ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ ଦଳ ଏହି ଦାୟିତ୍ୱ ଦେବା ପରେ ତାଙ୍କ ସମର୍ଥକଙ୍କ ମହଲରେ ଉତ୍ସାହ ଦେଖାଯାଇଛି। ସୋମବାର ତାଙ୍କୁ ବହୁ ସମର୍ଥକ ଶୁଭେଚ୍ଛା, ଅଭିନନ୍ଦନ ଜଣାଇଛନ୍ତି। ଏହି ଦାୟିତ୍ୱ ମିଳିବା ପରେ ଜିତୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Dharitri – Odisha’s No.1 Odia Daily


