୧୮ ବରିଷ୍ଠ ବିଜେଡି ନେତ୍ରୀଙ୍କୁ ଜିଲା ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩ା୭(ବ୍ୟୁରୋ)-ବିଜେଡିର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ କମିଟିରେ ଥିବା ବରିଷ୍ଠ ନେତ୍ରୀମାନଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ବଣ୍ଟନ କରିଛନ୍ତି। ସେମାନେ ଦଳର ସଂଗଠନ ଗୁଡିକୁ ତଦାରଖ କରିବେ। ସୋମବାର ଏ ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକାଶିତ ବଜ୍ଞପ୍ତି ଅନୁଯାୟୀ ବିରିଷ୍ଠ ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର ଜିଲା ଦଳୀୟ ସଂଗଠନ ଦାୟିତ୍ୱ ଦିଆଯାଇଥିବା ବେଳେ ଗୀତା ବସ୍ତିଆଙ୍କୁ ଗଜପତି ଓ ଗଞ୍ଜାମ, କସ୍ତୁରୀ ମହାପାତ୍ରଙ୍କୁ ପୁରୀ, ଖୋର୍ଦ୍ଧା ଓ ଭୁବନେଶ୍ୱର, ଉର୍ମିଲତା ଦାସଙ୍କୁ ଭଦ୍ରକ ଓ ମୟୂରଭଞ୍ଜ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରଭାସିନୀ ଷଡଙ୍ଗୀଙ୍କୁ କଟକ ଜିଲା ଦାୟିତ୍ୱ ଦିଆଯାଇଥିବାବେଳେ ଜ୍ୟୋତି ପାଣିଗ୍ରାହୀଙ୍କୁ ଝାରସୁଗୁଡା ଓ ସୁନ୍ଦରଗଡ, ସ୍ନିଗ୍ଧା ପାଣିଗ୍ରାହୀଙ୍କୁ ରାୟଗଡା ଓ ନବରଙ୍ଗପୁର, ନିବେଦିତା ମହାନ୍ତିଙ୍କୁ କୋରାପୁଟ ଓ ମାଲକାନଗିରି, କୁଞ୍ଜଲତା ସାମଲଙ୍କୁ ନୟାଗଡ, ପୁଷ୍ପାଞ୍ଜଳୀ ରାଣାଙ୍କୁ ଅନୁଗୋଳ, ଦେବଗଡ ଓ ଢେଙ୍କନାଳ, ମୀନତି ଦେବତାଙ୍କୁ ସମ୍ବଲପୁର ଓ ବରଗଡ, ଭାରତୀ ସିଂଙ୍କୁ ବାଲେଶ୍ୱର, ସରୋଜିନୀ ରାଜଙ୍କୁ ବଲାଙ୍ଗୀର ଓ ସୋନପୁର, ସଘଂମିତ୍ରା ଦଳାଇଙ୍କୁ କନ୍ଧମାଳ ଓ ବୌଦ୍ଧ, ରେଜଓ୍ବାନା ବେଗମଙ୍କୁ ଯାଜପୁର, ମୀତା ରାଉତଙ୍କୁ କେନ୍ଦ୍ରାପଡା, ସ୍ନେହାଞ୍ଜଳୀ ମହାନ୍ତିଙ୍କୁ ଜଗତସିଂହପୁର ଏବଂ ସଂଯୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି ଓ ନୂଆପଡା ଦାୟିତ୍ୱ ଦିଆଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ହେବ ବିଜେଡି ସାଂଗଠନିକ କ୍ଷେତ୍ରରେ ବଡ ଧରଣର ଅଦଳ ବଦଳ ହେଉଛି। ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ ଦେବା ସହିତ ଦଳର କେତେକ ମନ୍ତ୍ରୀ ଓ ନେତାଙ୍କୁ ବିଭିନ୍ନ ବର୍ଗର ଦାୟିତ୍ୱ ବଣ୍ଟନ କରାଯାଇଛି। ଦଳର ମହିଳା ସାଂଗଠନିକ କାର୍ଯ୍ୟ ବୁଝିବାକୁ ବରିଷ୍ଠ ନେତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଇଛି।