୩୬ ସାଧାରଣ ସମ୍ପାଦକ ନିଯୁକ୍ତ କଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା କି ଦାୟିତ୍ୱ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରିବା ସହ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ସୁଶାନ୍ତ ସିଂହ, ଚନ୍ଦ୍ରସାରଥୀ ବେହେରା, ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ସ୍ନେହାଙ୍ଗିନୀ ଛୁରିଆ, ଜଗନ୍ନାଥ ସାରକା, ହାଜି ମହମ୍ମଦ ଆୟୁବ ଖାଁ, ଦେବେଶ ଆଚାର୍ଯ୍ୟ, ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ରାଜଶ୍ରୀ ମଲ୍ଲିକ, ପ୍ରିୟଦର୍ଶୀ ମିଶ୍ର, ଧ୍ରୁବ ସାହୁ, ପ୍ରଣବ ବଳବନ୍ତରାୟ, ରାସେଶ୍ୱରୀ ପାଣିଗ୍ରାହୀ, ରାଜୀବ ପାତ୍ର, ସୁଧିର ସାମଲ, ସସ୍ମିତ ପାତ୍ର, ବିକ୍ରମ ପଣ୍ଡା, ଯେଗେଶ ସିଂହ, ବାସନ୍ତୀ ହେମ୍ବ୍ରମ, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂହ, ଦେବାଶିଷ ମାରାଣ୍ଡି, ମାନସ ମଙ୍ଗରାଜ, ଜନ୍ମେଜୟ ଲେଙ୍କା, ବିଶ୍ୱଜିତ ମହାନ୍ତି, ସତ୍ୟବ୍ରତ ପାତ୍ର, ଶାରଦା ଜେନା, ଗୀତାଞ୍ଜଳୀ ସେଠୀ, ପ୍ରମୋଦ ଜେନା, ଶ୍ୟାମାପ୍ରସାଦ ବେହେରାଙ୍କୁ ସାଧାରଣ ସମ୍ପାଦକ କରାଯାଇଛି।

ସେହିଭଳି ନବ ନିଯୁକ୍ତ ସାଧାରଣ ସମ୍ପାଦକମାନଙ୍କୁ ନବୀନ ବିିଭିନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି। ସୁଶାନ୍ତଙ୍କୁ ସଶକ୍ତ ଓଡ଼ିଶା, ସ୍ନେହାଙ୍ଗିନୀଙ୍କୁ ଏସ୍‌ସି ସଶକ୍ତିକରଣ, ଉମାକାନ୍ତଙ୍କୁ ସମାଜ ମଙ୍ଗଳ, ଅନନ୍ତଙ୍କୁ ସଶକ୍ତ ଓଡ଼ିଶା, ବ୍ୟୋମକେଶଙ୍କୁ ଛାତ୍ର ବ୍ୟାପାର, ପ୍ରଣବଙ୍କୁ ଯୁବ ବ୍ୟାପାର, ସୁଧିର-ସସ୍ମିତ- ବିକ୍ରମଙ୍କୁ ‘ଓଡ଼ିଶା ମୋ ପରିବାର’ , ଜଗନ୍ନାଥ-ଯୋଗେଶ-ବାସନ୍ତିଙ୍କୁ ଜନଜାତି ସଶକ୍ତୀକରଣ, ଲୋପାମୁଦ୍ରା-ଜୀତା-ଶ୍ରୀମୟୀଙ୍କୁ ମହିଳା ସଶକ୍ତିକରଣ, ଦେବାଶିଷଙ୍କୁ ଜନଜାତି ସଶକ୍ତୀକରଣ, ମାନସଙ୍କୁ ମିଡିଆ ବ୍ୟାପାର ଦାୟିତ୍ୱ ମିଳିଥିବା ସୂଚନା ମିଳିଛି।