Posted inରାଜ୍ୟ

ଇଣ୍ଡିଆ ମେଣ୍ଟର ସ୍ବରରେ ସ୍ବର ମିଶାଇଲା BJD? ପରାଜୟର ୬ ମାସ ପରେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଲେ ନବୀନ

ଭୁବନେଶ୍ୱର,୨୮।୧୨: ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍‌ ଅର୍ଥାତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ ଉପରେ ପ୍ରଶ୍ନ ଉଠିଥିଲା। କଂଗ୍ରେସଠାରୁ ଆରମ୍ଭ କରି ଏନ୍‌ସିପି, ଶିବସେନା ଆଦି ଦଳ ବାଲାଟ ପେପର୍‌ରେ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ। ବିରୋଧୀ ଦଳ ମଧ୍ୟରେ ଏବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ନେତା ନବୀନ ପଟ୍ଟନାୟକ ନିର୍ବାଚନର ୬ ମାସ ପରେ ଇଭିଏମ୍‌ ଏବଂ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଜେଡି ଡିସେମ୍ବର ୨୪ରେ ନିର୍ବାଚନ କମିଶନଙ୍କ ନିକଟରେ ଏକ ଯାଚିକା ରଖିଛି। ଏଥିରେ ଦଳ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଏହାସାଙ୍ଗରେ ହେବାର ଅସଂଗତି ବିଷୟରେ ଉଲ୍ଲେଖ କରିଛି, ଯେଉଁଥିପାଇଁ ବିଜେଡିକୁ ଭାଜପାଠାରୁ ପରାଜିତ ହେବାକୁ ପଡ଼ିଥିଲା।

ନିର୍ବାଚନୀ ଅସଂଙ୍ଗତି ନିଶ୍ଚିତ ଭାବେ ଦଳର ପରାଜୟର କାରଣ ପାଲଟିଛି। ଏହି ମାମଲାର ସାବଧାନତାପୂର୍ବକ ଯାଞ୍ଚ କରିବା ନେଇ ନିକଟରେ ନବୀନ କହିଛନ୍ତି। ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଇଭିଏମ୍‌ ହଟାଇ ବାଲାଟ ପେପରରେ ନିର୍ବାଚନ କରାଇବା ଦାବି କରୁଥିବା ବେଳେ ଏବେ ନବୀନ ସମାନ ପ୍ରସଙ୍ଗ ଉଠାଇଛନ୍ତି। ଯଦି ବାଲାଟ ପେପର ଫେରେ ତେବେ ବିଜେଡି ତାହାକୁ ସମର୍ଥନ କରିବ ବୋଲି ସେ କହିଛନ୍ତି।

ତେବେ ବିଜେଡି ଦାବି କରିଛି ଯେ ନିର୍ବାଚନ ଆୟୋଗକୁ ଯେଉଁ ଯାଚିକା ଦିଆଯାଇଛି ସେଥିରେ ଅସଂଗତିକୁ ସ୍ପଷ୍ଟ କରିଥିବା ପ୍ରାୟ ୨୦୦ ପୃଷ୍ଠାର ତଥ୍ୟ ରହିଛି। ଏଥିରେ ଦଳ ୩ ପ୍ରମୁଖ ସମସ୍ୟା ଉଠାଇଛି। ବୁଥ୍‌ ସ୍ତରରେ ପଡ଼ିଥିବା ଭୋଟ ଏବଂ ଇଭିଏମ୍‌ରେ ଆସିଥିବା ଭୋଟରେ ପ୍ରାର୍ଥକ୍ୟ, ଏକାସହ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଭୋଟଗ୍ରହଣ ହୋଇଥିଲେ ହେଁ ଭୋଟରେ ପ୍ରାର୍ଥକ୍ୟ, ମତଦାନ ଦିନ ନିର୍ବାଚନ କମିଶନଙ୍କ ଦ୍ୱାରା କୁହାଯାଇଥିବା ଆକଳନ ଏବଂ ୨ ଦିନ ପରେ ଘୋଷଣା କରାଯାଇଥିବା ଅନ୍ତିମ ମତଦାନ ରିପୋର୍ଟରେ ବହୁତ ବଡ଼ ପ୍ରାର୍ଥକ୍ୟ ଥିବା ସେଥିରେ ଉଲ୍ଲେଖ କରାଯାଇଛି।

ବିଜେଡି ନେତା ଏବଂ ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନାରେ କହିଛନ୍ତି, ରିଟର୍ନି ଅଫିସର ଦ୍ୱାରା ଗଣାଯାଇଥିବା ଭୋଟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ଭୋଟର ରିପୋର୍ଟରୁ ଅଲଗା ହୋଇ ପାରିବ ନାହିଁ, ବିଶେଷକରି ସେତେବେଳେ ଯେବେ ଇଭିଏମ୍‌ର ବ୍ୟବହାର କରାଯାଇଥାଏ। ହେଲେ ଏହି ପ୍ରାର୍ଥକ୍ୟ ଏତେ ରହିଛି ଯେ ସମ୍ଭବତଃ ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପଡ଼ିପାରେ। ଏହି ପ୍ରାର୍ଥକ୍ୟ ହିଁ ନିର୍ବାଚନୀ ପ୍ରକ୍ରିୟାର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଉଛି ବୋଲି ସେ କହିଛନ୍ତି।

୬ ମାସ ପରେ ଦଳ ଉଠାଇଥିବା ପ୍ରଶ୍ନକୁ ନେଇ ଅମର କହିଛନ୍ତି, ଦଳ ତଥ୍ୟକୁ ଏକତ୍ର କରିବାକୁ ଅଧିକ ସମୟ ନେଲା। ବିନା କୌଣସି ତଥ୍ୟରେ ଅଭିଯୋଗ କରିବାକୁ ଦଳ ଚାହୁଁ ନ ଥିଲା। ତଥ୍ୟ ଏକତ୍ର କଲୁ, ନିର୍ବାଚନ କମିଶନଙ୍କ ନିକଟକୁ ଯିବା ପୂର୍ବରୁ ଆଇନଗତ ପରାମର୍ଶ ନେଲୁ, ଯେଉଁଥିଲାଗି ସମୟ ଲାଗିଲା। େବେ ଗତ ୩ ମାସ ମଧ୍ୟରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଜିଲାପାଳ ବିଜେଡି ପ୍ରାର୍ଥୀଙ୍କ ଫର୍ମ ୧୭ସିର ସମସ୍ତ ପତ୍ରିକା ଦେଇ ନାହାନ୍ତି। ଆମ ନିକଟରେ ଯେଉଁ ଫର୍ମ ରହିଥିଲା, ସେଥିରୁ ଡାଟା ଏକତ୍ର କରାଯାଇଛି। ପରେ ଜିଲାପାଳ କହିଥିଲେ ଯେ ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନଙ୍କ ସହ ପରାମର୍ଶ ପରେ ଅନ୍ୟ ପୃଷ୍ଠାଗୁଡ଼ିକ ଉପଲବ୍ଧ କରାଯିବ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?