ପର୍ଯ୍ୟଟନରେ ଯୋଡ଼ିହେଉ ଦୟାନଦୀରେ ନୌକା ବିହାର

ପୁରୁଣା ଭୁବନେଶ୍ୱର,୨୭।୯(ଡି.ଏନ୍‌.ଏ.):ଓଡ଼ିଶାରେ ଅନେକ ସ୍ଥାନ ରହିଛି, ଯାହାକୁ ଦୃଷ୍ଟି ଦିଆଗଲେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିପାରିବ। ସ୍ଥାନୀୟ ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ବିକାଶ ହେବା ସହ ରାଜ୍ୟ ରାଜକୋଷକୁ ମଧ୍ୟ ଅର୍ଥ ଆସିପାରିବ। ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଢ଼ୁଆଳରେ ଥିବା ବିଭିନ୍ନ ଐତିହ୍ୟସ୍ଥଳକୁ ବ୍ୟାପକ କରାଗଲେ ଏହାର ଉନ୍ନତି ଘଟିବ। ଏମିତି ଏକ ଐତିହାସିକ ସ୍ଥଳ ହେଉଛି ରାଜଧାନୀ ଉପକଣ୍ଠରେ ଥିବା ରଣଗୋହିରୀ, ଯାହାକି କଳିଙ୍ଗ-ଅଶୋକ ଯୁଦ୍ଧର ମୂକସାକ୍ଷୀ। ଉପକଣ୍ଠରେ ବହିଯାଉଥିବା ଦୟାନଦୀର ଗୋଟିଏ ପାର୍ଶ୍ୱରେ ଧଉଳି ଶାନ୍ତିସ୍ତୂପ ରହିଥିବାବେଳେ ଅପର ପାର୍ଶ୍ୱରେ ରହିଛି ଏହି ଐତିହ୍ୟସମ୍ପନ୍ନ ସ୍ଥାନ। ଧଉଳିକୁ ନିୟମିତ ପର୍ଯ୍ୟଟକ ଆସୁଥିବାବେଳେ ରଣଗୋହିରୀ ଏବେ ବି ଅଣଦେଖା ଅବସ୍ଥାରେ ରହିଛି। ଧଉଳି ଏବଂ ରଣଗୋହିରୀକୁ ସଂଯୋଗ କରୁଥିବା ପୋଲଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। ପୋଲ ମରାମତି କରାଗଲେ ରଣଗୋହିରୀ ମଧ୍ୟ ପର୍ଯ୍ୟଟକଙ୍କ ଦୃଷ୍ଟିଗୋଚର ହେବ। ଏଥିସହ ଦୟାନଦୀକୁ ପର୍ଯ୍ୟଟନର ଅନ୍ୟତମ ଅଂଶ ଭାବେ ଗ୍ରହଣ କରାଯିବା ଦରକାର। ଏଭଳି ଏକ ଐତିହ୍ୟ ସମ୍ପନ୍ନ ନଦୀରେ ନୌକା ବିହାର ବ୍ୟବସ୍ଥା କରାଯାଇ ପାରିଲେ ତାହା ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ। ଉଭୟ ଧଉଳି ଏବଂ ରଣଗୋହିରୀକୁ ଏହା ସଂଯୋଗ କରିପାରନ୍ତା। ଏହାଦ୍ୱାରା ପର୍ଯ୍ୟଟକମାନେ ଧଉଳି ଛକରୁ ସଡ଼କ ପଥରେ ନ ଯାଇ ଦୟାର ଜଳପଥରେ ମଧ୍ୟ ଯାଇପାରନ୍ତେ। ଏଥିପାଇଁ ଦୟାକୁ ସୁନାବ୍ୟା କରିବା ଦରକାର। ଧଉଳି ତଳପଟୁ ଦୟାର ଆନ୍ନିକଟ ନିର୍ମାଣ କରାଯାଇ ନଦୀକୁ ସୁନାବ୍ୟା କରାଯାଇ ପାରିବ। ଏଥିପ୍ରତି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା ଦରକାର ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri