ଭୁବନେଶ୍ୱର, ୧୩।୭: ପ୍ରଭାତ ବିଶ୍ୱାଳଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ପ୍ରଭାତଙ୍କୁ ବିଶ୍ୱାସଘାତକ କହି ଟାର୍ଗେଟ୍ କରିଛନ୍ତି। ଚୌଦ୍ବାର ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କହିଛନ୍ତି ନବୀନ। ନବୀନ କହିଛନ୍ତି, ପ୍ରଭାତ ଜେଲ ଯାଇଥିଲେ ତା’ ପରେ ବି ମୁଁ ତାଙ୍କ ପୁଅକୁ ଟିକେଟ ଦେଲି।କିନ୍ତୁ ପ୍ରଭାତ ଓ ତାଙ୍କ ପୁଅ ବିଶ୍ୱାସଘାତକ କଲେ । ସେପଟେ ନବୀନଙ୍କ ଆରୋପର ପ୍ରଭାତ ବିଶ୍ବାଳ ଜବାବ ରଖିଛନ୍ତି । ପ୍ରଭାତ କହିଛନ୍ତି, ‘ମୁଁ ବିଶ୍ବାସଘାତକତା କରିନି, ଦଳ ପାଇଁ ବହୁତ କାମ କରିଛି। ‘ଦଳ ମୋ ସହ ବିଶ୍ବାସଘାତକତା କରିଛି, ମୋ ପଛରୁ ଛୁରି ମାରିଛି। ନବୀନ ବାବୁ କିଛି ବୁଝନ୍ତିନି, କୁଚକ୍ରୀ ଗୋଷ୍ଠୀ ଦ୍ବାରା ପରିଚାଳିତ। ଟିକେଟ ଦେଇ ହରାଇବାକୁ ଚେଷ୍ଟା କରାଯାଇଛି।