ଭୁବନେଶ୍ୱର,୩୦।୪: କେନ୍ଦୁଝର କଙ୍କାଳ ଘଟଣାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ନବୀନ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ୨୦୦୦ ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଛି । ସୀମା ନିର୍ଦ୍ଧାରଣ ବିଲ ରାଜ୍ୟର ରାଜନୈତିକ ଅଧିକାରୀ କମେଇବ। ମୁଁ ଥିବା ଯାଏ ଓଡ଼ିଶାବାସୀ ହକ୍ରୁ ବଞ୍ଚିତ ହେବେ ନାହିଁ। ମହିଳାଙ୍କ ପାଇଁ ଭାଜପା ବିଧାୟକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଛନ୍ତି।
ସେପଟେ ଗୃହରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଦାନା ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହୋଇଥିଲା। ସେତେବେଳେ ନବୀନ ବାବୁ କ’ଣ କରୁଥିଲେ? ଆଜି କହୁଛନ୍ତି ଭାଜପା ବିଧାୟକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି।