ନବୀନଙ୍କ ରାଜନୈତିକ ତୀର୍ଥଯାତ୍ରା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ନେଇ ଏବେ ଚାରିଆଡ଼େ ଆଲୋଚନା। ସୋମବାର ସେ ନୂଆଦିଲ୍ଲୀରୁ ଇଟାଲି ଅଭିମୁଖେ ଯାତ୍ରାକରି ଭାଟିକାନ୍‌ ସିଟିରେ କ୍ୟାଥଲିକ୍‌ଙ୍କ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି)ର ନିମନ୍ତ୍ରଣକ୍ରମେ ରୋମ୍‌ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶାର ଖାଦ୍ୟ ନିରାପତ୍ତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବେ ବୋଲି କୁହାଯାଉଛି। ଏହା ପରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତରେ ଯାଇ ‘ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌’ରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୨ରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଲଣ୍ଡନ ଯାଇଥିଲେ। ତେବେ ତତ୍କାଳୀନ ଘନିଷ୍ଠ ସହଯୋଗୀ ପ୍ୟାରୀମୋହନ ମହାପାତ୍ରଙ୍କ ମିଲିଟାରୀ କୁ’ ଭଳି ମିଡ୍‌ନାଇଟ୍‌ କୁ’ ବିଷୟରେ ଜାଣିବାକୁ ପାଇଥିଲେ। ଲଣ୍ଡନରେ ବସି ଟେଲିଫୋନ୍‌ ଯୋଗେ ସମର୍ଥକମାନଙ୍କୁ କାର୍ଯ୍ୟରେ ଲଗାଇ ପ୍ୟାରୀଙ୍କ ଷଡ଼ଯନ୍ତ୍ରକୁ ବିଫଳ କରାଇ ଦେଇଥିଲେ। ଏଥିସହିତ ଗସ୍ତ କାର୍ଯ୍ୟକ୍ରମକୁ କାଟ୍‌ଛାଣ୍ଟ କରି ଓଡ଼ିଶା ଫେରିଆସିଥିଲେ। ତା’ପରେ ପ୍ୟାରୀଙ୍କୁ ଦଳରୁ ବିତାଡ଼ିତ କରାଯାଇଥିଲା। ଅନେକେ ଭାବୁଥିଲେ ପ୍ୟାରୀଙ୍କ ଅନୁପସ୍ଥିତିରେ ବିଜୁ ଜନତା ଦଳ ନିର୍ବାଚନରେ ଆଶାନୁରୂପ ସଫଳତା ପାଇବ ନାହିଁ। କିନ୍ତୁ ୨୦୧୪ ନିର୍ବାଚନରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇଥିଲା।
ଏବର ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପଛରେ କ’ଣ ଉଦ୍ଦେଶ୍ୟ ରହିଛି ସମସ୍ତେ ଜାଣିବା ଲାଗି ଇଚ୍ଛୁକ। ବିଶ୍ୱ ବର୍ତ୍ତମାନ ପ୍ରବଳ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଥିସହିତ ଆଭ୍ୟନ୍ତରୀଣ ସାମାଜିକ ବିଭେଦ ଏବଂ ଅଶାନ୍ତ ବାତାବରଣ ଯୋଗୁ ଭାରତ ଅନ୍ତର୍ଜାତୀୟ ପୁଞ୍ଜିନିବେଶକଙ୍କ ପାଇଁ ଆକର୍ଷଣୀୟ ସ୍ଥଳ ହୋଇ ରହିନାହିଁ। ଏଭଳି ପ୍ରଚ୍ଛଦପଟରେ ନବୀନଙ୍କ ଦୁବାଇ ଗସ୍ତରେ ପୁଞ୍ଜିନିବେଶକଙ୍କୁ ଓଡ଼ିଶା ଆଣିବାର ଉଦ୍ଦେଶ୍ୟ କେତେଦୂର ସଫଳ ହେବ, ସେ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଦୁବାଇରୁ ଭାରତକୁ ପୁଞ୍ଜି ଆଣିବା ଅସମ୍ଭବ। ଅନ୍ୟପଟେ ଭାରତରୁ ଦୁବାଇକୁ ଭାରତୀୟ ପୁଞ୍ଜି ଏବଂ ଧନୀ ଭାରତୀୟଙ୍କ ସ୍ରୋତ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଲୋଚନା ହେଉଛି ଯେ, ପୁଞ୍ଜିନିବେଶ ପରିବର୍ତ୍ତେ ନବୀନଙ୍କ ଦୁବାଇ ଗସ୍ତ ପଛରେ ରାଜନୈତିକ ନିବେଶ ରହିଛି। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଭାଜପା ନେତାଙ୍କ ଅରୁଚିକର ମନ୍ତବ୍ୟ ପରେ ଆରବୀୟ ଦେଶ ସମେତ ବିଶ୍ୱର ମୁସଲିମ୍‌ ରାଷ୍ଟ୍ରଗୁଡ଼ିକ ଭାରତ ବିରୋଧୀ ପାଲଟିଯାଇଛନ୍ତି। ଏଥିସହିତ ୟୁଏଇର ସଦସ୍ୟ ଏମିରେଟ୍‌ କାତାର ପ୍ରଥମେ ଭାରତ ସରକାରଙ୍କୁ ସମାଲୋଚନା କରିବା ଫଳରେ ବିରୋଧ ବଢ଼ିଥିଲା। ମୋଦି ସରକାରଙ୍କ ବିରୋଧରେ ଏହି ଦେଶଗୁଡ଼ିକ ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏହି ବଦନାମରୁ ବଞ୍ଚତ୍ବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି। ଭାଜପାକୁ ସମର୍ଥନ କରୁଥିବା କେତେକ ସଙ୍ଗଠନ ପକ୍ଷରୁ ଆରବ ଦେଶଗୁଡ଼ିକରେ ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ବିକ୍ଷୋଭ କରିବାର ଡାକରା ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ଦିନ ଓ ସମୟରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ହେତୁ ବୁଝାପଡୁଛି ଯେ, ସରକାରୀସ୍ତରରେ ଏହିଭଳି ଉଗ୍ର ପ୍ରତିକ୍ରିୟାକୁ ନାପସନ୍ଦ କରାଯାଉଛି। ଅତ୍ୟଧିକ ଅନ୍ତର୍ଜାତୀୟ ଚାପରେ ମୋଦି ସରକାର ମଧ୍ୟ ଆଗେଇବାକୁ ଚାହୁଁନାହାନ୍ତି। ଏଭଳି ସନ୍ଧିକ୍ଷଣରେ ନବୀନଙ୍କ ଦ୍ୱାରା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ମୁଖ୍ୟ ଦେଶକୁ ଗସ୍ତ କେବଳ ପୁଞ୍ଜି ଲଗାଣରେ ସୀମିତ ରହିବ ନାହିଁ ବୋଲି ବିଶ୍ୱାସ କରାଯାଉଛି।
ଏଠାରେ ମନେପଡ଼େ ୨୦୦୮ ମସିହା କଥା। କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରାଯିବା ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା। ସେତେବେଳେ ରାଜ୍ୟରେ ବିଜେଡି ଓ ଭାଜପା ମିଳିତ ସରକାର ଚାଲିଥିଲା। ଭାଜପା ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ନବୀନ ଦେଇଥିବା ମନ୍ତବ୍ୟ ସେହି ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ସେ କହିଥିଲେ- ତାଙ୍କ ଶରୀରର ପ୍ରତ୍ୟେକ ହାଡ଼ ଧର୍ମନିରପେକ୍ଷ। ଏଭଳି ମନ୍ତବ୍ୟ ପରେ ଓଡ଼ିଶାର ମିଳିତ ସରକାରର ଭବିଷ୍ୟତ ନେଇ ରାଜନୈତିକ ପଣ୍ଡିତମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ହେଲେ ଖେଳ ଓଲଟା ହେଲା। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ଭାଜପାର ହାତ ଛାଡ଼ି ଏକାକୀ ଲଢ଼ି ବର୍ଦ୍ଧିତ ସଂଖ୍ୟା ନେଇ ସରକାର ଗଢ଼ିଲେ।
ଏପଟେ କ୍ୟାଥଲିକ୍‌ ଖ୍ରୀଷ୍ଟିଆନ୍‌ଙ୍କ ଶୀର୍ଷସ୍ଥାନ ଭାଟିକାନ୍‌ ସିଟି ଗସ୍ତ ଓ ସେପଟେ ମୁସ୍‌ଲିମ୍‌ ଦେଶ ଦୁବାଇ ଗସ୍ତ କରି ନବୀନ ଆସନ୍ତା ଦିନରେ ରାଜନୀତିର ମୋଡ ଦର୍ଶାଇ ଥାଇପାରନ୍ତି। ଭାରତର ଅଧିକାଂଶ ଗଣମାଧ୍ୟମରେ ପ୍ରକାଶିତ ମନ୍ତବ୍ୟରେ କୁହାଯାଉଛି ଯେ, ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ନବୀନଙ୍କ ବିଜୁ ଜନତା ଦଳ ସମର୍ଥନ କରିବ। ତାହାଦ୍ୱାରା ନବୀନଙ୍କ ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ଆଞ୍ଚ ଆସିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ। ହୁଏତ ସେଥିପାଇଁ ଉଭୟ ଖ୍ରୀଷ୍ଟିଆନ ଏବଂ ମୁସଲ୍‌ମାନ ଦେଶକୁ ତୀର୍ଥ କରି ନବୀନ ତାଙ୍କର ଭବିଷ୍ୟତ ରାଜନୈତିକ ପଥକୁ ସୁଦୃଢ଼ କରୁଥାଇପାରନ୍ତି। ଏପଟେ ନିଜ ରାଜ୍ୟରେ ସବୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରାଚୀନ ହିନ୍ଦୁ ମନ୍ଦିରର ଉନ୍ନତୀକରଣ ଦ୍ୱାରା ଭାଜପାର ହିନ୍ଦୁତ୍ୱକୁ ମଧ୍ୟ ସୀମିତ କରି ରଖିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri