ଜି-୨୦ ନୈଶ ଭୋଜିରେ ଯୋଗ ଦେଲେନି ନବୀନ

ଭୁବନେଶ୍ୱର,୧୦ା୯(ଅନିଲ ଦାସ)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଡାକିଥିବା ଜି-୨୦ ନୈଶ ଭୋଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟବ୍ୟସ୍ତତା ଯୋଗୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ଭୋଜିରେ ଯୋଗଦେଇ ନ ଥିବା କୁହାଯାଉଛି। ଆଉ କିଛିମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଦଳୀୟ ନେତାମାନଙ୍କ ସହ ରଣନୀତି ବିଷୟରେ ଆଲୋଚନା କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଏବଂ ସମସ୍ତ ମନ୍ତ୍ରଣାଳୟ ସଚିବମାନଙ୍କୁ ନୈଶ ଭୋଜିରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।

Share