‘ଏନ୍‌ସିସି କ୍ୟାଡେଟ୍‌ କେଏସ୍‌ୟୁବି କଲେଜର ଗର୍ବ ଏବଂ ଗୌରବ’

ଭଞ୍ଜନଗର,୨୩।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଙ୍ଗ ଏବଂ ନାଭାଲ ୱିଂଙ୍ଗ ପକ୍ଷରୁ ରବିବାର ଏନ୍‌ସିସି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଏନ୍‌ସିସି ପତାକା ଉତ୍ତୋଳନ କରି ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ଏକ ସଭା ହୋଇଥିଲା। ଏଥିରେ ତନରଡ଼ା ଆଇ ଆର୍‌ବି ୮ ମ ସ୍ବତନ୍ତ୍ର ବାଟାଲିୟନ କମାଣ୍ଡିଙ୍ଗ ଅଫିସର୍‌ ସୁଧାକର ମିଶ୍ର ମୁଖ୍ୟ ଅତିଥି ଏବଂ ଡେପୁଟି କମାଣ୍ଡେଣ୍ଟ ଲଳିତ କୁମାର ବାଗ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପୂର୍ବତନ ନାଭାଲ ଅଫିସର ଡ ରବୀନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏନ୍‌ସିସି କ୍ୟାଡେଟଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ କହିଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରି ଆମ କଲେଜର ଗର୍ବ ଏବଂ ଗୌରବ ହେଉଛନ୍ତି ଏନ୍‌ସିସି କ୍ୟାଡେଟମାନେ ବୋଲି କହିଥିଲେ। ସେନାବାହିନୀ ସମେତ ବିଭିନ୍ନ କ୍ଷେତ୍ରରେ ଆମର ଅନେକ କ୍ୟାଡେଟ ନିଯୁକ୍ତି ପାଉଛନ୍ତି। ରାଜ୍ୟ ଏବଂ ଜାତୀୟସ୍ତରର ଅନେକ କ୍ୟାମ୍ପରେ କ୍ୟାଡେଟମାନେ ଯୋଗଦେଇ ପୁରସ୍କୃତ ହେବାସହ କଲେଜ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ସେନାବାହିନୀରେ ଯୋଗଦେବା ପାଇଁ ଏନ୍‌ସିସି ହେଉଛି ପ୍ରମୁଖ ମାଧ୍ୟମ। କ୍ୟାଡେଟମାନଙ୍କ ଚରିତ୍ର ଭଲ ହେବାକୁ ପଡିବ, ସାହସ ଲୋଡ଼ା, ନେତୃତ୍ୱ ନେବାର ଦକ୍ଷତା ରହିବାକୁ ପଡିବ ବୋଲି ବକ୍ତାମାନେ କହିଥିଲେ। ଆର୍ମି ୱିଂଙ୍ଗ ସିଟିଓ ଅର୍ପଣ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ନାଭାଲ ୱିଂଙ୍ଗ ସିଟିଓ ବିଭୂତି ଗୌଡ ଧନ୍ୟବାଦ ପ୍ରଦାନ କରିଥିଲେ। ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।

ସୂଚନାଯୋଗ୍ୟ ଯେ ୧୯୪୭ ମସିହାରେ ଦେଶ ସ୍ବାଧୀନତା ହେବା ପରେ ୧୯୪୮ ମସିହାରେ ଏନସିସି ପ୍ରତିଷ୍ଠା ହୋଇଥିଲା। ତେଣୁ ପ୍ରତିବର୍ଷ ନଭେମ୍ବର ମାସ ୪ର୍ଥ ରବିବାର ଏନସିସି ଦିବସ ପାଳନ ହେଉଛି। ଉକ୍ତ ଦିବସକୁ ମନେ ପକାଇବା ପାଇଁ କ୍ୟାଡେଟ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ସଭା ହେଉଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନସିସି ଆର୍ମି ୱିଂଙ୍ଗ ଏବଂ ନାଭାଲ ୱିଂଙ୍ଗ କ୍ୟାଡେଟଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଗୁରୁବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ରଚନା, ନୃତ୍ୟ ପ୍ରମୁଖ ପ୍ରତିଯୋଗିତା ହୋଇଥିଲା। ଆଜି କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବରିଷ୍ଠ କିରାଣୀ ପ୍ରଦୀପ ଖଣ୍ଡୁଆଳ, ତପନ ବେହେରା,କର୍ମଚାରୀ ସୁଧିର ବିଷୋୟୀ, ପ୍ରସନ୍ନ ପ୍ରଧାନ, ସୁଚିତ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri