ଧୋକା ଦେଇଥିଲେ ଏହି ଅଭିନେତା, ଭୋ ଭୋ ହୋଇ କାନ୍ଦିଥିଲେ ନଓ୍ବାଜ୍‌

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। ପରଦାରେ ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଦେଖାଇଥାନ୍ତି ସେ। ନୱାଜୁଦ୍ଦିନ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଫିଲ୍ମ ମିଳୁ ନ ଥିଲା। ସେ ଅନ୍ୟ କଳାକାରଙ୍କ ପାଇଁ ହିନ୍ଦୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ଏକ ସାକ୍ଷାତକାରରେ ନୱାଜ ଦକ୍ଷିଣ ଭାରତୀୟ ଅଭିନେତା କମଲ ହାସନଙ୍କ ସହ ଏକ ଘଟଣାକୁ ମନେ ପକାଇଥିଲେ। ୨୦୦୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ହେ ରାମରେ ସେ କମଲଙ୍କ ସହ କାମ କରିଥିଲେ। ଯଦିଓ ସେ ଏହି ଫିଲ୍ମରେ ଅଭିନୟ କରିପାରି ନ ଥିଲେ କିନ୍ତୁ ସେ କମଲ ହାସନଙ୍କ ହିନ୍ଦୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଏଭଳି ପରିସ୍ଥିତିରେ ସେ ତାଙ୍କ ସହ ବହୁତ ସମୟ ବିତାଇବାକୁ ସୁଯୋଗ ପାଇଲେ। ସେହି ଫିଲ୍ମରେରେ କମଲ ତାଙ୍କୁ ଏକ ଛୋଟ ଭୂମିକା ମଧ୍ୟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ଫିଲ୍ମରେ ତାଙ୍କୁ ପୀଡିତାଙ୍କ ଭୂମିକା ଦିଆଯାଇଥିଲା। ପୀଡିତ ଜଣଙ୍କୁ କମଲ ହାସନଙ୍କୁ ବଞ୍ଚାଇବାର ଦାୟିତ୍ୱ ଦିଆଯାଇଥିଲା। ନୱାଜ ସେହି ଭୂମିକା ପାଇ ବହୁତ ଖୁସି ଥିଲେ। ପରେ କିନ୍ତୁ ନ ପଚାରି ଫିଲ୍ମରୁ ତାଙ୍କ ଭୂମିକାକୁ ହଟାଇ ଦିଆଯାଇଥିଲା। ଏହା ଜାଣିବା ପରେ ନଓ୍ବାଜ୍‌ ଆଶ୍ଚର୍ଯ୍ୟ ହେବା ସହ ଭୋ ଭୋ ହୋଇ କାନ୍ଦିଥିଲେ। ତାଙ୍କ ହୃଦୟ ସେଦିନ ଭାଙ୍ଗି ଯାଇଥିଲା ବୋଲି ନଓ୍ବାଜ୍‌ କହିଥିଲେ।

Share