ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ। ଏଥିପାଇଁ କେତେଜଣ ଏହାକୁ କୌଣସି ନ୍ୟାୟାଳୟ ଆଦେଶର ଉଲ୍ଲଂଘନ ବୋଲି କହୁଥିବା ବେଳେ କେହି ସାମାଜିକ ନ୍ୟାୟର ପରିପନ୍ଥୀ କହୁଛନ୍ତି। କିଛି ବ୍ୟକ୍ତି ଦୀର୍ଘ ବର୍ଷ ସେବା ପାଇଁ ଏହା ସେମାନଙ୍କର ବୈଧାନିକ ଅଧିକାର କହୁଥିବାବେଳେ କେହି ଏହାକୁ ଅବସରପ୍ରାପ୍ତ ବୃଦ୍ଧାବୃଦ୍ଧଙ୍କ ପେଟକୁ ସରକାରଙ୍କ ଗୋଇଠା ବୋଲି ମଧ୍ୟ କହୁଛନ୍ତି। କିଛି ସଂଗଠନର ନେତା ବା ଆତ୍ମଘୋଷିତ ନେତା ଏଥିପାଇଁ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଏହାର ସତ୍ୟତା ଜାଣି ନ ଥିବାରୁ କୌଣସି ମତାମତ ଦେବା ପୂର୍ବରୁ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଯାଇଥିବା ଗପଟିଏ ଏଠାରେ ଅବତାରଣା କରିବା ସମୀଚୀନ ମନେହୁଏ। ଗୋଟିଏ ଦେଶର ରାଜା ବଣକୁ ଶିକାର ପାଇଁ ଯାଇଥିଲେ। ବାଟରେ ଜଣେ କାଠୁରିଆ ସହ ଦେଖାହେଲା। କାଠୁରିଆ ପ୍ରତିଦିନ ଜଙ୍ଗଲରୁ କାଠ ନେଇ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲା। ରାଜା ତାକୁ ତା’ର ରୋଜଗାର ଓ ବ୍ୟୟ ବା ଉପଯୋଗ ସମ୍ପର୍କରେ ପ୍ରଶ୍ନ କଲେ। କାଠୁରିଆ କହିଲା, ସେ ପ୍ରତିଦିନ ରୋଜଗାର କରୁଥିବା ଚାରିଅଣାରୁ ଏକ ଅଣା ନିଜ ପ୍ରତିପୋଷଣ ପାଇଁ ଖର୍ଚ୍ଚ କରେ। ଗୋଟିଏ ଅଣା ଋଣ ବାବଦକୁ ପରିଶୋଧ କରେ। ଗୋଟିଏ ଅଣା ଭବିଷ୍ୟତ ପାଇଁ ଋଣ ଦେଇଥାଏ । ଗୋଟିଏ ଅଣା ବାହାରେ ଫୋପାଡି ଦିଏ। ଏହି ଉତ୍ତର ରାଜାଙ୍କୁ ବିସ୍ମୟ କଲା ଓ ସେ ଏହାର ବିସ୍ତାର ଉତ୍ତର ପାଇଁ କାଠୁରିଆକୁ କହିଲେ। କାଠୁରିଆ କହିଲା, ଯେହେତୁ ତା’ର ମା’ ବାପା ତାକୁ ଜନ୍ମ ଦେବାଠାରୁ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ପ୍ରତିପୋଷଣ କରିଛନ୍ତି, ସେଥିପାଇଁ ସେମାନଙ୍କ ଋଣ ଶୁଝିବା ତା’ର କର୍ତ୍ତବ୍ୟ। ସେ ଗୋଟିଏ ଅଣା ସେମାନଙ୍କ ଭରଣପୋଷଣ ପାଇଁ ଖର୍ଚ୍ଚ କରେ। ଗୋଟିଏ ଅଣା ସେ ଓ ତା’ ସ୍ତ୍ରୀଙ୍କ ପ୍ରତିପୋଷଣ ପାଇଁ ଖର୍ଚ୍ଚ କରେ। ଗୋଟିଏ ଅଣା ତା’ ସନ୍ତାନଙ୍କ ଖାଦ୍ୟପେୟ ସହ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ବ୍ୟୟ କରେ ଅର୍ଥାତ୍‌ ଭବିଷ୍ୟତରେ ସେ ଶାରୀରିକ ଅକ୍ଷମ ହୋଇଗଲେ ସେମାନେ ତା’ର ପ୍ରତିପୋଷଣ ଦାୟିତ୍ୱ ନେବେ, ଏହାକୁ ସେ ଋଣ ଦେଉଥିବା ବିବେଚନା କରେ। ଆଉ ଗୋଟିଏ ଅଣା ଦୁଃଖୀ ଦରିଦ୍ରଙ୍କୁ ଦାନ କରେ। ଏଥିରେ କୌଣସି ପ୍ରାପ୍ତିର ଆଶା ନ ଥିବାରୁ ସେ ଏହାକୁ ବାହାରେ ଫୋପାଡ଼ିଦେବା ମନେ କରେ। ରାଜା କାଠୁରିଆର ଜ୍ଞାନ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଖୁସି ହୋଇ ତାଙ୍କ ମୁହଁ ଶହେ ଥର ନ ଦେଖିବା ପର୍ଯ୍ୟନ୍ତ ଏକଥା କାହାକୁ ନ କହିବା ପାଇଁ କହି ନିଜ ନଅରକୁ ଫେରିଲେ। ତା’ ପରଦିନ ରାଜସଭାରେ ଏହା ପ୍ରକାଶ କରି ଏହାର ଅର୍ଥ ଜିଜ୍ଞାସା କଲେ। କେହି ଏହାର ଉତ୍ତର ଦେଇ ନ ପାରିବାରୁ ରାଜା ମନ୍ତ୍ରୀଙ୍କ ଆଡ଼କୁ ଚାହିଁଲେ। ମନ୍ତ୍ରୀ କିଛିଦିନ ସମୟ ମାଗିବାରୁ ରାଜା ସହମତ ହୋଇ ସେ ଦିନର ସଭା ସମାପନ କଲେ। ମନ୍ତ୍ରୀ ରାଜାଙ୍କ ପୂର୍ବ ଗସ୍ତର ବିବରଣୀ ସଂଗ୍ରହ କରି କାଠୁରିଆ ପାଖରେ ପହଞ୍ଚତ୍ ଏହାର ଯଥାର୍ଥ ଉତ୍ତର ଚାହିଁ ଥିଲେ ବି ସେ ରାଜାଙ୍କ ମୁହଁ ଶହେ ଥର ନ ଦେଖିବା ପର୍ଯ୍ୟନ୍ତ ଏହା କହିବ ନାହିଁ ବୋଲି ରାଜାଙ୍କ ଆଦେଶ ଜଣାଇଦେଲା। ମନ୍ତ୍ରୀ ନିଜସ୍ବ ବୁଦ୍ଧିରେ କାଠୁରିଆକୁ ରାଜାଙ୍କ ମୁଖମଣ୍ଡଳ ଖୋଦିତ ହୋଇଥିବା ଶହେ ସ୍ବର୍ଣ୍ଣ ମୁଦ୍ରା ଦେଇ ସେ ପ୍ରତ୍ୟେକ ମୁଦ୍ରା ଥରେ ଲେଖାଏ ଦେଖିବାକୁ କହିଲେ ଏବଂ ରାଜାଙ୍କ ମୁହଁ ଶହେ ଥର ଦେଖିଥିବାରୁ ପ୍ରଶ୍ନର ଉତ୍ତର ଦେଲେ ରାଜାଙ୍କ ଆଦେଶ ଅମାନ୍ୟ ହେବନାହିଁ ବୋଲି ବୁଝାଇ ଦେଲେ। କାଠୁରିଆଠାରୁ ପୂର୍ବୋକ୍ତ ଉତ୍ତର ପାଇ ମନ୍ତ୍ରୀ ରାଜ ଦରବାରରେ ଏହା ପ୍ରକାଶ କଲେ ଏବଂ କାଠୁରିଆକୁ ଶହେ ସ୍ବର୍ଣ୍ଣ ମୁଦ୍ରା ଦେଇଥିବା କଥା ମଧ୍ୟ କହିଥିଲେ। ରାଜା ମନ୍ତ୍ରୀଙ୍କ ବୁଦ୍ଧିର ପ୍ରଶଂସା କରିଥିଲେ।
ପେନ୍‌ସନ୍‌ଭୋଗୀଙ୍କ ମଧ୍ୟରୁ ନବେ ଶତାଂଶ ନିଶ୍ଚିତ ଏହି ଗଳ୍ପଟି ପଢ଼ିଛନ୍ତି। କିନ୍ତୁ ଗଳ୍ପଟି କାହିଁକି ପାଠ୍ୟକ୍ରମରେ ସ୍ଥାନିତ କରାଯାଇଥିଲା ତାହାକୁ ଅନୁଶୀଳନ ଓ ଉପଯୋଗ କରିଥିଲେ ସେମାନେ ଅଷ୍ଟମ ଦରମା ଆୟୋଗର ସମ୍ଭାବିତ ଅନୁମୋଦନରେ ନିରୁତ୍ସାହିତ ହେଉ ନ ଥାନ୍ତେ। ଏବେ ପେନ୍‌ସନ୍‌ଭୋଗୀମାନେ ଚାକିରିର ଶେଷ ମାସ ଦରମାର ଅର୍ଦ୍ଧାଂଶ ସହ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଉଥିବା ବେଳେ ପ୍ରତ୍ୟେକ ଦରମା ପୁନଃ ନିର୍ଦ୍ଧାରିତ ବେଳେ ସେମାନଙ୍କ ପେନ୍‌ସନ୍‌ ଅର୍ଥ ମଧ୍ୟ ପୁନଃ ନିର୍ଦ୍ଧାରିତ ହୋଇଛି। ଏତଦ୍‌ବ୍ୟତୀତ ଚାକିରି ଶେଷରେ ୩୦୦ ଦିନର ସ୍ବଅର୍ଜିତ ଛୁଟିର ଦରମା ସହ ଗ୍ରାଚ୍ୟୁଇଟି ବାବଦରେ ସର୍ବାଧିକ ୧୬ ମାସ ୧୫ ଦିନରେ ଦରମା ଓ ଭବିଷ୍ୟନିଧିରେ ଥିବା ଅର୍ଥ ପାଇଛନ୍ତି। କିଛି ପେନ୍‌ସନ୍‌ଭୋଗୀ ମାସିକ ମୂଳ ପେନ୍‌ସନର ଚାଳିଶ ଶତାଂଶ ଅଠାନବେ ମାସପାଇଁ ମଧ୍ୟ ଏକକାଳୀନ ପାଇଥାନ୍ତି। ତାହା ପ୍ରତିମାସ ପେନ୍‌ସନ୍‌ରୁ କଟାଯାଏ, ମାତ୍ର ପେନ୍‌ସନଭୋଗୀଙ୍କ ମୃତ୍ୟୁ ହେଲେ ତାହା ଫେରସ୍ତ ହୁଏ ନାହିଁ। ପେନ୍‌ସନଭୋଗୀଙ୍କ ମୃତ୍ୟୁ ପରେ ପରିବାର ପେନ୍‌ସନ ସହ ଅବିବାହିତ ଝିଅ ପାଇଁ ବିବାହ ପର୍ଯ୍ୟନ୍ତ ଏବଂ ବିବାହ ନ କଲେ ଆଜୀବନ ଏବଂ ସ୍ବାମୀ ପରିତ୍ୟକ୍ତା ବା ଦିବ୍ୟାଙ୍ଗ ଝିଅ ପାଇଁ ଆଜୀବନ ପେନ୍‌ସନ୍‌ ମିଳିବା ନିୟମ ରହିଛି। ପେନ୍‌ସନ୍‌ଭୋଗୀଙ୍କ ମୃତ୍ୟୁ ପରେ ଜୀବିତ ପତି ବା ପତ୍ନୀ ପରିବାର ପେନ୍‌ସନ୍‌ ପାଇଥାନ୍ତି। ଏତଦ୍‌ ବ୍ୟତୀତ ୨୦୦୫ ମସିହାରୁ ନୂଆ ପେନ୍‌ସନ୍‌ ଯୋଜନା ହୋଇଥିବାବେଳେ ଯେଉଁମାନେ ଚାକିରି କାଳ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ସେମାନେ ପୁରୁଣା ନିୟମରେ ମଧ୍ୟ ପେନ୍‌ସନ୍‌ ପାଉଛନ୍ତି।
ଆମ ରାଜ୍ୟର ବିବିଧ ବିଭାଗରେ ଚାକିରି କରିଥିବା ଅଧିକାରୀ ଅବସର ତାରିଖ ଚାକିରି ଆରମ୍ଭ ଦିନ ଜାଣିଥିବାରୁ ସୂଚିତ ଗଳ୍ପ ଆଧାରରେ ନିଜକୁ ପ୍ରସ୍ତୁତ କରିବା ପାଇଁ ଏଇ ଗଳ୍ପ ଉଦ୍ଦିଷ୍ଟ ଥିଲା। ବିବିଧ ପଦବୀରେ ଚାକିରି କରିଥିବା ପ୍ରତ୍ୟେକ କର୍ମଚାରୀ ବା ଅଧିକାରୀ କେବେ ବି ଆର୍ଥିକ ଦୃଷ୍ଟିରୁ ଅସ୍ବଚ୍ଛଳ ନୁହନ୍ତି। କିନ୍ତୁ ତା’ ସତ୍ତ୍ୱେ କେତେଜଣ ବ୍ୟକ୍ତି ଅବସର ପରେ ବେସରକାରୀ ସଂସ୍ଥାରେ ପୁନଃ କାର୍ଯ୍ୟରତ ଥିବାବେଳେ କିଛି ପେନ୍‌ସନ୍‌ଭୋଗୀ ମଧ୍ୟ ବିଭିନ୍ନ ବ୍ୟବସାୟ ଆଦିରେ ସମ୍ପୃକ୍ତ ରହିଛନ୍ତି। ଅନେକଙ୍କ ପୁଅ ରାଜ୍ୟ ବା ରାଜ୍ୟ ବାହାରେ ଏପରିକି ବିଦେଶରେ କାର୍ଯ୍ୟରତ । କିଛି ବ୍ୟକ୍ତି ଅବଶ୍ୟ ପେନ୍‌ସନ ଉପରେ କିଛି ମାତ୍ରାରେ ନିର୍ଭରଶୀଳ। ମାତ୍ର ତାଙ୍କ ସଂଖ୍ୟା ଦୁଇ ଶତାଂଶରୁ ଅଧିକ ନୁହେଁ। କିଛି ଉଚ୍ଚପଦସ୍ଥ ଅଧିକାରୀ ପାଉଥିବା ପେନ୍‌ସନ୍‌ ଉପରେ ଆୟକର ଦେଉଥିବା ବେଳେ ସେମାନେ ମଧ୍ୟ ପରିବାର ପେନ୍‌ସନ୍‌ ପାଉଛନ୍ତି। କିନ୍ତୁ ସେମାନଙ୍କ ଖର୍ଚ୍ଚ ସୀମିତ। କେତେଜଣ ପେନ୍‌ସନ୍‌ଭୋଗୀ ପ୍ରଚଳିତ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ପାଇଁ ସରକାରୀ ସହାୟତା ପାଉଛନ୍ତି। ମାତ୍ର ଅଷ୍ଟମ ଦରମା ଆୟୁକ୍ତଙ୍କ ସମ୍ଭାବ୍ୟ ସୁପାରିସ ବିରୋଧରେ ଆଲୋଚନା କରି ନିଜକୁ ବିଜ୍ଞାପିତ କରିବା ଯେ ପ୍ରକାରାନ୍ତରେ ସେମାନେ ନିଜର ଆୟବ୍ୟୟ ପରିଚାଳନାରେ ଜଣେ ଜଣେ ଅସଫଳ କର୍ମଚାରୀ ବା ଅଧିକାରୀ ଥିଲେ ଏହା ସାବ୍ୟସ୍ତ କରୁଛି ଏବଂ ସରକାରଙ୍କର କ୍ଷମତା ପାଇଁ ରାଜସ୍ବର ବିବିଧ ବ୍ୟୟ ଓ ଅପବ୍ୟୟରେ ନିଜକୁ ସାମିଲ କରିବାର ମାନସିକତାର ପରିପ୍ରକାଶ କରୁଛନ୍ତି। ରାଜ୍ୟର ଦୁଇ ଶତାଂଶ ସରକାରୀ କର୍ମଚାରୀ ହୋଇଥିବାବେଳେ ସମ ପରିମାଣର ପେନ୍‌ସନ୍‌ଭୋଗୀ ଅଛନ୍ତି। କିନ୍ତୁ ତନ୍ମଧ୍ୟରୁ ଅନେକେ ନିଜର ସ୍ବାର୍ଥ ଓ ଅର୍ଥ ପାଇଁ ସରକାରୀ କଳ ଓ କ୍ଷମତାର ଦୁରୁପଯୋଗ କରି ବା କରୁଥିବାରୁ ଜନସାଧାରଣଙ୍କ ଆକ୍ରୋଶର କାରକ ହୋଇଛନ୍ତି। ଶିକ୍ଷିତ ଓ ରୋଜଗାରକ୍ଷମ ସନ୍ତାନଙ୍କ ଅବହେଳା ପାଇଁ ସାମାଜିକ ନ୍ୟାୟ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ସେମାନେ ନିଜକୁ ଅସହାୟ ମନେକରିବା ମଧ୍ୟ ସେମାନଙ୍କ ପରିବାର କୁପରିଚାଳନାକୁ ସ୍ପଷ୍ଟ କରୁଛି
ସ୍ବାଧୀନତା ପରେ ସମସ୍ତ ରାଜା ମହାରାଜା ନିଜ ଶାସିତ ଅଞ୍ଚଳକୁ ଦେଶ ବା ରାଜ୍ୟରେ ସାମିଲ କରି ନିଜର ଚଳଣି ପାଇଁ ପାଉଥିବା ହାତ ପାଣ୍ଠିକୁ ୧୯୭୧ରେ ଉଚ୍ଛେଦ କରାଗଲା। ୨୦୦୫ ପରେ ସରକାରୀ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ନୂତନ ପେନ୍‌ସନ ଯୋଜନା ପ୍ରଚଳିତ ହେଲା। କିନ୍ତୁ ଏହାକୁ ଲାଗୁ କରାଇଥିବା ଜନପ୍ରତିନିଧିମାନେ ମାତ୍ର ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇ ଆଜୀବନ ପେନ୍‌ସନ୍‌ ଓ ପରିବାର ପେନ୍‌ସନ୍‌ ପାଇବା ପାଇଁ ନିଜେ ନିୟମ କରିବା କେତେଦୂର ଯଥାର୍ଥ ଏବଂ ତାହା କେତେ ଜନ ସମର୍ଥନ ପାଉଛି ତାହାର ଏକ ସର୍ବେକ୍ଷଣ ପାଇଁ ଦେଶବ୍ୟାପୀ ଏକ ସଚେତନତା ସୃଷ୍ଟି କରିବାକୁ ପ୍ରତ୍ୟେକ ପେନ୍‌ସନ୍‌ଭୋଗୀ, ବୁଦ୍ଧିଜୀବୀ ଆଗେଇ ଆସିବା ଉଚିତ।

ହରିଶଙ୍କର ମିଶ୍ର
୧୧୩- ଗୁଣ୍ଡିଚା ବିହାର ପୁରୀ,
ମୋ: ୭୯୭୮୭୮୫୪୭୮

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?