ରାଷ୍ଟ୍ର ନିର୍ମାଣରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ହରିଚନ୍ଦନ

ଭୁବନେଶ୍ୱର,୨୯।୬ (ଅଭୟ ଦାଶ): ଦେଶ ହେଉ ବା ପ୍ରଦେଶର ବିକାଶ ପାଇଁ ଠିକ୍‌ ଅର୍ଥ ବ୍ୟବସ୍ଥାର ବଳିଷ୍ଠ ପରିଚାଳନା ଆବଶ୍ୟକ ରହିଛି। ସେହି ଅର୍ଥ ବ୍ୟବସ୍ଥାର ପରିଚାଳନା ଓ ଉଚିତ ହିସାବପତ୍ର ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥାଏ। ଏହାର ଦାୟିତ୍ୱ ବିଶେଷ କରି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ଙ୍କ ଉପରେ ନ୍ୟସ୍ତ ଥିଲାବେଳେ ସେମାନଙ୍କର କଠିନ ପରିଶ୍ରମ ଓ ଗୁଣାତ୍ମକ ହିସାବ ରାଷ୍ଟ୍ର ନିର୍ମାଣରେ ବେଶ୍‌ ସହାୟକ ହୋଇଥାଏ ବୋଲି ୨ଦିନିଆ ଜାତୀୟ ସିଏ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟନ୍ସ ଅଫ୍‌ ଇଣ୍ଡିଆ ବା ଆଇସିଏଆଇର କଟକ ଶାଖା (ଇଆଇଆର୍‌ସି) ପକ୍ଷରୁ ୨ଦିନିଆ ଜାତୀୟ ସିଏ ସମ୍ମିଳନୀ-୨୦୨୪ ଶୁକ୍ରବାର ଭୁବନେଶ୍ୱରର ପାହାଳସ୍ଥିତ ହୋଟେଲ ପାଲ୍‌ହାଇଟ ମନ୍ତ୍ରାଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆଇନମନ୍ତ୍ରୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଆଇଓସିଏଲ୍‌ର ନିର୍ଦ୍ଦେଶକ (ଅର୍ଥ) ସିଏ ଅନୁଜ ଜୈନଙ୍କ ସମେତ ଆଇସିଏଆଇର ସଭାପତି ସିଏ ରଞ୍ଜିତ କୁମାର ଅଗ୍ରଓ୍ବାଲ,ପିଡି ସିଏ ସୁଶୀଲ କୁମାର ଗୋଏଲ, ଅଧ୍ୟକ୍ଷ (ଇଆଇଆର୍‌ସି) ସିଏ ସଞ୍ଜୀବ ସାଂଘୀ, ଅଧ୍ୟକ୍ଷ କଟକ ଶାଖା ସିଏ ରତ୍ନା ରଚିତା ମହାନ୍ତି, ଅଧ୍ୟକ୍ଷ ଓସି ସିଏ ସୌର୍ଯ୍ୟପ୍ରକାଶ ମହାପାତ୍ର ଏବଂ ସମ୍ପାଦକ କଟକ ଶାଖା ସିଏ ଶିବା ଅଗ୍ରଓ୍ବାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆଇସିଏଆଇର ଅଧ୍ୟକ୍ଷ କଟକ ଶାଖା ସିଏ ରତ୍ନା ରଚିତା ମହାନ୍ତି ସ୍ବାଗତ ଅଭିଭାଷଣ ପ୍ରଦାନ ସହ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ଅପରପକ୍ଷରେ ଆଇସିଏଆଇର ସଭାପତି ସିଏ ରଞ୍ଜିତ କୁମାର ଅଗ୍ରଓ୍ବାଲ ବର୍ତ୍ତମାନ ପରିସ୍ଥିତିରେ ସିଏମାନଙ୍କର ଦାୟିତ୍ୱ ଓ ଗୁଣାତ୍ମକ ସେବା ଏବଂ କଠିନ ପରିଶ୍ରମ ବିଷୟରେ ବିସ୍ତୃତ ଆଲୋଚନା ସହ ସେମାନଙ୍କର ଗୁରୁଦାୟିତ୍ୱ ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ସେହିଭଳି ମନ୍ତ୍ରୀ ହରିଚନ୍ଦନ ରାଜ୍ୟର ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ମତବ୍ୟକ୍ତ କରିବା ସହିତ ରାଜ୍ୟର ବିକାଶ ପାଇଁ ସିଏମାନଙ୍କର ସହଯୋଗ ଲୋଡ଼ିଥିଲେ। ଏପରିକି ସାରା ଦେଶରେ ପ୍ରାୟ ୨ଲକ୍ଷରୁ ଅଧିକ ସିଏ ଏବଂ ୪ଲକ୍ଷରୁ ଊର୍ଦ୍ଧ୍ୱ ସିଏ ଛାତ୍ରୀଛାତ୍ର ବିଭିନ୍ନ ଶାଖାରେ ଅଧ୍ୟୟନ କରୁଥିବା ମନ୍ତ୍ରୀ ମତପ୍ରକାଶ କରିଥିଲେ। ସେହିପରି ସମ୍ମିଳନୀର ପ୍ରଥମ ଦିନରେ ୩ଟି ଟେକ୍ନିକାଲ ସେସନ ଜିଏସ୍‌ଟି, ଏଆଇ ଏବଂ କର୍ପୋରେଟ ଲ ଉପରେ ଅଭିଜ୍ଞ ସିଏ ବିଶେଷଜ୍ଞମାନଙ୍କୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୬୦୦ ସିଏ ଓ ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?