ନବନୀତ ଫେରିଲେ

Dillip Cherian

ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ନବନୀତ କୁମାର ସେହଗଲଙ୍କୁ ପ୍ରସାର ଭାରତୀ ବୋର୍ଡର ଚେୟାରମ୍ୟାନ ଭାବରେ ନିଯୁକ୍ତ କରାଯାଇଛି। ଏ.ସୂର୍ଯ୍ୟ ପ୍ରକାଶଙ୍କ ସେବା ନିବୃତ୍ତି ପରେ ୪ବର୍ଷରୁ ଅଧିକ ସମୟ ଧରି ଏହି ପଦବୀ ଖାଲି ରହିଥିଲା। ଏହା ନିଃସନ୍ଦେହ ଯେ ସେହଗଲ ଉତ୍ତରପ୍ରଦେଶରେ ଉଚ୍ଚ ପଦବୀରେ କାର୍ଯ୍ୟକରି ଅନେକ ଅଭିଜ୍ଞତା ହାସଲ କରିଛନ୍ତି । ୨୦୨୩ରେ ଅବସର ନେବା ପୂର୍ବରୁ ସେ କ୍ରୀଡ଼ା ଏବଂ ଯୁବ ବିଭାଗର ମୁଖ୍ୟ ସଚିବ ଥିଲେ। କିନ୍ତୁ ମିଡିଆ ପରିଚାଳନାରେ ଦକ୍ଷତା, ୟୁପିର ବିଶ୍ୱ ନିବେଶକ ସମ୍ମିଳନୀ ତଥା ନଏଡାର ସମ୍ମାନଜନକ ମୋଟୋ ଜିପି ଆୟୋଜନରେ ସେହଗଲଙ୍କ ଭୂମିକା ମଧ୍ୟ ଜଣାଶୁଣା। କିନ୍ତୁ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରକୁ ଦୀର୍ଘଦିନ ଅଣଦେଖା କରାଯିବା ପରେ ଏବେ ତାଙ୍କର ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ ହୋଇଛି । ପୁଣି ତାଙ୍କ କ୍ୟାରିୟରକୁ ସ୍ବୀକୃତି ମିଳିଛି। ୟୁପିର ଅନ୍ୟତମ ପ୍ରଭାବଶାଳୀ ଅଧିକାରୀ ଏବଂ ଯୋଗୀ ଆଦିତ୍ୟନାଥଙ୍କ ସହ ଜଡ଼ିତ ୯ଜଣ ଆଇଏଏସ୍‌ ଅଧିକାରୀଙ୍କ ଦଳ ‘ଟିମ୍‌ ୯’ର ଜଣେ ସଦସ୍ୟ ଭାବରେ ସେହଗଲଙ୍କୁ ବିବେଚନା କରାଯାଉଥିଲା। କିନ୍ତୁ ଅବସର ନେବା ପରେ ଉତ୍ତରପ୍ରଦେଶ ସରକାର ସେହଗଲଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇ ନ ଥିଲା। ଯୋଗୀଙ୍କ ସହ ତାଙ୍କର ବିବାଦ ଥିଲା ବୋଲି ଜଣାପଡ଼ୁଥିଲା। କିନ୍ତୁ ପର୍ଯ୍ୟବେକ୍ଷକମାନଙ୍କ ମତରେ ଯୋଗୀଙ୍କ ବିଶ୍ୱସ୍ତ ତାଲିକାରେ ଥିବା ସେହଗଲଙ୍କ ଉପରେ ବର୍ତ୍ତମାନ ମୋଦି ସରକାରଙ୍କ କୃପାଦୃଷ୍ଟି ପଡ଼ିଛି। ୟୁପି ସରକାରଙ୍କ ପାଇଁ ସମସ୍ୟା ନିବାରକ ଭାବେ ରହିଆସିଥିବା ସେହଗଲଙ୍କୁ ବର୍ତ୍ତମାନ ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଜାତୀୟ ନିର୍ବାଚନ ସମୟରେ ମୋଦିଙ୍କ ମିଡିଆ ପରିଚାଳନାରେ ବିଶେଷ ଯୋଗଦାନ ଦେବାକୁ ଦାୟିତ୍ୱ ଦିଆଯାଇଛି।
ଖାକିରେ ଅସନ୍ତୋଷ
ମଧୁପ କୁମାର ତିୱାରୀ ଦିଲ୍ଲୀର ସ୍ବତନ୍ତ୍ର ପୋଲିସ କମିଶନର (ଆଇନ ଶୃଙ୍ଖଳା) ଭାବେ ଅବସ୍ଥାପିତ ଥିଲାବେଳେ ଫେବୃଆରୀରେ ଚଣ୍ଡିଗଡ଼ ଡିଜି ଭାବେ ତାଙ୍କୁ ବଦଳି କରାଯାଇଥିଲା। ତେବେ ନିର୍ବାଚନ ତାରିଖ ଘୋଷଣ ହେବାର ଦିନ କେଇଟା ପୂର୍ବରୁ ଡି.ସି. ଶ୍ରୀବାସ୍ତବଙ୍କ ସହ ତାଙ୍କ ବଦଳି ଆଦେଶକୁ ପୁନର୍ବାର ପରିବର୍ତ୍ତନ କରାଯାଇଛି। ଏଭଳି ଆକସ୍ମିକ ଅଦଳବଦଳର କାରଣକୁ ନେଇ ପର୍ଯ୍ୟବେକ୍ଷକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଦିଲ୍ଲୀରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ଡିଜିପି ଭାବେ ବଦଳି କରାଯାଇଥିବା ସୁରେନ୍ଦ୍ର ଯାଦବଙ୍କୁ ଏବେ ଚଣ୍ଡିଗଡ଼ର ନୂତନ ଡିଜିପି ଭାବେ ନିଯୁକ୍ତ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ, ତିୱାରୀଙ୍କୁ ଦିଲ୍ଲୀରୁ ଚଣ୍ଡିଗଡ଼କୁ ବଦଳି କରାଯିବା ପରେ ଏହାକୁ ବିରୋଧ କରି ସେ ଯୁକ୍ତି ବାଢ଼ିଥିଲେ ଯେ ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବାରେ ତାଙ୍କର ଆବଶ୍ୟକତା ରହିଛି ଓ ଏହି ବଦଳିକୁ ରୋକାଯିବା ଦରକାର। ରିପୋର୍ଟ ମୁତାବକ, ତାଙ୍କର ଆବେଦନ ସଫଳ ହେବା ସହ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବାକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି। ସରକାର ତାଙ୍କ ନିଷ୍ପତ୍ତି ବଦଳାଇବା ପଛରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ତ୍ରୁଟିପୂର୍ଣ୍ଣ ପରିଚାଳନା ଏବଂ ଅନିଲ ମାସିହଙ୍କ ଭୂମିକାକୁ ନେଇ ବିବାଦ ଥାଇପାରେ ବୋଲି କିଛି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏହି ସମୟରେ ଅରୁଣାଚଳ ପ୍ରଦେଶର ବର୍ତ୍ତମାନର ଡିଜି ଦେବେଶ ଶ୍ରୀବାସ୍ତବ, ଯାହାଙ୍କୁ ପୂର୍ବ ବିଜ୍ଞପ୍ତିରେ ଦିଲ୍ଲୀ ପୋଲିସକୁ ବଦଳି ପାଇଁ ଚୟନ କରାଯାଇଥିଲା, ସାମୟିକ ହୋଇଥିଲେ ମଧ୍ୟ ତାଙ୍କ ଦିଲ୍ଲୀ ପୋଷ୍ଟିଂ ସ୍ଥଗିତ ରହିିଛି। ଏଭଳି ଆକସ୍ମିକ ବଦଳିଗୁଡ଼ିକ ବିଶେଷକରି ନିର୍ବାଚନ ସମୟରେ ଖାକିରେ କିଛି ଅସନ୍ତୋଷ ସୃଷ୍ଟି କରିଛି।
ଦୀର୍ଘ ନ୍ୟାୟିକ ଲଢ଼େଇ
ନିକଟରେ ସୁପ୍ରିମକୋର୍ଟ ହରିୟାଣା ଆଇଏଏସ୍‌ ଅଧିକାରୀ ଅଶୋକ ଖେମ୍‌କାଙ୍କ ବାର୍ଷିକ ଗୋପନୀୟ ରିପୋର୍ଟ (ଏସିଆର୍‌) ଉପରେ ରାୟ ଦେଇଛନ୍ତି। ତେବେ ଅମଲାତନ୍ତ୍ରୀଙ୍କ ମୂଲ୍ୟାୟନ କିଭଳି ହେବ ଓ ଏହା କରିବାକୁ କାହାର ଅଧିକାର ରହିଛି ତାହାକୁ ନେଇ ବିତର୍କ ସୃଷ୍ଟି ହୋଇଛି। ଖେମ୍‌କାଙ୍କ ହାୟର ଗ୍ରେଡ୍‌ ବା ଉଚ୍ଚ ର଼୍ୟାଙ୍କ୍‌ ବଜାୟ ରଖିବା ଲାଗି ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟକରି ଆଇଏଏସ୍‌ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ଆକଳନ କରିବାକୁ ବିଶେଷ ବୁଝାମଣା ବା ସହଯୋଗର ଆବଶ୍ୟକତା ଉପରେ ଶୀର୍ଷ ଅଦାଲତ ଯୁକ୍ତି ଉପସ୍ଥାପନ କରିଥିଲେ। ୨୦୧୭ରେ ରିପୋର୍ଟିଂ ଅଥରିଟି ଭାବେ ରାଜ୍ୟ ମୁଖ୍ୟ ସଚିବଙ୍କଠାରୁ ହ୍ବିସିଲବ୍ଲୋୟର ଖେମ୍‌କା ମୋଟ ୮.୨୨ ଗ୍ରେଡ୍‌ ପାଇଥିଲେ। ପରେ ସମୀକ୍ଷା ଅଧିକାରୀ ଭାବେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଖେମ୍‌କାଙ୍କ ଗ୍ରେଡ୍‌ ୯.୨୨କୁ ବୃଦ୍ଧି କରିଥିଲେ। କିନ୍ତୁ ଡିସେମ୍ବର ୨୦୧୭ରେ ସ୍ବୀକୃତି ପ୍ରଦାନକାରୀ ଅଧିକାରୀ ଭାବେ ସେତେବେଳର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଖେମ୍‌କାଙ୍କ ଗ୍ରେଡ୍‌ ୯କୁ ହ୍ରାସ କରିବାରୁ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଏହି ନିଷ୍ପତ୍ତି ବିରୋଧରେ ଖେମ୍‌କା ପ୍ରଥମେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌)ରେ ଆବେଦନକରି ପ୍ରତିକୂଳ ମନ୍ତବ୍ୟକୁ ହଟାଇବା ଏବଂ ସମୀକ୍ଷା ଅଧିକାରୀଙ୍କ ଦ୍ୱାରା ଗ୍ରେଡ୍‌ ଏବଂ ଟିପ୍ପଣୀଗୁଡ଼ିକର ପୁନରୁଦ୍ଧାର ପାଇଁ ନିବେଦନ କରିଥିଲେ। କିନ୍ତୁ ସିଏଟି ତାଙ୍କ ଆବେଦନକୁ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ କୋର୍ଟ ସିଏଟିର ନିଷ୍ପତ୍ତିକୁ ରଦ୍ଦକରି ତାଙ୍କ ସପକ୍ଷରେ ରାୟ ଦେଇଥିଲେ ମଧ୍ୟ ଘଟଣା ଏଇଠି ଶେଷ ହେଲା ନାହିଁ। ସୁପ୍ରିମକୋର୍ଟଙ୍କୁ ଶେଷରେ ହସ୍ତକ୍ଷେପ କରିବାକୁ ପଡ଼ିଲା। ଧାର୍ଯ୍ୟ ୬୦ ଦିନ ମଧ୍ୟରେ ଖେମ୍‌କାଙ୍କ ଆବେଦନର ବିଚାର କରିବା ପାଇଁ ସ୍ବୀକୃତି ପ୍ରଦାନକାରୀ ଅଧିକାରୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri