ନଭକାରର ଅଂଶଧନ ହାସଲକଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଅନ୍ୟତମ ଅଗ୍ରଣୀ କମ୍ପାନୀ ଜେଏସ୍‌ଡବ୍ଲ୍ୟୁ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ (ଜେଆଇଏଲ୍‌)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ପୋର୍ଟ ଲଜିଷ୍ଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ନଭକାର କର୍ପୋରେଶନ ଲିମିଟେଡ୍‌ରେ ଥିବା ପ୍ରମୋଟର ଓ ପ୍ରମୋଟର ଗ୍ରୁପ୍‌ର ସିଂହ ଭାଗ(୭୦.୩୭%) ଅଂଶଧନକୁ କମ୍ପାନୀ ହାସଲ କରିଛି। ଏପରିକି ଉଭୟ ସଂସ୍ଥା ମଧ୍ୟରେ ଆବଶ୍ୟକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ସେହିଭଳି ଚିହ୍ନଟ କରାଯାଇଥିବା ସର୍ତ୍ତ ପୂରଣ କରିବା ଏବଂ ବୈଧାନିକ ଅନୁମୋଦନ ହାସଲ ପରେ ଏହି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ନଭକାର ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ ଥିଲାବେଳେ ଉକ୍ତ କମ୍ପାନୀର ଗୋଟିଏ କଣ୍ଟେନର ଫ୍ରେଟ୍‌ ଷ୍ଟେଶନ ଓ ଗତି ଶକ୍ତି କାର୍ଗୋ ଟର୍ମିନାଲ ଓ ଦୁଇଟି ସିଏଫ୍‌ଏସ୍‌ ରହିଛି। ଏହା ସହ ଗୁଜରାଟରେ ଏକ ଇନ୍‌ଲ୍ୟାଣ୍ଡ କଣ୍ଟେନର ଡିପୋ ମଧ୍ୟ ରହିଛି। ଯାହା ମଲ୍‌ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ଏକ ଅଂଶ ଭାବେ ବିବେଚିତ ହେଉଛି। ଏପରିକି ନଭକାର କାଟେଗୋରି-୧ ଏବଂ କାଟେଗୋରି-୨ର କଣ୍ଟେନର ଟ୍ରେନ୍‌ ଅପରେଟର ଲାଇସେନ୍ସ ରହିଛି। ନଭକାର ମହାରାଷ୍ଟ୍ର ଏବଂ ଗୁଜରାଟ ରାଜ୍ୟର ଶିଳ୍ପାଞ୍ଚଳରେ ସୁବିଧାସୁଯୋଗ ସହ ପଶ୍ଚିମ ଭାରତରେ ଉପସ୍ଥିତି ଜାହିର କରିଛି ଏବଂ ଏହାର ରେଳଦକ୍ଷତାକୁ ବ୍ୟବହାରକରି କମ୍ପାନୀ ସର୍ବଭାରତୀୟସ୍ତରରେ ତା’ର ସେବା ନେଟ୍‌ୱର୍କର ବିସ୍ତାର କରୁଛି। ବିଶେଷକରି ବନ୍ଦର ଏବଂ ଆନୁଷଙ୍ଗିକ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ହାସଲ କରିବା ପାଇଁ କମ୍ପାନୀର ରଣନୀତି ସହିତ ଏହି ଅଧିଗ୍ରହଣ ସମନ୍ବିତ କାର୍ଯ୍ୟକ୍ରମ ସହିତ ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ମୂଲ୍ୟଯୁକ୍ତ ସେବାରେ କମ୍ପାନୀ ପ୍ରବେଶ କରିବ। ଏହା ଫଳରେ ବ୍ୟବସାୟ ବଢ଼ାଇବା ଓ ଗ୍ରାହକମାନଙ୍କୁ ଉନ୍ନତ ବନ୍ଦର ସଂଯୋଗ ଏବଂ ସୁବ୍ୟବସ୍ଥିତ ଯୋଗାଣ ଶୃଙ୍ଖଳା ସମାଧାନ ପ୍ରଦାନ କରିବାରେ ସୁବିଧା ପ୍ରଦାନ କରିବ। ଦୂରଦୂରାନ୍ତ ସଂଯୋଗ ପ୍ରଦାନ ପାଇଁ ଏକ ବ୍ୟାପକ ତଥା ପ୍ରଭାବୀ ସର୍ବଭାରତୀୟ ଲଜିଷ୍ଟିକ୍‌ ନେଟ୍‌ୱର୍କ ଗଠନ କରିବା ଲାଗି କମ୍ପାନୀ ଦୀର୍ଘକାଳୀନ ଲକ୍ଷ୍ୟ ପଥରେ ଏହି ଅଧିଗ୍ରହଣ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri