ପ୍ରଥମଥର ଭିଡିଓ ଜାରି କରି ମୋଦିଙ୍କ ବିରୋଧରେ ଗର୍ଜିଲେ ନବୀନ, କହିଦେଲେ ଏମିତି…

ନୂଆଦିଲ୍ଲୀ,୨୨।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି (JAC)ର ପ୍ରଥମ ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଅଧ୍ୟକ୍ଷତା କରି, ଏମ.କେ. ଷ୍ଟାଲିନ କହିଛନ୍ତି ଯେ ନିରପେକ୍ଷ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି ବୈଠକରେ ଆମ ସହିତ ଯୋଗ ଦେଇଥିବା କେରଳ, କର୍ନାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ନେତାମାନଙ୍କୁ ମୁଁ ହୃଦୟର ସହିତ ସ୍ବାଗତ କରୁଛି। ଆମେ ସୀମା ର୍ନିଦ୍ଧାରଣ ବିରୋଧରେ ନୁହଁ, ଆମେ ନିରପେକ୍ଷ ସୀମା ର୍ନିଦ୍ଧାରଣର ସପକ୍ଷରେ। କର୍ତ୍ତୃତ୍ୱ ପ୍ରତିଷ୍ଠା ପାଇଁ ନିରନ୍ତର ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Naveen Patnaik at JAC: ତେବେ ଡିଲିମିଟେସନକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ସଭାପତି Naveen Patnaik। ଜନସଂଖ୍ୟା ଆଧାରରେ ସୀମା ର୍ନିଦ୍ଧାରଣକୁ ବିରୋଧ କରିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ନୀବନ । ଜନସଂଖ୍ୟା ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓଡିଶା ଭଳି ରାଜ୍ୟ ପାଇଁ ଏହା ଅନ୍ୟାୟ ବୋଲି କହିଛନ୍ତି ନବୀନ ।

ଏନେଇ Naveen Patnaik କହିଛନ୍ତି, ଦେଶର ବିକାଶରେ ଜନସଂଖ୍ୟା ନିୟନ୍ତ୍ରଣ ଏକ ଗୁରୁତ୍ପୂର୍ଣ୍ଣ ଏଜେଣ୍ଡା । ହେଲେ ସୀମା ର୍ନିଦ୍ଧାରଣରେ ଜନସଂଖ୍ୟା ଏକମାତ୍ର ଆଧାର ହେବା ଅନୁଚିତ। ଜନସଂଖ୍ୟା ଆଧାରରେ ଆସନ ର୍ନିଦ୍ଧାରଣ କରିବା ଜନସଂଖ୍ୟା ହ୍ରାସ ଦିଗରେ କାର୍ଯ୍ୟ କରିଥିବା, ଓଡିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡ଼ିକ ପ୍ରତି ଅନ୍ୟାୟ ହେବ । ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣରେ ଅଗ୍ରଣୀ ଭୂମିକା ନେଇଛି । ଯଦି ସୀମା ର୍ନିଦ୍ଧାରଣରେ ସଂସଦ ଓ ବିଧାନସଭା ସିଟ କମେ, ତାହେଲେ ଓଡ଼ିଶାବାସୀଙ୍କ ସ୍ବାର୍ଥରେ ହାନି ପହଞ୍ଚାଇବ । କେନ୍ଦ୍ର ସରକାର ଏନେଇ ସବୁ ରାଜନୈତିକ ଦଳ ସହ ବୈଠକ କରି ବିସ୍ତୃତ ଆଲୋଚନା କରି ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି ନବୀନ ।ସେପଟେ ନବୀନଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି ଭାଜପା । ନବୀନ ନଈ ନଦେଖୁଣୁ ଲଙ୍ଗଳା ହେଉଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ଭାଜପା ଏମପି ସୁକାନ୍ତ ପାଣିଗ୍ରାହୀ । ସେ କହିଛନ୍ତି, ଭାଜପାକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି ନବୀନ । ଭାଜପା ବିରୋଧରେ ମେଣ୍ଟ କରୁଛନ୍ତି, ହେଲେ ଏହା ପୂର୍ବରୁ ନବୀନ ଆତ୍ମସମୀକ୍ଷା କରିବା ଦରକାର । ଡିଲିମିଟେସନ ପାଇଁ କୌଣସି ଗାଇଡଲାଇନ ଆସିନି । ଡିଲିମିଟେସନ ନିୟମିତ ପ୍ରକ୍ରିୟା, ନବୀନ ନଈ ନ ଦେଖି ଲଙ୍ଗଳା ହେଉଛନ୍ତି । ଏହାଦ୍ବାରା ଓଡ଼ିଶାର କ୍ଷତି ହେବନି, ବରଂ ଲାଭ ହେବ । ବିଜେଡି ଏହାକୁ ବିରୋଧ କରି ଓଡ଼ିଶା ବିରୋଧୀ ପାଲଟୁଛି । ଭାଜପାକୁ ବିରୋଧ କରିବା ପାଇଁ କଂଗ୍ରେସ-ବିଜେଡି ଅଘୋଷିତ ମେଣ୍ଟ କରୁଛନ୍ତି ବୋଲି କହିଛନ୍ତି ସୁକାନ୍ତ ।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡିଏମକେ ନେତୃତ୍ୱରେ ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଛନ୍ତି ଯେଉଁଥିରେ 58ଟି ଦଳ ଗୋଟିଏ ପ୍ରସଙ୍ଗ ପାଇଁ ମତଭେଦକୁ ପାଶୋରି ଅଂଶଗ୍ରହଣ କରିଥିଲେ। ସେ କହିଥିଲେ ଯେ ଏହି ସହମତି ତାମିଲନାଡୁର ଗଣତନ୍ତ୍ର ଏବଂ ନ୍ୟାୟ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଷ୍ଟାଲିନ ଏକ ପୃଥକ ଭିଡିଓ ବାର୍ତ୍ତାରେ ଏହା ମଧ୍ୟ କହିଛନ୍ତି ଯେ ଯଦି ପ୍ରସ୍ତାବିତ ସୀମା ର୍ନିଦ୍ଧାରଣ ଯୋଗୁଁ ତାମିଲନାଡୁ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ସଂସଦରେ ପ୍ରତିନିଧିତ୍ୱ ହରାଇବେ, ତେବେ ଏହା ସଂଘୀୟତାର ମୂଳଦୁଆ ଉପରେ ଆଘାତ କରିବ, ଗଣତନ୍ତ୍ରକୁ ନଷ୍ଟ କରିବ ଏବଂ ଅଧିକାର ସହିତ ସାଲିସ କରିବ।

ତେବେ ଗୋଟିଏ ପଟେ ମୋଦିଙ୍କ ବିରୋଧରେ ଏହି ବୈଠକ ହେଉଥିବାବେଳେ ତାମିଲନାଡୁରେ ବିରୋଧୀ ଭାରତୀୟ ଜନତା ପାର୍ଟି କଳା ପତାକା ଦେଖାଇ ପ୍ରତିବାଦ କରିଥିଲା ଏବଂ ଷ୍ଟାଲିନଙ୍କୁ କର୍ନାଟକ ଏବଂ କେରଳ ସହିତ କାବେରୀ ଏବଂ ମୁଲ୍ଲାପେରିଆର ଜଳ ବଣ୍ଟନ ବିବାଦ ଉପରେ ଏପରି ବୈଠକ ଡାକି ନଥିବା ଅଭିଯୋଗ କରିଥିଲା।

କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ ସେ କୌଣସି ମୂଲ୍ୟରେ ତାଙ୍କ ଆସନ ହ୍ରାସ କରିବାକୁ ଦେବେ ନାହିଁ। ସେ ଦାବି କରିଥିଲେ ଯେ ଦକ୍ଷିଣ ଭାରତ ସର୍ବଦା ଜନଗଣନା ନିୟମ ଏବଂ ପରିବାର ନିୟୋଜନ ନୀତି ବଜାୟ ରଖିଛି, ଏହାକୁ ଏକ ପ୍ରଗତିଶୀଳ ଅଞ୍ଚଳ କରିଛି। ଆର୍ଥିକ ଏବଂ ସାକ୍ଷରତା ଦୃଷ୍ଟିରୁ, ଆମେ ସର୍ବଦା ଆଗକୁ କାମ କରିଛୁ। ଆମେ ସବୁବେଳେ କେବଳ ଆମର ସୱାର୍ଥ ନୁହେଁ, ଜାତୀୟ ସୱାର୍ଥକୁ ସୁରକ୍ଷା ଦେଇଆସିଛୁ।

ମୋଦିଙ୍କ ବିରୋଧରେ ବିଜେଡି କରିବ ବଡ଼ ପ୍ଲାନ। ଇଣ୍ଡିଆ ମେଣ୍ଟ ସହ ମିଶି ଭାଜପା ବିରୋଧରେ ମଇଦାନକୁ ଓହ୍ଲାଇବ ବିଜେଡି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକରେ ଓଡ଼ିଶାରୁ ଉଭୟ ବିଜେଡି ଏବଂ କଂଗ୍ରେସ ଯୋଗଦେଇଛନ୍ତି। ଚେନ୍ନାଇରେ ଆରମ୍ଭ ହୋଇଛି ଡିଲିମିଟେସନ ବୈଠକ। ଏଥିରେ ସାମିଲ ହୋଇଛନ୍ତି ଭାଜପା ବିରୋଧୀ ରାଜନୈତିକ ଦଳ। ବୈଠକରେ ବିଜେଡିର ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା ସାମିଲ ହୋଇଛନ୍ତି। ମୋଦି ବିରୋଧୀ କ୍ୟାମ୍ପରେ ବିଜେଡିର ଯୋଗଦାନକୁ ନେଇ ଚର୍ଚ୍ଚା ଏବେ ଓଡ଼ିଶାରେ ଚହଳ ପକାଇଛି। ତାମିଲନାଡୁରୁ ଉଠିଥିବା ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଏବେ ଦେଶର ଅନେକ ରାଜ୍ୟରେ ପହଞ୍ଚିଛି। ସୀମା ର୍ନିଦ୍ଧାରଣ ଯୋଗୁଁ ସଂସଦରେ ପ୍ରତିନିଧିତ୍ୱ ହରାଇବାର ସମ୍ଭାବନା ଥିବା ରାଜ୍ୟଗୁଡ଼ିକ ଏବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଏହି ଲଢ଼େଇରେ ସାମିଲ ହୋଇଛନ୍ତି।

BJD Join Delimitation Meet: ଆଜି ସୀମା ର୍ନିଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ପ୍ରଥମ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କଂଗ୍ରେସ ସହ ମିଶି ବିଜେଡି ଭାଜପା ବିରୋଧରେ ଆଜି ଆଗାମୀ ଯୁଦ୍ଧ ପାଇଁ ସମରସଜ୍ଜା ଆରମ୍ଭ କରିବ। ତାମିଲନାଡୁ ସରକାର 7ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିମଧ୍ୟରୁ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୋଟିଏ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ବାକି ରାଜ୍ୟର ପ୍ରତିନିଧିମାନେ ଏହି ବଡ଼ ବୈଠକରେ ଯୋଗ ଦେବାକୁ ଯାଉଛନ୍ତି।

BJD Join Delimitation Meet: କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଓଡ଼ିଶା ସମେତ ତାମିଲନାଡୁ, କର୍ନାଟକ, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା କ୍ଷତି ସହିବାକୁ ଥିବା ୮ ରାଜ୍ୟର ପ୍ରତିନିଧି ଚେନ୍ନାଇଠାରେ ପହଞ୍ଚିବା ପରେ ଷ୍ଟାଲିନ୍‌ ଏକ୍ସ’ରେ ଉଲ୍ଲେଖକରିଛନ୍ତି, ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ନେଇ ଚେନ୍ନାଇରେ ହେବାକୁ ଥିବା ପ୍ରଥମ ମିଳିତ କାର୍ଯ୍ୟାନୁଷ୍ଠାନ ବୈଠକକୁ କେରଳ, କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଞ୍ଜାବ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ବାଗତ।

BJD Join Delimitation Meet: ସୀମା ର୍ନିଦ୍ଧାରଣକୁ ବିରୋଧ କରିବା ପାଇଁ ସିଏମ ଷ୍ଟାଲିନଙ୍କ ନେତୃତ୍ୱରେ ଏକ ମିଳିତ କାର୍ଯ୍ୟ କମିଟି ଗଠନ କରାଯାଇଛି। ଏହି କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ସୀମା ର୍ନିଦ୍ଧାରଣ ପ୍ରକ୍ରିୟାକୁ ବନ୍ଦ କରିବା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଏକତା ପ୍ରତିଷ୍ଠା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସର ରୂପରେଖା ପ୍ରସ୍ତୁତ କରିବା।

BJD Join Delimitation Meet: ଗତ ୫ ଦଶନ୍ଧି ଧରି ଦେଶରେ କୌଣସି ସୀମା ର୍ନିଦ୍ଧାରଣ ହୋଇନାହିଁ। ଏହା ୨୦୨୬ ପରେ ନିଶ୍ଚିତ ହେବ ବୋଲି ବିଶ୍ୱାସ କରାଯାଉଛି। ସୀମା ର୍ନିଦ୍ଧାରଣରେ, ଜନସଂଖ୍ୟା ଅନୁସାରେ ଲୋକ ସଭା ଆସନ ବଣ୍ଟନ କରାଯିବ। ଅର୍ଥାତ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଅଧିକ ଆସନ ପାଇବ ଏବଂ କମ ଜନସଂଖ୍ୟା ଥିବା ରାଜ୍ୟ କମ ଆସନ ପାଇବ।

BJD Join Delimitation Meet: ଯଦି ଆମେ ୨୦୧୧ ମସିହାର ଜନସଂଖ୍ୟା ତଥ୍ୟ ଉପରେ ନଜର ପକାଇବା, ତେବେ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଜନସଂଖ୍ୟାରେ ବିପୁଳ ବୃଦ୍ଧି ଘଟିଛି, ଯେତେବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏପରି ପରିସ୍ଥିତିରେ, ଏହା ସ୍ପଷ୍ଟ ଯେ ଉତ୍ତର ଭାରତର ରାଜ୍ୟ ଯେପରିକି ୟୁପି, ବିହାର, ରାଜସ୍ଥାନ, ଏମପିରେ ଲୋକସଭା ଆସନରେ ବଡ଼ ବୃଦ୍ଧି ହେବ, ଯେତେବେଳେ ତାମିଲନାଡୁ, କେରଳ, କର୍ନାଟକ, ତେଲେଙ୍ଗାନା ଭଳି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ସଂସଦରେ ହ୍ରାସ ପାଇବ। ଏହି କାରଣରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହି ପ୍ରସଙ୍ଗରେ କେନ୍ଦ୍ର ସହିତ ମୁହାଁମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

କାଲି ତାମିଲନାଡୁରେ ହେବନି ଶପଥ ସମାରୋହ! ଟିଭିକେକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିଲେ ରାଜ୍ୟପାଳ

ଚେନ୍ନାଇ,୬ା୫: ତାମିଲନାଡୁରେ ଗୁରୁବାର ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇପାରେ । ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ଟ୍ରି କାଝଗମ୍‌ (ଟିଭିକେ) ତାମିଲନାଡୁରେ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୧୦ ବେଳକୁ ହେବ….

ଭୁବନେଶ୍ବର,୬ା୫: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏକ ମଡେଲ୍ ଅନୁଯାୟୀ ୧୦ରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri