ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ, ସମ୍ପତ୍ତି-ବ୍ୟାଙ୍କ ବାଲାନ୍ସ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୦।୩: ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ(ADR) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି। ଏଡିଆର ଦ୍ୱାରା ଜାରି ୩୦ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗମୋହନ ରେଡ୍ଡୀ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୫୧୦ କୋଟିରୁ ବି ଉର୍ଦ୍ଧ୍ୱ। ଏହାପରେ ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୬୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱ।

ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ପାଖରେ ୬୩ କୋଟି ୬୪ଲକ୍ଷ ୧୫ହଜାର ୨୬୧ ଅସ୍ଥାବର ସମ୍ପତ୍ତି ଥିବାବେଳେ ୨୩ଲକ୍ଷ ୨୬ହଜାର ୫୫୫ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଏହା ବ୍ୟତୀତ ୨୧.୧୭ଲକ୍ଷ ସ୍ବ ଅର୍ଜିତ ଆୟ ରହିଛି। ତେବେ ୨୦୨୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବରଣୀ ଅନୁସାରେ, ୨୦୨୧ ଡିସେମ୍ବରରେ ତାଙ୍କ ପାଖରେ ୬୪.୯୭କୋଟି ଟଙ୍କାର ସମ୍ପତ୍ତି ଥିଲା।

ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀର ଏପିଜି ଅବଦୁଲ କଲାମ ରୋଡ ସ୍ଥିତ ପୈତୃକ ସମ୍ପତ୍ତିରେ ୫୦ପ୍ରତିଶତ ଭାଗିଦାରୀ ଅଛି। ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୪୩.୩୬କୋଟି ଟଙ୍କାରୁ ଅଧିକ। ଏଥିସହ ଭୁବନେଶ୍ୱରର ଏୟାରପୋର୍ଟ ପାଖରେ ଥିବା ନବୀନ ନିବାସରେ ୨ରୁ ୩ଭାଗ ଅଶୀଂଦାର ଅଛି। ଯାହାର ମୂଲ୍ୟ ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ ଟଙ୍କାରୁ ଅଧିକ। ତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୨.୦୯କୋଟି ଟଙ୍କା। ଯେଉଁଥିରେ ନୂଆଦିଲ୍ଲୀର ଏକ ବ୍ୟାଙ୍କରେ ୭୨ଲକ୍ଷ ଟଙ୍କା, ଭୁବନେଶ୍ୱରର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୨୧.୭୧ଲକ୍ଷ ଟଙ୍କା ରହିଛି। ଏଥିସହ ୩.୪୫ ଲକ୍ଷ ଟଙ୍କାର ଅଳଙ୍କାର ଓ ଚାରି ଚକିଆ ଯାନ ମଧ୍ୟ ସାମିଲ ଅଛି। ତେବେ ଏହି ରିପୋର୍ଟ ୨୦୨୩ରେ ଏଡିଆର ପ୍ରକାଶ କରିଥିଲା।

Share