ନବୀନଙ୍କୁ ଘାରିଛି ବିଜେଡି ଚିନ୍ତା! ଏକଜୁଟ୍ ରହିବାକୁ ଦଳୀୟ କର୍ମୀଙ୍କୁ ଦେଲେ ଆହ୍ୱାନ

ଭୁବନେଶ୍ୱର,୨୩।୬: ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ବରିଷ୍ଠ ନେତା ଏବଂ ବିଭିନ୍ନ ଅଞ୍ଚଳର କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ କରି ସମୀକ୍ଷା କରୁଛନ୍ତି ବିଜୁ ଜନତା ଦଳର ମୁଖିଆ ନଵୀନ ପଟ୍ଟନାୟକ। ଏହି କ୍ରମରେ ଶନିବାର କିଛି କାର୍ଯ୍ୟକର୍ତାଙ୍କୁ ସାକ୍ଷାତ କରି ନବୀନ ସେମାନଙ୍କୁ ଦଳର ଆଗାମୀ ରଣନୀତି ନେଇ ଗୁରୁ ଜ୍ଞାନ ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି ”ରାଜ୍ୟରେ ଭାଜପା ସରକାରରେ ୨ରୁ ୩ଟି ବିଧାୟକ ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି। କେନ୍ଦ୍ରରେ ମଧ୍ୟ ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।” ତେବେ ନବୀଙ୍କ ଏହି ମନ୍ତବ୍ୟ ପରେ ବିଜେଡି ଭାଙ୍ଗିଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଦଳୀୟ ନେତାଙ୍କ ମଧ୍ୟରେ ଜୋରଦାର କନ୍ଦଳ ଚାଲିଛି। ତେଣୁ ନବୀନଙ୍କୁ ଦଳରେ ଏକତା ଭାଙ୍ଗିବା ଭୟ ଘାରିଛି ଥିବା କୁହାଯାଉଛି। ଏଥର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି । ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଏଦିଗକୁ ଅଧିକ ଇଙ୍ଗିତ କରିଛି।

ଗତ ନିର୍ବାଚନରେ ଦଳ ବିଧ୍ୟାନସଭାରେ ମୋଟ ୫୧ ଆସନରେ ବିଜୟୀ ହୋଇଥିଲା ବେଳେ ଲୋକ ସଭାରେ ଗୋଟିଏ ହେଲେ ଆସନ ଜିତି ପରି ନଥିଲା। ଦଳର ବଡ଼ ବଡ଼ ନେତା ନବାଗତାଙ୍କ ଠାରୁ ଅନେକ ସ୍ଥାନରେ ପରାଜୟର ସାମ୍ନା କରିଥିଲେ। ଏପରିକି ନବୀନ ମଧ୍ୟ କଣ୍ଟାବାଞ୍ଜି ଆସନରୁ ପରାଜୟର ସାମ୍ନା କରିଥିଲେ। କିନ୍ତୁ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ବିଜୟୀ ହୋଇଥିଲେ। ସେହିପରି ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକ ସଭା ଆସନରୁ ପରାଜିତ ହୋଇଥିଲା ବେଳେ କୋରେଇ ବିଧାନସବହ ଆସନରେ ତାଙ୍କର ମା’ ସନ୍ଧ୍ୟାରାଣୀ ଦାସ ଭାଜପା ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri