ନବରାତ୍ର ଦୁର୍ଗାପୂଜା ଆରମ୍ଭ

ସଇଁତଳା,୧୫।୧୦(ରାଖାଲ ପ୍ରସାଦ ଶତପଥି)ବଲାଙ୍ଗିର ଜିଲା ସଇଁତଳା ହାଟପଦାଠାରେ ଅନୁଷ୍ଠିତ ହେଉଥିବା ନବରାତ୍ର ଦୁର୍ଗାପୂଜାର ଚଳିତବର୍ଷ ରୌପ୍ୟ ଜୟନ୍ତୀ ମହାସମାରୋହର ସହ ପାଳନ କରାଯାଉଛି। ଶନିବାର ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମଣ୍ଡପ ନିକଟରେ ସହରର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟବାଦ୍ୟ ସହ ମଣ୍ଡପରୁ ବାହାରି ସ୍ଥାନୀୟ ନୂଆଁବନ୍ଧଠାରେ ପହଞ୍ଚତ୍ଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ଭରା କଳସ ନେଇ ମଣ୍ଡପକୁ ଫେରିଥିଲେ। ଚଳିତବର୍ଷ କପିଳ ଅଗ୍ରୱାଲ ଓ ତାଙ୍କ ସ୍ତ୍ରୀ ରଜନୀ କର୍ତ୍ତା ଦାୟିତ୍ୱରେ ଥିବାବେଳେ ମୁଖ୍ୟ ପୂଜକ ଭାବରେ ରାଧାକାନ୍ତ ତ୍ରିପାଠୀ, କିରଣ ମିଶ୍ର, ବିକ୍ରମ ମିଶ୍ର, ନବଘନ ଷଡ଼ଙ୍ଗୀ, ମାନସ ମିଶ୍ର ଓ ସାଧୁଚରଣ ଦାସ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। ପୂଜା କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସମ୍ପାଦକ ସୁବୋଧ ମିଶ୍ରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କଳସ ଯାତ୍ରାରେ ଭାଗ ନେଇଥିଲେ।