ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ନବୀନ: ପ୍ରଥମ ଥର ପାଇଁ ୯ ଉପସଭାପତିଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୧।୭(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି। ସେ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରିଛନ୍ତି। ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ, ବିମ୍ବାଧର କୁଅଁରଙ୍କୁ ନିଯୁକ୍ତ କରାଯାଇଛି।

ପ୍ରଥମ ଥର ପାଇଁ ୯ ଉପସଭାପତିଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ମଙ୍ଗଳା କିଷାନଙ୍କୁ ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି। ସୋମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ, ଦେବୀ ମିଶ୍ରଙ୍କୁ ଓଡ଼ିଶା ମୋ’ ପରିବାର ଦାୟିତ୍ୱ, ବିକ୍ରମ କେଶରୀ ଆରୁଖଙ୍କୁ ପରିବେଶ, ଉଷାଦେବୀଙ୍କୁ ସାମାଜିକ ମଙ୍ଗଳ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତୀକରଣ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ଉନ୍ନୟନ, ପ୍ରଦୀପ ଅମାତଙ୍କୁ ସଶକ୍ତ ଓଡ଼ିଶା, ପଦ୍ମାନାଭ ବେହେରାଙ୍କୁ ତଫସିଲଭୁକ୍ତ ଜାତି ସଶକ୍ତିକରଣ ଦାୟିତ୍ୱ ଦିଆଯାଇଛି।

ଏହାଛଡ଼ା ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭାବେ ନିଯୁକ୍ତ କରାଯାଇଛି।