାଇଁ ଟଙ୍କା ସଞ୍ଚୟ ନ ଥିଲେ ଆଜିର ଭଲ ଆୟ ମଧ୍ୟ ଭବିଷ୍ୟତରେ ଅଭାବ ସୃଷ୍ଟି କରିପାରେ। ନିବେଶ ନ କରି କେବଳ ସଞ୍ଚୟ କରିବା ମଧ୍ୟ ପର୍ଯ୍ୟାପ୍ତ ନୁହେଁ, କାରଣ ମୁଦ୍ରାସ୍ଫୀତି ସଞ୍ଚୟର ମୂଲ୍ୟକୁ କମାଇଦିଏ
ଭଲ ଆୟ ହେଉଛି ଏକ ବଡ଼ ସୁଯୋଗ, କିନ୍ତୁ ଏହା ଆପେ ଆପେ ଆର୍ଥିକ ସୁରକ୍ଷା ଦେଇପାରେ ନାହିଁ। ଆୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ଟଙ୍କାକୁ ବୁଦ୍ଧିମତ୍ତାର ସହ ଖର୍ଚ୍ଚ କରିବା, ସଞ୍ଚୟ ଏବଂ ନିବେଶ କରିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଭାବ ଅନୁଭବ ହେଉଛି ଆମର ଚିନ୍ତାଧାରା, ମାନସିକତା ଏବଂ ରୁଗ୍‌ଣ ଅର୍ଥ ପରିଚାଳନାର ଫଳ। ଆୟ ବଢ଼ାଇବା ଉପରେ ଧ୍ୟାନଦେବା ସହ ଜୀବନର ବିଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ଅର୍ଥ ନିୟୋଜନ, ଖର୍ଚ୍ଚ ନିୟନ୍ତ୍ରଣ ଏବଂ ଆର୍ଥିକ ସ୍ଥିତିର ନିୟମିତ ମୂଲ୍ୟାଙ୍କନ ଉପରେ ଧ୍ୟାନଦେଲେ ଆର୍ଥିକ ସ୍ବାଚ୍ଛନ୍ଦ୍ୟ ଏବଂ ମାନସିକ ଶାନ୍ତି ଲାଭ କରିହେବ।
ପଲେଇ, ଚାନ୍ଦୋଳ, କେନ୍ଦ୍ରାପଡ଼ା
ମୋ: ୭୩୮୧୦୪୬୪୭୭

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri