ଦଶପଲା ଦଖଲ କଲା ସ୍ବାଧୀନ

ନୟାଗଡ଼ ଅଫିସ/ଦଶପଲା,୨୬।୩(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲା ଏନ୍‌ଏସିରେ ସ୍ବାଧୀନ ପ୍ରାର୍ଥୀ ବାଜି ମାରିନେଇଛି। ସ୍ବାଧୀନ ପ୍ରାର୍ଥୀ ପୁନମ ପ୍ରିୟଦର୍ଶିନୀ ଚେୟାରମ୍ୟାନ ଭାବେ ନିର୍ବାଚିତ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୩୯୬ ଭୋଟରେ ବିଜୟୀ ହୋଇଛନ୍ତି। ୧୬ ନମ୍ବର ୱାର୍ଡ ବିଶିଷ୍ଟ ଦଶପଲା ଏନ୍‌ଏସିରେ ୮ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ବିଜେଡିର ୭, ଭାଜପାର ୧ କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।